/odishatv-khabar/media/post_attachments/uploadimage/library/16_9/16_9_0/yami_1622891889.jpg)
Yami Gautam
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ। ଶୁକ୍ରବାର ସେ ଇନ୍ଷ୍ଟାଗ୍ରାମରେ ବିବାହ ବେଳର ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଚକିତ କରି ଦେଇଥିଲେ। ଗତକାଲି ସେ ପିଲ୍ମ ‘Uri’ର ଡାଇରେକ୍ଟର ଆଦିତ୍ୟ ଧର୍ଙ୍କୁ ବିବାହ କରିଛନ୍ତି। ‘In your light, I learn to love – Rumi’ କ୍ୟାପ୍ସନ୍ ଲେଖି ୟାମି ୱେଡିଂ ସେରିମୋନି ଫଟୋ ଶେଆର କରିଥିଲେ। ଅତି ଘନିଷ୍ଠ ଲୋକଙ୍କୁ ନେଇ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ୩୨ ବର୍ଷୀୟ ଅଭିନେତ୍ରୀ ୟାମି କହିଛନ୍ତି। ଆଦିତ୍ୟ ମଧ୍ୟ ଇନ୍ଷ୍ଟାଗ୍ରାମରେ ବିବାହ ବେଳର ଫଟୋ ଶେଆର କରିଛନ୍ତି। ଏହା ଏକ ଛୋଟ ଓ ପ୍ରାଇଭେଟ୍ ସେରିମୋନି ଥିଲା।
ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ଗୋହରରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ବିବାହରେ ମାତ୍ର ୧୮ ଜଣ ଲୋକ ସାମିଲ ହୋଇଥିଲେ ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଆଦିତ୍ୟଙ୍କ ପରିବାରର ମାତ୍ର ୫ ଜଣ ଥିଲେ।
ୱେଡିଂ ଫଟୋରେ ଲାଲ୍ ରଙ୍ଗର ଶାଢ଼ୀରେ ୟାମି ଦୁଲ୍ହନ୍ ଲୁକ୍ରେ ସୁନ୍ଦର ଦିଶିବା ସହ ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ଆଦିତ୍ୟ ହ୍ୱାଇଟ୍ ଓ କ୍ରିମ୍ ରଙ୍ଗର ଶେରୱାନିରେ ମଧ୍ୟ ବେଶ୍ ସୁନ୍ଦର ଦିଶୁଥିବା ଦେଖିବାକୁ ମିଳିଛି। ୟାମିଙ୍କ ବିବାହ ବେଳର ଫଟୋ ସାମ୍ନାକୁ ଆସିବା ପରେ ଏବେ ଆଉ କିଛି ଫଟୋ ସାମ୍ନାକୁ ଆସିଛି। ଏହିସବୁ ଫଟୋରେ ବିବାହ ସମୟରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ହେଉଥିବା ଦେଖିବାକୁ ମିଳିଛି। ଉଭୟଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍ର ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ।
/odishatv-khabar/media/post_attachments/wp-content/uploads/2021/06/Capture-1-1.jpg)
/odishatv-khabar/media/post_attachments/wp-content/uploads/2021/06/Capture-2-1.jpg)
/odishatv-khabar/media/post_attachments/wp-content/uploads/2021/06/Capture-3-1.jpg)
ତିନି ବର୍ଷ ହେବ ୟାମି ଓ ଆଦିତ୍ୟ ଡେଟିଂ କରୁଥିଲେ ବୋଲି ଜଣାପଡ଼ିଛି। ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘Uri: The Surgical Strike’ ରେ ଆଦିତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ହିଟ୍ ହୋଇଥିଲା। ଏହାପରେ ସେ ଆହୁରି ଅଧିକ ପରିଚିତ ହୋଇଥିଲେ। ଫିଲ୍ମରେ ୟାମି ର’ ଏଜେଣ୍ଟ୍ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଆଦିତ୍ୟ ‘The Immortal Ashwatthama’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ୟାମି ଫିଲ୍ମ ‘Vicky Donor’, ‘Kaabil’ ଓ ‘Batti Gul Meter Chal’ଭଳି ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି। ସେ ପରବର୍ତ୍ତୀ ଫିଲ୍ମ ‘Bhoot Police’ରେ ମଧ୍ୟ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)