KOLKATA Photograph: (OTV)
ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାକୁ ଗୁରୁତ୍ବ ଦେଉନି ପଶ୍ଚିମବଙ୍ଗ ସରକାର କି ପ୍ରଶାସନ। ପୀଡିତା ଓ ତାଙ୍କ ପରିବାରକୁ ହସ୍ପିଟାଲରେ ଭେଟିବା ପରେ ବଡ଼ ବୟାନ ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ସେ କହିଛନ୍ତି, ପୀଡ଼ିତା ଓ ପରିବାରର ମାନସିକ ସ୍ଥିତି ଭଲ ନାହିଁ। ଯେମିତି ଚିକିତ୍ସା ଯୋଗାଇବା କଥା ସେମିତି ଯୋଗା ଯାଇନାହିଁ।
ଆମେ ଭଲ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛୁ। ପୀଡ଼ିତାଙ୍କ କାଉନ୍ ସେଲିଂ ଆହୁରି ଭଲ କରିବା ପାଇଁ କହିଛୁ। ମାମଲା ଫାଷ୍ଟଟ୍ରାକ୍ କୋର୍ଟକୁ ନେଇ କିପରି ଶୀଘ୍ର ଦଣ୍ଡ ଦିଆଯିବ ସେନେଇ ପୋଲିସ ସହ କଥା ବି ହୋଇଛନ୍ତି। ପଶ୍ଚିମବଙ୍ଗ ପ୍ରଶାସନ ଓ ସରକାର ଘଟଣାକୁ ଗୁରୁତ୍ୱ ଦେଉନି ବୋଲି ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/kolkata-2025-10-14-09-05-05.jpg)