Advertisment

Who Played the First Holi: କିଏ ଖେଳିଥିଲେ ପ୍ରଥମ ହୋଲି; ରାଧା-କୃଷ୍ଣ, ଲକ୍ଷ୍ମୀ-ନାରାୟଣ… ନା ଆଉ କିଏ

ହୋଲି ପର୍ବକୁ ସାଧାରଣତଃ ପ୍ରହ୍ଲାଦ ଓ ହୋଲିକାଙ୍କ କାହାଣୀ ସହ ଯୋଡାଯାଏ। କିନ୍ତୁ ପୌରାଣିକ କଥାନୁସାରେ ଦେବଲୋକରେ ପ୍ରଥମ ହୋଲି ମହାଦେବ, କାମଦେବ ଓ ରତିଙ୍କ ସହ ପାଳିତ ହୋଇଥିଲା। ଫାଲଗୁନ ପୂର୍ଣ୍ଣିମାରୁ ଏହି ଦିବ୍ୟ ପରମ୍ପରା ପୃଥିବୀରେ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି।

Who Played the First Holi

କିଏ ଖେଳିଥିଲେ ପ୍ରଥମ ହୋଲି; ରାଧା-କୃଷ୍ଣ, ଲକ୍ଷ୍ମୀ-ନାରାୟଣ… ନା ଆଉ କିଏ Photograph: (OTV)

Advertisment

ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। ଏହି ଦିନ ଅନେକ ସ୍ଥାନରେ ହୋଲିକା ଦହନ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣିକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ ବିଷୟରେ? ଆସନ୍ତୁ ଜାଣିବା…

Advertisment

ସଂସାରରେ ପ୍ରଥମେ କିଏ ଖେଳିଥିଲେ ହୋଲି:

ଫାଲଗୁନ୍ ପୂର୍ଣ୍ଣିମା ଦିନ ହୋଲି ପର୍ବ ପାଳନ କରାଯାଏ। ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ସର୍ବପ୍ରଥମେ ମନକୁ ଆସେ। କାରଣ ଏହିଦିନ ଚକ୍ରାନ୍ତ କରି ପ୍ରହଲ୍ଲାଦକୁ ମାରିବାର ଛଳନା କରି ନିଜେ ହୋଲିକା ନିଆଁରେ ଦହନ ହୋଇଥିଲେ।

ଆପଣ ହୁଏତ ଜାଣି ନଥିବେ ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣୀକ କାହାଣୀ ମଧ୍ୟ ରହିଛି । ସାଧାରଣତଃ ଭାରତରେ ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବ ପ୍ରଥମେ ଦେବଦେବୀଙ୍କ ଦ୍ୱାରା ପାଳିତ ହୋଇଥିବା ବିଶ୍ୱାସ ରହିଛି। ତେନେ ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ କିଏ ଖେଳିଥିଲେ ? ଆସନ୍ତୁ ସେ ବିଷୟରେ ଜାଣିବା…

Advertisment

ଦୁନିଆର ପ୍ରଥମ ହୋଲି:

  • ହୋଲି ପର୍ବର ପୁରାଣ ଉଭୟ ମହାଦେବ ଏବଂ ଭଗବାନ ବିଷ୍ଣୁଙ୍କ ସହ ଜଡିତ। ‘ହରିହର ପୁରାଣ’ର କାହାଣୀ କହେ ଯେ ଦୁନିଆର ପ୍ରଥମ ହୋଲି ଦେବଦେବ ମହାଦେବ ଖେଳିଥିଲେ। ଏହି ଖେଳରେ ପ୍ରେମର ଦେବତା କାମଦେବ ଏବଂ ତାଙ୍କ ପତ୍ନୀ ରତି ମଧ୍ୟ ଥିଲେ। ଏହି କାହାଣୀରେ କୁହାଯାଇଛି ଯେ ଯେତେବେଳେ ଭଗବାନ ଶିବ କୈଳାଶରେ ସମାଧିରେ ଲୀନ ଥିଲେ ସେତେବେଳେ ତାରାକାସୁରକୁ ହତ୍ୟାକରିବା ପାଇଁ କାମଦେବ ଏବଂ ରତି ନୃତ୍ୟ କରି ଶିବଙ୍କ ଧ୍ୟାନ ଭଙ୍ଗ କରିଥିଲେ।
  • ଯେତେବେଳେ ରତି ଓ କାମଦେବଙ୍କ ନୃତ୍ୟରେ ମହାଦେବଙ୍କ ଧ୍ୟାନ ଭଙ୍ଗ ହୋଇଗଲା ଭଗବାନ ଶିବ କାମଦେବଙ୍କୁ କ୍ରୋଧର ନିଆଁରେ ଭସ୍ମ କରିଥିଲେ। ଯେତେବେଳେ ରତି ଏନେଇ କାନ୍ଦିଲେ, ସେତେବେଳେ ଅତି ଦୟାଳୁ ଭଗବାନ ମହାଦେବ କାମଦେବଙ୍କୁ ପୁନଃ ଜୀବନ ଦେଲେ।
  • ଏଥିରେ ସନ୍ତୁଷ୍ଟ ହୋଇ ରତି ଏବଂ କାମଦେବ ବ୍ରଜମଣ୍ଡଳରେ ଏକ ବ୍ରହ୍ମ ଭୋଜନର ଆୟୋଜନ କରିଥିଲେ ଯେଉଁଥିରେ ସମସ୍ତ ଦେବତା ଏବଂ ଦେବୀ ଅଂଶଗ୍ରହଣ କରିଥିଲେ। ରତି ଚନ୍ଦନ ଟିକା ଲଗେଇ ଖୁସି ମନେଇଥିଲେ। କୁହାଯାଏ ଯେ ଏହିଦିନ ଫାଲଗୁନ ପୂର୍ଣ୍ଣିମା ଥିଲା।
  • ‘ହରିହର ପୁରାଣ’ ଅନୁଯାୟୀ ବ୍ରହ୍ମ ଭୋଜନର ଆନନ୍ଦରେ ମହାଦେବ ଡମ୍ବରୁ ଏବଂ ଭଗବାନ ଶ୍ରୀ ବିଷ୍ଣୁ ବଂଶୀ ବଜାଇଥିଲେ। ମାତା ପାର୍ବତୀ ବୀଣାରୁ ତରଙ୍ଗ ସୃଷ୍ଟି କରିଥିବାବେଳେ ମାତା ସରସ୍ୱତୀ ବସନ୍ତ ରାଗରେ ଗୀତ ଗାଇଥିଲେ। କୁହାଯାଏ ଯେ ସେହିଦିନଠାରୁ ପୃଥିବୀରେ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମାରେ ସଙ୍ଗୀତ ଏବଂ ରଙ୍ଗ ସହିତ ହୋଲି ପର୍ବ ପାଳନ କରିବା ଆରମ୍ଭ ହେଲା।
Odisha Festival Holi Celebration Holi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ