Advertisment

Diwali Countdown: କଟକଣା ପରେ ଏବର୍ଷ ଭଳିକି ଭଳି ଗ୍ରୀନ୍ କ୍ରାକରର ସମ୍ଭାର , ଭୁବନେଶ୍ବର ଭଳି କଟକରେ ବି ସନ୍ଧ୍ୟା ୭ରୁ ରାତି ୯ ବାଣ ଫୁଟା

ରାତି ପାହିଲେ ଦୀପାବଳି । ବାଣ ବଜାରରେ ବଡ଼ ଗହଳି । ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ ଜଟଣୀ। ସବୁଠି ବାଣ କିଣିବାକୁ ଅସମ୍ଭବ ଗହଳି। ଚଳିତ ଥର ବଜାରରେ ଶବ୍ଦ ପ୍ରଦୂଷଣକାରୀ ଓ ବାୟୁ ପ୍ରଦୂଷଣକାରୀ ବାଣ ବ୍ୟାନ୍ କରାଯାଇ ଥିବାରୁ ଗ୍ରୀନ୍ କ୍ରାକର ବେଶି ବିକ୍ରି ଚାଲିଛି।

CRACKER-MARKET

CRACKER-MARKET Photograph: (OTV)

Advertisment

ରାତି ପାହିଲେ ଦୀପାବଳି । ବାଣ ବଜାରରେ ବଡ଼ ଗହଳି । ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ ଜଟଣୀ। ସବୁଠି ବାଣ କିଣିବାକୁ ଅସମ୍ଭବ ଗହଳି। ଚଳିତ ଥର ବଜାରରେ ଶବ୍ଦ ପ୍ରଦୂଷଣକାରୀ ଓ ବାୟୁ ପ୍ରଦୂଷଣକାରୀ ବାଣ ବ୍ୟାନ୍ କରାଯାଇ ଥିବାରୁ ଗ୍ରୀନ୍ କ୍ରାକର ବେଶି ବିକ୍ରି ଚାଲିଛି। ଛୋଟ ଛୋଟ ପିଲା ଯେପରି ସୁରକ୍ଷିତ ଭାବେ ବାଣ ଫୁଟାଇ ପାରିବେ ସେଥିପାଇଁ ବଜାରରେ ଏଥର ଅଧିକ ଆକର୍ଷଣ ସାଜିଛି ଫଲ୍ ଇନ୍ ଲଭ ଓ ହେଲୋ ଇନ୍ କ୍ରାକର ଭଳି ସବୁଜ ବାଣ। ବିଶେଷକରି ଧପଧପି, ଚକ୍ରି ଓ ରସୁଣ ବାଣ ଅଧିକ ପରିମାଣରେ ଲୋକେ କିଣି ନେଉଛନ୍ତି। ସେପଟେ ଲଘୁଚାପ ବର୍ଷା ଆସୁଥିବାରୁ ବ୍ୟବସାୟ ପ୍ରଭାବିତ ହେବା ବି ଆଶଙ୍କା କଲେଣି ବେପାରି।...

ସୁରକ୍ଷିତ ଦୀପବଳୀ ପାଳନ ପାଇଁ ରାଜଧାନୀ ଭୁବନେଶ୍ବର ଭଳି କଟକରେ ବି ବାଣଫୁଟାକୁ ମାତ୍ର ୨ ଘଣ୍ଟା ଅନୁମତି ଦିଆଯାଇଛି। ସଂଧ୍ୟା ୭ରୁ ରାତି ୯ଟା ଯାଏଁ ହିଁ ବାଣ ଫୁଟାଇ ହେବ ଓ ସବୁଠି ପୋଲିସର କଡ଼ା ନଜର ରହିବା ସହ ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ। ଆଗକୁ କାଳୀପୂଜା ଥିବାରୁ କଟକର ବିଭିନ୍ନ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ ହେବେ ବୋଲି କହିଛନ୍ତି କଟକ ଡିସିପି। ତେଣେ ରାଜ୍ୟବାସୀଙ୍କୁ ଅଗ୍ନିଶମ ଡିଜି ମଧ୍ୟ ସତର୍କତାର ସହ ଆଲୋକର ପର୍ବ ପାଳିବାକୁ ଅନୁରୋଧ କରିବା ସହ କେବଳ ଅନୁମତିପ୍ରାପ୍ତ ଦୋକାନରୁ ବାଣ କିଣିବାକୁ ପରାମର୍ଶ ଦେଇଛନ୍ତି।

ଦୀପାବଳି ପାଇଁ ସବୁଠୁ ଅଧିକ ଚିନ୍ତା ବଢ଼ିଛି ବାୟୁ ପ୍ରଦୂଷଣକୁ ନେଇ। ବିଶେଷକରି କଳକାରଖାନା ଥିବା ଜିଲ୍ଲା ଗୁଡ଼ିକରେ ବାୟୁ ପ୍ରଦୂଷଣର ମାନ ବଢ଼ିଲେ ଏହା ସାଂଘାତିକ ସ୍ଥିତି ଉପୁଜାଇବ ବୋଲି ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଇସ୍ପାତ ନଗରୀ ରାଉରକେଲା ହେଉ କି ଝାରସୁଗୁଡ଼ା ସେସବୁ ସ୍ଥାନରେ ଏ ଦିଗରେ ପ୍ରଶାସନ ଅଧିକ ଯତ୍ନବାନ ହେବାକୁ ସାଧାରଣ ଲୋକେ ନିବେଦନ କରିଛନ୍ତି। ବାୟୁ ମଣ୍ଡଳରେ ଏକ୍ୟୁଆଇ ବା ଏୟାର କ୍ବାଲିଟି ଇଣ୍ଡେକ୍ସ ଯେପରି ୧୦୦ରୁ ଅଧିକ ନହୁଏ ସେ ଦିଗରେ ଦୃଷ୍ଟି ଦିଆଯାଉଛି। ଗତବର୍ଷ ପୁରୁଣା ଭୁବନେଶ୍ବରରେ ଦୀପାବଳି ପରଦିନ ଏକ୍ୟୁଆଇ ମାନ ୫ଶହ ଟପିଯାଇଥିଲା, ଯାହା କି ଦିଲ୍ଲୀଠୁ ବି ଅଧିକ ଥିଲା। ସେପଟେ ଏଥିପ୍ରତି ସଜାଗ ନହେଲେ କେବଳ ମଣିଷ ନୁହେଁ ବୃକ୍ଷଲତା, ଜୀବଜନ୍ତୁଙ୍କ ପ୍ରତି ବି ଏହା କ୍ଷତିକାରକ ବୋଲି ପରିବେଶବିତ୍ କହିଥିବାବେଳେ। ସେପଟେ ବାୟୁ ପ୍ରଦୂଷଣ ଅଧିକ ହେଲେ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେବା ସହ ଲଙ୍ଗସ୍ କୁ ପ୍ରଭାବିତ କରିପାରେ ବୋଲି ଚେତାଇ ଦେଇଛନ୍ତି ଡାକ୍ତର।...

Advertisment

ସେପଟେ ଆସନ୍ତାକାଲି ଦୀପାବଳି ସାଙ୍ଗକୁ ପୟାଶ୍ରାଦ୍ଧ ଥିବାରୁ ଶ୍ରୀମନ୍ଦିର ଆଗରେ ବ୍ୟାପକ ଆୟୋଜନ କରାଯାଇଛି। କାଉଁରିଆ କାଠିରେ ବଡ଼ବଡୁଆ ଡକା ଆରମ୍ଭ ହୋଇଯାଇଥିବାବେଳେ ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ