Advertisment

Expensive sweets: ମାର୍କେଟ୍ ନେଉଛି ଲକ୍ଷେ ଟଙ୍କିଆ ମିଠା , ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେତିକି ସ୍ବାଦିଷ୍ଟ

ଗୋଟିଏ ମିଠାର ଦାମ କିଲୋ ପ୍ରତି କେତେ ହେଇପାରେ ? ଶହେ, ପାଞ୍ଚ ଶହ, ହଜାରେ। କିନ୍ତୁ ଭାବିକି ଦେଖିଲେ? ମିଠା ଯଦି କିଲୋ ଲକ୍ଷେ ଟଙ୍କା ହେବ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ବିଲକୁଲ୍ ସତ।

Expensive-sweets

Expensive-sweets Photograph: (OTV)

Advertisment

ଗୋଟିଏ ମିଠାର ଦାମ କିଲୋ ପ୍ରତି କେତେ ହେଇପାରେ ? ଶହେ, ପାଞ୍ଚ ଶହ, ହଜାରେ। କିନ୍ତୁ ଭାବିକି ଦେଖିଲେ? ମିଠା ଯଦି କିଲୋ ଲକ୍ଷେ ଟଙ୍କା ହେବ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ବିଲକୁଲ୍ ସତ। ରାଜସ୍ଥାନ ଜୟପୁରରେ ‘ସ୍ବାମୀ ପ୍ରସାଦମ୍’ ନାଁରେ ଗୋଟିଏ ମିଠା ବିକ୍ରି ହେଉଛି। ଯାହାର କିଲୋ ପିଛା ଦର ୧ ଲକ୍ଷ ୧୧ ହଜାର ଟଙ୍କା ରହିଛି। ଏହି ମିଠାକୁ ସ୍ବର୍ଣ୍ଣ ଭସ୍ମ ଏବଂ ୨୪ କ୍ୟାରେଟ୍ ଏଡିବଲ୍ ଗୋଲ୍ଡରେ ପ୍ରସ୍ତୁତ କରାଯାଇଛି। ଧନତେରାସ ଅବସରରେ ଏଇ ମିଠାକୁ ରାଜସ୍ତାନ ଜୟପୁରର ଅଞ୍ଜଲୀ ଜୈନଙ୍କ ଆଉଟଲେଟରେ ପ୍ରସ୍ତୁତ କରାଯାଇଛି। ଏହି ମିଠା ପ୍ରତି କିଲୋଗ୍ରାମ ପିଛା ୧.୧୧ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏବଂ ଏହାର ଏକ ପିସର ମୂଲ୍ୟ ପ୍ରାୟ ୩,୦୦୦ ଟଙ୍କା। 

ଏହି ମିଠାରେ ବିଭିନ୍ନ ପ୍ରକାର ଦାମୀ ସାମଗ୍ରୀ ପଡ଼ିଛି। ଏଥିରେ ବିଶେଷ ଭାବେ ପାଇନ ନଟ୍ସ , ପ୍ରିମିୟମ କେସର ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଶୁଦ୍ଧ ସ୍ୱର୍ଣ୍ଣ ଭସ୍ମ ବ୍ୟବହାର କରାଯାଇଛି। ଉପରେ ଥିବା ସୁନେଲି ଗ୍ଲେଜିଂ ମିଠାକୁ ଏକ ଚମତ୍କାର ଏବଂ ଆଭୂଷଣ ପରି ଲୁକ୍ ପ୍ରଦାନ କରୁଛି। ଏହାକୁ ସାଧାରଣ ବକ୍ସରେ ନୁହେଁ, ବରଂ ଏକ ଜୁଏଲାରୀ ବକ୍ସ ପରି ପ୍ୟାକେଜରେ ଗ୍ରାହକଙ୍କୁ ଦିଆଯାଉଛି। ଅଞ୍ଜଲୀଙ୍କ ମତରେ, ଆୟୁର୍ବେଦରେ ସ୍ୱର୍ଣ୍ଣ ଭସ୍ମକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଭାବେ ବ୍ୟବହାର କରାଯ।ଏ। ତେଣୁ ଏହି ମିଠା ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଏ । 

Advertisment



‘ସ୍ୱର୍ଣ୍ଣ ପ୍ରସାଦମ’ ବ୍ୟତୀତ ଏହି ଆଉଟଲେଟରେ ଅନେକ ଦାମୀ ମିଠା ଉପଲବ୍ଧ ହେଉଛି । ଯାହା ଗ୍ରାହକମାନଙ୍କୁ ଆକର୍ଷିତ କରୁଛି। ଯେପରି ସ୍ୱର୍ଣ୍ଣ ଭସ୍ମ ଭାରତ, ଏହା ୮୫,୦୦୦ କେଜି ପିଛା ବିକ୍ରି ହେଉଛି। ସେହିପରି ଚାନ୍ଦୀ ଭସ୍ମ ଭାରତ। ଯାହାର କିଲୋଗ୍ରାମ ପିଛା ୫୮,୦୦୦ ଟଙ୍କା ରେ ବିକ୍ରି ହେଉଛି। ଏହି ମହଙ୍ଗା ମିଠା ଗୁଡ଼ିକରେ ବାଦାମ, ପିସ୍ତା, କାଜୁ, ଅଞ୍ଜୀର ସହିତ ବ୍ଲୁବେରୀ, ହ୍ୱାଇଟ ଚକୋଲେଟ ଏବଂ ସଲ୍ଟେଡ ବଟର କ୍ୟାରାମେଲ ପରି ବିଦେଶୀ ଏବଂ ପ୍ରିମିୟମ ଉପାଦାନର ବ୍ୟବହାର କରାଯାଇଛି। ଯାହା ଗ୍ରାହକଙ୍କ ଦ୍ୱାରା ଖୁବ ଆଦୃତି ଲାଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ