Advertisment

The Untold History Behind Valentine’s Day: ଫେବୃଆରୀ ୧୪ ପଛର ବଡ ରହସ୍ୟ: କାହିଁକି ଫାଶୀ ଦିଆଯାଇଥିଲା ସେଣ୍ଟ ଭାଲେଣ୍ଟାଇନ୍‌ଙ୍କୁ

ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ। ଏହା ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।

The Untold History Behind Valentine Day

ଫେବୃଆରୀ ୧୪ ପଛର ବଡ ରହସ୍ୟ Photograph: (OTV)

Advertisment

ଫେବୃଆରୀ ମାସ ଆରମ୍ଭ ହେବା ମାତ୍ରେ ଅଧିକାଂଶ ଲୋକ ଉତ୍ସାହର ସହିତ ଭାଲେଣ୍ଟାଇନ୍ ସପ୍ତାହକୁ ଅପେକ୍ଷା କରନ୍ତି। ଏଥି ସହିତ, ଭାଲେଣ୍ଟାଇନ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କୌଣସି ସୁଯୋଗକୁ ବି ହାତଛଡା କରନ୍ତି ନାହିଁ। ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ। ଏହା ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ।

Advertisment

ଭାଲେଣ୍ଟାଇନ୍‌ ଡେ’କୁ ପ୍ରେମ ଦିବସ  କୁହାଯାଏ। ସେଥିପାଇଁ ଫେବୃଆରୀ ୧୪ରେ ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଏ। ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର। ତେବେ ଆସନ୍ତୁ ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ ଡେ’ ପାଳନ କରିବାର ପ୍ରକୃତ କାରଣ ଏବଂ ଏହି ଦିନ ସହିତ ଜଡିତ କିଛି ରୋଚକ ତଥ୍ୟ ଉପରେ ନଜର ପକେଇବା।

ଭାଲେଣ୍ଟାଇନ୍ ଡେ’ ର ଇତିହାସ:

ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍‌ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍‌ ଭାଲେଣ୍ଟାଇନ୍ ଥିଲା। ୨୭୦ ଖ୍ରୀଷ୍ଟାବ୍ଦରେ, ରୋମ୍‌ର ରାଜା କ୍ଲାଉଡିୟସ୍ ସମ୍ପୂର୍ଣ୍ଣ ପ୍ରେମ ବିରୋଧୀ ଥିଲେ। ସେ ମଧ୍ୟ ପ୍ରେମ ବିବାହକୁ ଦୃଢ ବିରୋଧ କରୁଥିଲେ। କ୍ଲାଉଡିୟସ୍ ବିଶ୍ୱାସ କରୁଥିଲେ ଯେ ପ୍ରେମକୁ ପ୍ରୋତ୍ସାହିତ କଲେ ଏହା ରୋମ୍‌ର ସୈନିକମାନଙ୍କ ଧ୍ୟାନ ଭଙ୍ଗ କରିବ। ଏଥିପାଇଁ ରୋମର ସୈନ୍ୟବଳ ଦୁର୍ବଳ ହୋଇଯିବ। ଏମିତି କି ରାଜା କ୍ଲାଉଡିୟସ୍ ମଧ୍ୟ ସୈନିକମାନଙ୍କ ବିବାହ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Advertisment

ସେଣ୍ଟ୍ ଭାଲେଣ୍ଟାଇନଙ୍କ କାହାଣୀ:

ଯେଉଁଠାରେ ଗୋଟିଏ ପଟେ ରାଜା କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ ସେଠାରେ ଅନ୍ୟ ପଟେ ସେଣ୍ଟ ଭାଲେଣ୍ଟାଇନ୍ ଖୋଲାଖୋଲି ଭାବରେ ପ୍ରେମର ପ୍ରଚାର କରୁଥିଲେ। ଏନେଇ ସେଣ୍ଟ୍‌ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସଙ୍କ ବିଚାରଧାରାକୁ ଭୁଲ ପ୍ରମାଣିତ କରିନାହାଁନ୍ତି ବରଂ ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ।
ଏହି କାରଣରୁ ରାଜା କ୍ଲାଉଡିୟସ୍ ସେଣ୍ଟ ଭାଲେଣ୍ଟାଇନ୍‌ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ଭାଲେଣ୍ଟାଇନ୍‌ଙ୍କୁ ଫେବୃଆରୀ ୧୪ରେ ଫାଶୀ ଦିଆଯାଇଥିଲା। ଏହା ପରେ ଏହି ଦିନ ରୋମ ସମେତ ସମଗ୍ର ବିଶ୍ୱରେ ପ୍ରେମ ଦିବସ ଭାବରେ ପରିଚିତ ହେଲା ଏବଂ ଭାଲେଣ୍ଟାଇନ୍ ଡେ’ ପାଳନ କରିବାର ଚିନ୍ତାଧାରା ସମଗ୍ର ବିଶ୍ୱରେ ଆରମ୍ଭ ହେଲା।

ଭାଲେଣ୍ଟାଇନ୍ ଡେ’ ଆରମ୍ଭ:

ରୋମାନ୍‌ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ ଡେ’ ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ। 

Advertisment
valentine valentines day Valentine's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ