Advertisment

Bread Masala: ଘରେ ତିଆରି କରନ୍ତୁ ଚଟପଟା ବ୍ରେଡ୍ ମସଲା , ଥରେ ବନାଇଲେ ପାଟିରୁ ଛାଡ଼ିବନି

ପ୍ରଥମେ ବ୍ରେଡ୍‌ ଗୁଡିକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖିନ୍ତୁ। ଏବେ ପିଆଜ, ଧନିଆ, କଞ୍ଚାଲଙ୍କା, ଅଦା ଓ ରସୁଣକୁ ଏକାଠି ବାଟି ଦିଅନ୍ତୁ ଟମୋଟୋକୁ ମଧ୍ୟ ବାଟିଦିଅନ୍ତୁ।

Bread Masala

Bread Masala Photograph: (OTV)

Advertisment

ସାମଗ୍ରୀ: ବ୍ରଡ୍‌,  କଟା ପିଆଜ,  କଟା ଅଦା, କଟା ଧନିଆ ପତ୍ର, କଞ୍ଚାଲଙ୍କା, ଟମାଟୋ ବଟା, ଜିରା, ଆମଚୁର ପାଉଡର, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ ଗୁଡିକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖିନ୍ତୁ। ଏବେ ପିଆଜ, ଧନିଆ, କଞ୍ଚାଲଙ୍କା, ଅଦା ଓ ରସୁଣକୁ ଏକାଠି ବାଟି ଦିଅନ୍ତୁ ଟମୋଟୋକୁ ମଧ୍ୟ ବାଟିଦିଅନ୍ତୁ। ଏକ କରେଇ ତେଲ ଗରମ କରି ସେଥିରେ ଜିରା ଫୁଟାଇ ଟମାଟୋ ଓ ପିଆଜ ବଟା ପକାଇ ଭଲଭାବେ କଷି ଦିଅନ୍ତୁ।

ମସଲା ଭଲଭାବେ କଷି ହୋଇଗଲେ ଅଳ୍ପ ପାଣି ଦେଇ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଆମଚୁର ପାଉଡର ମିଶାଇ ପୁଣି ଆଉଥରେ ଭଲଭାବେ କଷିଦିଅନ୍ତୁ। ବର୍ତ୍ତମାନ ବ୍ରେଡ୍‌ଖଣ୍ଡ ଗୁଡ଼ିକୁ ଏହି ମସଲାରେ ପକାଇ ଭଲଭାବେ ଗୋଳାଇଦିଅନ୍ତୁ।

Advertisment

କିଛି ସମୟ ପରେ ପାଣି ମରିଗଲେ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବ୍ରେଡ୍‌ ମସଲା’। ଏହାକୁ ଏକ ପ୍ଲେଟରେ କାଢ଼ି ଉପରେ କଟା ଧନିଆ ପତ୍ର ଓ କଟା ପିଆଜ ପକାଇ ଗରମ ଗରମ ପରଷନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ