Advertisment

Chhatar Yatra: ରକ୍ତରେ ଭିଜିଲା ମାଣିକେଶ୍ବରୀଙ୍କ ପୀଠ, ଛତର ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ

ଛତର ଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରାରେ ମାଁଙ୍କ ନିକଟରେ ବଳି ଦେଇଛନ୍ତି ଏବଂ ଶାନ୍ତିର ପ୍ରତୀକ କପୋତକୁ ଯାତ୍ରା ସମୟରେ ଉଡାଇଛନ୍ତି।

CHHATAR-JATRA

CHHATAR-JATRA Photograph: (OTV)

Advertisment

ଲୋକଙ୍କ ଗହଳି ଚହଳି । ଭକ୍ତ ଶ୍ରଦ୍ଧାଳୁଙ୍କ ଭକ୍ତି । ଯୁଆଡ଼େ ଚାହିଁବେ ଏମିତି ଭିଡ଼ ଦେଖିବାକୁ ପାଇବେ । ବର୍ଷକ ପରେ ପୁଣି ଥରେ ଆୟୋଜନ । ପୁଣି ଥରେ ଉତ୍ସବ ପାଇଁ ଉତ୍ସାହ, କାହିଁରେ କଣ । ଢୋଲ ବାଜୁଛି, ଘଣ୍ଟ ଘଣ୍ଟା ବୀର କାହାଳିର ଧ୍ୱନୀ ଚଉଦିଗ କମ୍ପାଉଛି । ପାରମ୍ପାରିକ ବାଦ୍ୟର ତାଳେ ତାଳେ ଭକ୍ତ ବି ଝୁମୁଛନ୍ତି । ମାଆଙ୍କ ସ୍ବାଗତ ପାଇଁ ଏ ପ୍ରସ୍ତୁତି । ମାଆଙ୍କ ଆବାହନ କରି ସମସ୍ତେ ଯେମିତି ଭକ୍ତିର ମହୋଦଧୀରେ ବୁଡ଼ ପକାଉଛନ୍ତି । ଏ ଦୃଶ୍ୟ ପ୍ରସିଦ୍ଧ ମାଣିକେଶ୍ବରୀଙ୍କ ଛତର ଯାତ୍ରାର । ଯାହାର ସାକ୍ଷୀ ରହିଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଶ୍ରଦ୍ଧାଳୁଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଓ ଦର୍ଶନାର୍ଥୀ । ଚଳିତ ଥର ମଧ୍ୟ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା (Chhatar Yatra Observed) ରେ ଲକ୍ଷାଧିକ ସଂଖ୍ୟାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁବଳି ଦିଆଯାଇଛି । ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଂଜିତ ହୋଇଥିଲା ଭବାନୀପାଟଣାର ମୁଖ୍ୟ ରାସ୍ତା । ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀଙ୍କ ଛତରଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ । 
ଆଶ୍ୱିନମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିଙ୍କେଶ୍ୱରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମାଁ ମାଣିଙ୍କଶ୍ୱରୀଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ । ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ଛତର ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲ କୁ ଯାଇ ସେଠାରେ ଗୁପ୍ତ ତନ୍ତ୍ର ରୀତିନୀତି ରେ ନବମୀ ତିଥିରେ ପୂଜାର୍ଚ୍ଚନ ପରେ ଭୋର ୫ ଟା ୨୦ ମିନିଟ ରେ ମାଙ୍କ ଛତର ମନ୍ଦିର ଅଭିମୁଖେ ଆସିଥିଲେ। ସେପଟେ ଶାନ୍ତି ଶୃଙ୍ଖଳା ର ସହିତ ମାଙ୍କ ପ୍ରସିଦ୍ଧ ଯାତ୍ରା ସମ୍ପନ୍ନ ହୋଇଛି।
ଛତରଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରାରେ ମାଁଙ୍କ ନିକଟରେ ବଳି ଦେଇଛନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟ ରେ ଉଡାଇଥିବା ଦେଖିବାକୁ ମିଳିଥିଲା ।

Advertisment

ଅଧିକ ଦେଖନ୍ତୁ:

Chhatar Yatra Observed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ