• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଲୋକସଭା ପ୍ରାର୍ଥୀ ତାଲିକା ୨୦୨୪

Aska

MP candidate

Aska
BJP

ଅନୀତା ଶୁଭଦର୍ଶିନୀ

494226

Won

BJD

ରଞ୍ଜିତା ସାହୁ

394252

Lost

INC

ଦେବକାନ୍ତ ଶର୍ମା

75255

Lost

ଅନୀତା ଶୁଭଦର୍ଶିନୀ, ବିଜେପି ଲୋକସଭା ପ୍ରାର୍ଥୀ, ଆସ୍କା:

ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅନୀତା ହେଉଛନ୍ତି ଜନତା ଦଳ, ବିଜେଡି ଏବଂ ବିଜେପିର ଜଣେ ଭେଟେରାନ୍ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ। ରାମକୃଷ୍ଣ ପଟ୍ଟନାୟକ ୨୦୦୪ରେ କଂଗ୍ରେସ ଟିକେଟରେ ସାଂସଦ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିଜେଡିର ହରିହର ସ୍ୱାଇଁ ତାଙ୍କୁ ପରାସ୍ତ କରିଥିଲେ।

Balasore

MP candidate

Balasore
BJP

ପ୍ରତାପ ଷଡ଼ଙ୍ଗୀ

563865

Won

BJD

ଲେଖାଶ୍ରୀ ସାମନ୍ତସିଂହାର

416709

Lost

INC

ଶ୍ରୀକାନ୍ତ ଜେନା

237007

Lost

ପ୍ରତାପ ଷଡ଼ଙ୍ଗୀ, ବିଜେପି ଲୋକସଭା ପ୍ରାର୍ଥୀ, ବାଲେଶ୍ୱର:

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜଣେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ସେ ନୀଳଗିରି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଜେପି ତରଫରୁ ସେ ୨୦୧୪ ରେ ବାଲେଶ୍ୱରର ଲୋକସଭା ପ୍ରାର୍ଥୀ ଭାବରେ ଟିକେଟ ପାଇଥିଲେ। ତେବେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୧୪ ନିର୍ବାଚନରେ ବିଜେଡିର ରବୀନ୍ଦ୍ର କୁମାର ଜେନା ଏହି ଆସନରୁ ବିଜୟ ଲାଭ କରିଥିଲେ । ତେବେ ୨୦୧୯ ରେ ବିଜେପି ପୁଣି ଥରେ ପ୍ରତାପଙ୍କ ଉପରେ ଭରଷା କରିଥିଲା ଏବଂ ସେ ସାଂସଦ ଭାବରେ ବାଲେଶ୍ୱରରୁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ବିଜେପି ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । ଜଣେ ବିଚକ୍ଷଣ ଓ ସଚ୍ଚୋଟ ରାଜନେତା ଭାବେ ସାରା ରାଜ୍ୟରେ ତାଙ୍କର ବେଶ୍ ପରିଚିତି ରହିଛି।

Bargarh

MP candidate

Bargarh
BJP

ପ୍ରଦୀପ ପୁରୋହିତ

716359

Won

BJD

ପରିଣୀତା ମିଶ୍ର

464692

Lost

INC

ସଞ୍ଜୟ ଭୋଇ

93551

Lost

ପ୍ରଦୀପ ପୁରୋହିତ, ବିଜେପି ଲୋକସଭା ପ୍ରାର୍ଥୀ, ବରଗଡ଼:

ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ସ୍ଥାନରେ ବିଜେପି ଚଳିତ ଥର ପ୍ରଦୀପଙ୍କ ଉପରେ ଭରସା କରିଛି ।ଏହାପୂର୍ବରୁ ପ୍ରଦୀପ ୨୦୧୪ରେ ପଦ୍ମପୁର ବିଧାନସଭା ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନସଭା ଆସନରୁ ଲଢ଼ି ବିଜୟ ରଞ୍ଜନ ସିଂ ବରିହାଙ୍କଠାରୁ ପରାଜୟ ବରଣ କରିଥିଲେ । ତେବେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ପରାଜୟର ସ୍ୱାଦ ଚାଖିଥିଲେ ପ୍ରଦୀପ।

Berhampur

MP candidate

Berhampur
BJP

ପ୍ରଦୀପ କୁମାର ପାଣିଗ୍ରାହୀ

513102

Won

BJD

ଭୃଗୁ ବକ୍ସିପାତ୍ର

347626

Lost

INC

ରଶ୍ମୀ ରଂଜନ ପଟ୍ଟନାୟକ

129744

Lost

ପ୍ରଦୀପ କୁମାର ପାଣିଗ୍ରାହୀ, ବିଜେପି ଲୋକସଭା ପ୍ରାର୍ଥୀ, ବ୍ରହ୍ମପୁର:

ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। ଗୋପାଳପୁର ବିଧାନସଭା ଆସନର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକଦା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଓ ବିଶ୍ୱାସୀ ଥିଲେ। ତାଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି।

Bhadrak

MP candidate

Bhadrak
BJP

ଅଭିମନ୍ୟୁ ସେଠୀ

573319

Won

BJD

ମଞ୍ଜୁଲତା ମଣ୍ଡଳ

481775

Lost

INC

ଅନନ୍ତ ପ୍ରସାଦ ସେଠୀ

221874

Lost

ଅଭିମନ୍ୟୁ ସେଠୀ, ବିଜେପି ଲୋକସଭା ପ୍ରାର୍ଥୀ, ଭଦ୍ରକ:

ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଅର୍ଜୁନ ଚରଣ ସେଠୀଙ୍କ ପୁଅ। ବିଜେଡି ଟିକେଟ୍ ନଦେବାରୁ ଏହି ବାପ-ପୁଅ ଯୋଡି ୨୦୧୯ ନର୍ବାଚନ ପୂର୍ବରୁ ବିଜେପି ଶିବିରରେ ଯୋଗ ଦେଇଥିଲେ। ଅର୍ଜୁନ ସେଠୀ ଜଣେ ଆଠ ଥରର ସାଂସଦ ଏବଂ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ। ସେ ଦକ୍ଷତାର ସହ ନିଜର ଦାୟିତ୍ୱ ତୁଲାଇଥିବା ବେଳେ ୨୦୧୯ ରେ ବିଜେପିର ଅଭିମନ୍ୟୁ ସେଠୀ ୪,୮୦,୮୭୪ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ।

Bhubaneswar

MP candidate

Bhubaneswar
BJP

ଅପରାଜିତା ଷଡ଼ଙ୍ଗୀ

512519

Won

BJD

ମନ୍ମଥ ରାଉତରାୟ

477367

Lost

INC

ୟାସିର୍ ନୱାଜ୍

66362

Lost

ଅପରାଜିତା ଷଡ଼ଙ୍ଗୀ, ବିଜେପି ଲୋକସଭା ପ୍ରାର୍ଥୀ, ଭୁବନେଶ୍ୱର:

୧୧ ବର୍ଷ ଧରି ଅଫିସର ରହିବା ପରେ ସେବା ପାଇଁ ରାଜନୀତିରେ ପ୍ରବେଶ କରିଥିଲେ ଅପରାଜିତା ଷଡ଼ଙ୍ଗୀ। ନିଜର ଆଇଏଏସ୍ ଜୀବନରେ ସେ ଜଣେ କର୍ମଠ ମଣିଷ ଥିଲେ। ସେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୮ ରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ରାଜନୀତିରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଅପରାଜିତା ୧୯୯୪ ବ୍ୟାଚ୍ ଓଡିଶା କ୍ୟାଡରର IAS ଅଧିକାରୀ ଥିଲେ।

Bolangir

MP candidate

Bolangir
BJP

ସଙ୍ଗୀତା କୁମାରୀ ସିଂହଦେଓ

617744

Won

BJD

ସୁରେନ୍ଦ୍ର ସିଂହ ଭୋଇ

485080

Lost

INC

ମନୋଜ ମିଶ୍ର

230874

Lost

ସଙ୍ଗୀତା କୁମାରୀ ସିଂହଦେଓ, ବିଜେପି ଲୋକସଭା ପ୍ରାର୍ଥୀ, ବଲାଙ୍ଗିର:

ଏହି ଆସନ ପାଇଁ ବିଜେପି ପୁଣି ଥରେ ସଂଗୀତାଙ୍କୁ ରିପିଟ୍ କରିଛି । ଗତ ଥର ସଂଗୀତା ୪,୯୮,୦୮୬ ଭୋଟ ପାଇ ବିଜେଡି ପ୍ରାର୍ଥୀ କହିକେଶ ସିଂହଦେଓଙ୍କୁ ପରାଜିତ କରିଥିଲେ । କଳିକେଶ ୪,୭୮,୫୭୦ ଭୋଟ ପାଇଥିଲେ । ପାଟଣାଗଡ଼ ରାଜା ତଥା ପୂର୍ବତନ ପାଟଣାଗଡ଼ ବିଧାୟକ କେଭି ସିଂହଦେଓଙ୍କ ପତ୍ନୀ ହେଉଛନ୍ତି ସଙ୍ଗୀତା କୁମାରୀ ସିଂହଦେଓ।

Cuttack

MP candidate

Cuttack
BJP

ଭର୍ତ୍ତୃହରି ମହତାବ

531601

Won

BJD

ସନ୍ତୃପ୍ତ ମିଶ୍ର

474524

Lost

INC

ସୁରେଶ ମହାପାତ୍ର

83815

Lost

ଭର୍ତ୍ତୃହରି ମହତାବ, ବିଜେପି ଲୋକସଭା ପ୍ରାର୍ଥୀ, କଟକ:

କଟକରୁ ୬ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି ମହତାବ। ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହୋଇଛନ୍ତି। ଗତ ନିର୍ବାଚନରେ ସେ ବିଜେପିର ପ୍ରକାଶ ମିଶ୍ରଙ୍କୁ ବିପୁଳ ଭୋଟ୍ ରେ ପରାସ୍ତ କରିଥିଲେ। ମାତ୍ର ୨୦୨୪ ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କରିଛନ୍ତି ଭର୍ତ୍ତୃହରି ମହତାବ। ବିଜେଡିରେ ମତଭେଦ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ମହତାବ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସୁପୁତ୍ର। ୨୦୧୪ ରୁ ୨୦୧୯ ମଧ୍ୟରେ ଭର୍ତ୍ତୃହରି ବିଜେଡିର ସଂସଦୀୟ ଦଳ ନେତା ଥିଲେ। ସଂସଦୀୟ ବିତର୍କରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କୁ ଚାରିଥର ସମ୍ମାନଜନକ ସଂସଦ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା।

Dhenkanal

MP candidate

Dhenkanal
BJP

ରୁଦ୍ର ନାରାୟଣ ପାଣି

598721

Won

BJD

ଅବିନାଶ ସାମଲ

522154

Lost

INC

ସସ୍ମିତା ବେହେରା

34730

Lost

ରୁଦ୍ର ନାରାୟଣ ପାଣି, ବିଜେପି ଲୋକସଭା ପ୍ରାର୍ଥୀ, ଢେଙ୍କାନାଳ:

ବିଜେପି ନିଜର ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ରିପିଟ୍ କରିଛି। ଗତ ନିର୍ବାଚନରେ ମହେଶ ସାହୁଙ୍କୁ ୫,୨୨,୮୮୪ଖଣ୍ଡ ଭୋଟ୍ ମିଳିଥିବା ବେଳେ ରୁଦ୍ର ନାରାୟଣ ପାଣିଙ୍କୁ ୪,୮୭,୪୭୨ଖଣ୍ଡ ଭୋଟ୍ ମିଳିଥିଲା। ଗତ ତିନୋଟି ନିର୍ବାଚନରେ ବିଜେଡିର ତଥାଗତ ସତପଥି ଏଠାରୁ ଜିତିଛନ୍ତି। ତେବେ ପ୍ରତି ନିର୍ବାଚନରେ ରୁଦ୍ରନାରାୟଣ କଡ୍ଡା ଟକ୍କର ଦେଇ ଆସୁଛନ୍ତି।

Jagatsinghpur

MP candidate

Jagatsinghpur
BJP

ବିଭୁ ପ୍ରସାଦ ତରାଇ

589093

Won

BJD

ରାଜଶ୍ରୀ ମଲ୍ଲିକ

548397

Lost

INC

ରବିନ୍ଦ୍ର କୁମାର ସେଠୀ

123570

Lost

ବିଭୁ ପ୍ରସାଦ ତରାଇ, ବିଜେପି ଲୋକସଭା ପ୍ରାର୍ଥୀ, ଜଗତସିଂହପୁର:

୧୯୬୪ ମସିହା ଜୁନ୍୧୭ରେ ଜଗତସିଂହପୁରରେ ଜନ୍ମଗ୍ରହଣ କରିଥିଲେ ବିଭୁ ପ୍ରସାଦ ତରାଇ । ସେ ୨୦୦୯ ଲୋକସଭା ନିର୍ବାଚନରେ CPI ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୪ରେ କଂଗ୍ରେସରୁ ଓ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଆଉ ଉଭୟ ନିର୍ବାଚନରେ ପରାଜୟ ବରଣ ମଧ୍ୟ କରିଥିଲେ । ଗତ ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ଠାରୁ ୨ ଲକ୍ଷ ୭୦ ହଜାରରୁ ଅଧିକ ଭୋଟ୍ରେ ପରାଜୟ ବରଣ କରିଥିଲେ।

Jajpur

MP candidate

Jajpur
BJP

ରବୀନ୍ଦ୍ର ନାରାୟଣ ବେହେରା

534239

Won

BJD

ଶର୍ମିଷ୍ଠା ସେଠୀ

532652

Lost

INC

ଅଞ୍ଚଳ ଦାସ

53145

Lost

ରବୀନ୍ଦ୍ର ନାରାୟଣ ବେହେରା, ବିଜେପି ଲୋକସଭା ପ୍ରାର୍ଥ, ଯାଜପୁର:

ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ଏଥର ନୂଆ ଚେହେରାକୁ ମଇଦାନକୁ ଲଢ଼ିବାକୁ ପଠାଯାଇଛି। ବିଜେପି ତରଫରୁ ଲଢ଼ିବେ ରବୀନ୍ଦ୍ର ନାରାୟଣ ବେହେରା। ରବୀନ୍ଦ୍ର ଚାରି ବର୍ଷ ପୂର୍ବେ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ର ନିର୍ଦ୍ଦେଶକ ଭାବରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ପ୍ରବେଶ କରିଥିଲେ। ତେବେ ତାଙ୍କୁ ଏ ଅଞ୍ଚଳର ଜନସାଧାରଣଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ସେ ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଇଛନ୍ତି।

Kalahandi

MP candidate

Kalahandi
BJP

ମାଳବିକା କେଶରୀ ସିଂହଦେଓ

544303

Won

BJD

ଲମ୍ବୋଦର ନିଆଳ

410490

Lost

INC

ଦ୍ରୌପଦୀ ମାଝି

303199

Lost

ମାଳବିକା କେଶରୀ ସିଂହଦେଓ, ବିଜେପି ଲୋକସଭା ପ୍ରାର୍ଥୀ, କଳାହାଣ୍ଡି:

ମାଳବିକା ଏଥର ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ସେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ । ଅର୍କ କେଶରୀ ୨୦୧୪ରେ ବିଜେଡି ଟିକେଟରୁ ଲଢ଼ି ସାଂସଦ ଭାବେ ବିଜୟୀ ହୋଇଥିଲେ । ମାଳବିକା ପ୍ରଥମ ଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ।

Kandhamal

MP candidate

Kandhamal
BJP

ସୁକାନ୍ତ ପାଣିଗ୍ରାହୀ

416415

Won

BJD

ଅଚ୍ୟୁତ ସାମନ୍ତ

395044

Lost

INC

ଅମୀରଚାନ୍ଦ ନାୟକ

144322

Lost

ସୁକାନ୍ତ ପାଣିଗ୍ରାହୀ, ବିଜେପି ଲୋକସଭା ପ୍ରାର୍ଥୀ, କନ୍ଧମାଳ:

ବିଜେପି ନେତା ସୁକାନ୍ତ ପାଣିଗ୍ରାହୀ ୨୦୧୪ରେ ବିଜେଡି ନେତା ହେମନ୍ତ ଚନ୍ଦ୍ର ସିଂଙ୍କ ବିପକ୍ଷରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ଏବାପୂର୍ବରୁ ବିଜେପିର ମହା ମେଘବାହନ ଐରଖାରବେଳ ସ୍ୱାଇଁଙ୍କୁ ୩,୧୨,୪୬୩ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ମନୋଜ କୁମାର ଆଚାର୍ଯ୍ୟ ୧,୩୮,୪୯୩ ଖଣ୍ଡ ଭୋଟ୍ ପାଇଥିଲେ।

Kendrapara

MP candidate

Kendrapara
BJP

ବୈଜୟନ୍ତ ପଣ୍ଡା

615705

Won

BJD

ଅଂଶୁମାନ ମହାନ୍ତି

549169

Lost

INC

ସିଦ୍ଧାର୍ଥ ସ୍ୱରୂପ ଦାସ

94832

Lost

ବୈଜୟନ୍ତ ପଣ୍ଡା, ବିଜେପି ଲୋକସଭା ପ୍ରାର୍ଥୀ, କେନ୍ଦ୍ରାପଡ଼ା:

ସମ୍ପ୍ରତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ୧୫ ଓ ୧୬ ତମ ସାଂସଦ ଥିଲେ । ସେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଦୁଇଥର ରାଜ୍ୟସଭାରେ ମଧ୍ୟ ସାଂସଦ ଥିଲେ । କେନ୍ଦ୍ରାପଡା ଜିଲ୍ଲାର ସାଂସଦ ଭାବରେ ବୈଜୟନ୍ତ ପଣ୍ଡା, ନିର୍ବାଚନମଣ୍ଡଳୀର ଲୋକଙ୍କୁ ପାନୀୟ ଜଳ ସୁବିଧା ଯୋଗାଇବା ସହ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ବୈଜୟନ୍ତ ପଣ୍ଡା ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ସୁଖଦୁଃଖରେ ସବୁ ସମୟରେ ଥିବାର ନଜର ଆସିଥାଏ । କଠିନ ପରିସ୍ଥିତି ଯେପରି କି, ବନ୍ୟା-ବାତ୍ୟା କିମ୍ବା ଅନ୍ୟ କୌଣସି ବିପର୍ଯ୍ୟୟରେ ସେ ଜଣେ ଆଗଧାଡ଼ିର ନେତା ଭାବେ ନିଜ ଅଞ୍ଚଳର ନେତୃତ୍ୱ ନେଇଛନ୍ତି । ଏହା ସହ ଜାତୀୟ ସ୍ତରରେ ମଧ୍ୟ ବୈଜୟନ୍ତ ବିଭିନ୍ନ ସମୟରେ ନିଜର ଦବ୍ ଦବା ଜାହିର କରିଛନ୍ତି । ବିଶେଷ କରି ଦେଶ ବାହାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ତାଙ୍କର ସ୍ୱତନ୍ତ୍ର ଭୂମିକା ରହିଛି।

Keonjhar

MP candidate

Keonjhar
BJP

ଅନନ୍ତ ନାୟକ

573923

Won

BJD

ଧନୁର୍ଜୟ ସିଧୁ

476881

Lost

INC

ବିନୋଦ ବିହାରୀ ନାୟକ

105278

Lost

ଅନନ୍ତ ନାୟକ, ବିଜେପି ଲୋକସଭା ପ୍ରାର୍ଥୀ, କେନ୍ଦୁଝର:

ଅନନ୍ତ ନାୟକ ବିଜେପିର ଜଣେ ପୁରୁଣା ଯୁଦ୍ଧା। ୧୯୯୯ ଏବଂ ୨୦୦୪ରେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ଅନନ୍ତ ନାୟକ କେନ୍ଦୁଝରର ଜଣେ ଜଣାଶୁଣା ଚେହେରା। ସେ ୨୦୧୯ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ସେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇସାରିଥିବାରୁ ତାଙ୍କର ଏ ଅଞ୍ଚଳରେ ବେଶ୍ ଦବ୍-ଦବା ରହିଛି।

Koraput

MP candidate

Koraput
BJP

କାଲେରାମ ମାଝି

232514

Lost

BJD

କୌଶଲ୍ୟା ହିକ୍କା

323649

Lost

INC

ସପ୍ତଗିରି ଉଲ୍ଲାକା

471393

Won

କାଲେରାମ ମାଝି, ବିଜେପି ଲୋକସଭା ପ୍ରାର୍ଥୀ, କୋରାପୁଟ:

ବିଜେପି ଏଥର କାଲେରାମ ମାଝିଙ୍କୁ ପ୍ରାର୍ଥୀ କରିଛି । କାଲେରାମ ମାଝି ଜଣେ ଉଚ୍ଚଶିକ୍ଷିତ । ସେ ରାୟଗଡ଼ା କାଶିପୁର ଅଞ୍ଚଳର ମୂଳ ବାସିନ୍ଦା । ସେ ୨୦୦୮ ମସିହାରୁ ବିଜେପି ପାଇ କାମ କରି ଆସୁଛନ୍ତି । ଏଥର କାଲେରାମ ମାଝିଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି।

Mayurbhanj

MP candidate

Mayurbhanj
BJP

ନବଚରଣ ମାଝୀ

585971

Won

BJD

ସୁଦାମ ମାର୍ଣ୍ତି

366637

Lost

JMM

ଅଞ୍ଜନି ସୋରେନ୍

135399

Lost

ନବଚରଣ ମାଝୀ, ବିଜେପି ଲୋକସଭା ପ୍ରାର୍ଥୀ, ମୟୁରଭଞ୍ଜ:

ମୟୁରଭଞ୍ଜରେ ବିଜେପି ଖେଳିଛି ସରପ୍ରାଇଜ୍ କାର୍ଡ। ମୟୁରଭଞ୍ଜ ଲୋକସଭା ଆସନ ପାଇଁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ଟିକେଟ୍ ଦେଇଛି। ଆଶ୍ଚର୍ଯ୍ୟର କଥା ହେଲା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବଦଳରେ ନବଚରଣ ମାଝୀଙ୍କୁ ଦଳ ଭରସା କରିଛି। ରାଇରଙ୍ଗପୁରକୁ ନୂଆ ଜିଲ୍ଲା ଘୋଷଣା କରିବା ନେଇ ବହୁଚେଷ୍ଟା କରିଥିଲେ ନବଚରଣ ମାଝୀ। ତେବେ ଜିଲ୍ଲା ଗଠନ ଦାବିରେ ସେ ଆଗ ଧାଡ଼ିରେ ରହିଥିବାରୁ ବିଜେପି ତାଙ୍କ ଉପରେ ଭରସା କରିଛି। ଏସବୁ ଦୃଷ୍ଟିରୁ ଏଠାରେ ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଛି।

Nabarangpur

MP candidate

Nabarangpur
BJP

ବଳଭଦ୍ର ମାଝି

481396

Won

BJD

ପ୍ରଦୀପ ମାଝି

393860

Lost

INC

ଭୁଜବଳ ମାଝି

303392

Lost

ବଳଭଦ୍ର ମାଝି, ବିଜେପି ଲୋକସଭା ପ୍ରାର୍ଥୀ, ନବରଙ୍ଗପୁର:

ବଳଭଦ୍ର ମାଝି ୨୦୧୪ ମସିହାରେ ନବରଙ୍ଗପୁର ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୧୯ରେ ବିଜେପିରେ ମିଶିଥିଲେ। ଶ୍ରୀ ମାଝି ୧୯୬୧ ମସିହା ଫେବୃଆରୀ ୯ରେ ନବରଙ୍ଗପୁରରେ ଜନ୍ମ ହୋଇଥିଲେ। ସେ ରାଉରକେଲା NIT ରୁ ଇଂଜିନିୟରଂ ଶିକ୍ଷା ଲାଭ କରିଛନ୍ତି। ତାଙ୍କ ଚାକିରି ଜୀବନରେ ସେ ଭାରତୀୟ ରେଳବାଇରେ ଯନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ରାଜନୀତି ପାଇଁ ଚାକିରି ଛାଡ଼ିଥିଲେ।

Puri

MP candidate

Puri
BJP

ସମ୍ବିତ ପାତ୍ର

629330

Won

BJD

ଅରୂପ ପଟ୍ଟନାୟକ

524621

Lost

INC

ଜୟ ନାରାୟଣ ପଟ୍ଟନାୟକ

24342

Lost

ସମ୍ବିତ ପାତ୍ର, ବିଜେପି ଲୋକସଭା ପ୍ରାର୍ଥୀ:

ସମ୍ବିତ ପାତ୍ର ବିଜେପିର ଜଣେ ଲୋକପ୍ରିୟ ଚେହେରା । ବିଜେପି ତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସମ୍ବିତ । ସେ ୨୦୧୯ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ୨୦୧୯ରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ କମ୍ ଭୋଟ୍ ବ୍ୟବଧାନରେ ପରାଜୟ ବରଣ କରିଥିଲେ ସମ୍ବିତ ପାତ୍ର ।

Sambalpur

MP candidate

Sambalpur
BJP

ଧର୍ମେନ୍ଦ୍ର ପ୍ରଧାନ

592162

Won

BJD

ପ୍ରଣବ ପ୍ରକାଶ ଦାସ

472326

Lost

INC

ନଗେନ୍ଦ୍ର କୁମାର ପ୍ରଧାନ

89113

Lost

ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଲୋକସଭା ପ୍ରାର୍ଥୀ, ସମ୍ବଲପୁର:

ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟରତ। ସେ ୨୦୦୦ ମସିହାରେ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪ ମସିହାରେ ସେ ଦେଦଗଡ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଶେଷ ଥର ପାଇଁ ୨୦୦୯ରେ ପାଲଲହଡ଼ା ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୧୨ ଏବଂ ୨୦୧୮ରେ ସେ ଯଥାକ୍ରମେ ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Sundargarh

MP candidate

Sundargarh
BJP

ଜୁଏଲ ଓରାମ

494282

Won

BJD

ଦିଲୀପ ତିର୍କୀ

355474

Lost

INC

ଜନାର୍ଦ୍ଦନ ଦେହୁରୀ

261986

Lost

ଜୁଏଲ ଓରାମ, ବିଜେପି ଲୋକସଭା ପ୍ରାର୍ଥୀ, ସୁନ୍ଦରଗଡ଼:

୧୯୬୧ ମସିହା ମାର୍ଚ୍ଚ ୨୨ରେ ଜନ୍ମଗ୍ରହଣ କରିଥିଲେ ଜୁଏଲ ଓରାମ । ସେ ପାଞ୍ଚ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏକ ଆଦିବାସୀ ପରିବାରରୁ ଆସି ଜୁଏଲ ପ୍ରଥମେ ୧୯୯୮ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ହୋଇଥିଲେ । କେବଳ ସେତିକି ନୁହେଁ ମୋଦି ସରକାରରେ ମଧ୍ୟ ବିଭିନ୍ନ ଦାୟିତ୍ୱରେ ରହି ସେ ବେଶ୍ ସଫଳତାର ସହ କାର୍ଯ୍ୟ ସଂପାଦନ କରିଛନ୍ତି।