Advertisment

ରାଖୀ କାହିଁକି ଚାହୁଁଥିଲେ ଧନୀ ଲୋକକୁ ବିବାହ କରିବାକୁ? ପଢନ୍ତୁ…

ମୁମ୍ବାଇ: ବିଗ୍ ବସ୍-୧୪ରେ ରାହୁଲ ବୈଦ୍ୟଙ୍କ ସହ ତାଙ୍କ ବୈବାହିତ ସମ୍ପର୍କ ବିଷୟରେ ପ୍ରକାଶ କରିବା ପରଠାରୁ ଏଣ୍ଟରଟେନମେଣ୍ଟ ଜଗତର ଡ୍ରାମା କୁଇନ୍ ରାଖୀ ସାୱନ୍ତ ଚର୍ଚ୍ଚୋରେ ରହିଆସୁଛନ୍ତି। ନିଜ ମନ୍ତବ୍ୟରେ ସମସ୍ତଙ୍କୁ ଚକିତ କରୁଥିବା ରାଖୀ ଏବେ ସୋସିଆଲ ମିଡିଆରେ…

author-image
Pramod Behera
ରାଖୀ କାହିଁକି ଚାହୁଁଥିଲେ ଧନୀ ଲୋକକୁ ବିବାହ କରିବାକୁ? ପଢନ୍ତୁ…

ମୁମ୍ବାଇ: ବିଗ୍ ବସ୍-୧୪ରେ ରାହୁଲ ବୈଦ୍ୟଙ୍କ ସହ ତାଙ୍କ ବୈବାହିତ ସମ୍ପର୍କ ବିଷୟରେ ପ୍ରକାଶ କରିବା ପରଠାରୁ ଏଣ୍ଟରଟେନମେଣ୍ଟ ଜଗତର ଡ୍ରାମା କୁଇନ୍ ରାଖୀ ସାୱନ୍ତ ଚର୍ଚ୍ଚୋରେ ରହିଆସୁଛନ୍ତି। ନିଜ ମନ୍ତବ୍ୟରେ ସମସ୍ତଙ୍କୁ ଚକିତ କରୁଥିବା ରାଖୀ ଏବେ ସୋସିଆଲ ମିଡିଆରେ ବେଶ ଚଳଚଞ୍ଚଳ। ନିକଟରେ ସେ ରିତେଶଙ୍କ ସହ ତାଙ୍କ ବିବାହ ଏବଂ ନିଜ ଆର୍ଥିକ ଅବସ୍ଥା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

Advertisment
publive-image
Source : AtZ-News

ନିକଟରେ ଏକ ବାର୍ତ୍ତାଳାପରେ ରାଖୀ ନିଜ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ତାଙ୍କୁ ତାଙ୍କ ବିବାହ ସ୍ଥିତି ବିଷୟରେ ପଚରାଯାଇଥିଲା କି ଏହା ସର୍ଟେଡ୍ ନା କମ୍ଲିକେଟେଡ ନା ଏବେ କିଛି ବଡ ନିଷ୍ପତ୍ତି ନେବାକୁ ଅଛି। ଏହାର ଉତ୍ତରରେ ରାଖୀ କହିଛନ୍ତି ଯେ ଏହା ଏ ସଵୁର ଏକ ମିଶ୍ରଣ। ତେବେ ତାଙ୍କ ସ୍ୱାମୀ ରିତେଶ ତାଙ୍କୁ କହିଛନ୍ତି ଯେ ସେ ତାଙ୍କ ସହ ରହିବାକୁ ଚାହୁଁଛନ୍ତି।

publive-image
Source : bollywoodShaadis

ରାଖୀ କହିଛନ୍ତି, କରୋନା କାରଣରୁ ସାରା ବିଶ୍ୱ ଖରାପ ପରିସ୍ଥିତି ଯାଉଛି। ତେଣୁ ସେ ମୋତେ ଭେଟିବାକୁ ଆସିପାରୁ ନାହାନ୍ତି। କିନ୍ତୁ ମୁଁ ଅପେକ୍ଷା କରିଛି। ମୋର ଈଶ୍ବରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ମୁଁ ତାଙ୍କ ସହିତ କୌଣସି ନକଲି ବିବାହ କରି ନାହିଁ। ମୁଁ ସହ୍ୟ କରିପାରିବି ନାହିଁ ଯେ ସେ ଅନ୍ୟ କୌଣସି ମହିଳାଙ୍କ ସହିତ ରହିଲେ। ଯେତେବେଳେ ସେ ମୋତେ ବିବାହ କରିଥିଲେ, ସେ ପୂର୍ବରୁ ବିବାହିତ ଥିଲେ ଏବଂ ପିତା ମଧ୍ୟ ହୋଇଥିଲେ। ସେ ମୋତେ ଧୋକା ଦେଇଛନ୍ତି। କିନ୍ତୁ ମୁଁ ସବୁକିଛି ତାଙ୍କ ଉପରେ ଛାଡିଦେଇଛି ଯେ ତାଙ୍କୁ କାହାକୁ ବାଛିବାର ଅଛି। ବର୍ତ୍ତମାନ ନିଷ୍ପତ୍ତି ସେ ହିଁ କେବଳ ନେବେ।

Advertisment
publive-image
Source: Hindi News 18

ବାର୍ତ୍ତାଳାପ ସମୟରେ ରାଖୀଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ଏଯାଏ ସାମ୍ନାକୁ ଆସି ନାହାନ୍ତି ଓ ତାଙ୍କ ବୟସ କେତେ? ଏହାର ଜବାବରେ ରାଖୀ କହିଛନ୍ତି ଯେ ରିତେଶ ୩୭-୩୮ ବର୍ଷର। ମୁଁ ଜାଣି ନଥିଲି ଯେ ସେ ବିବାହିତ ବୋଲି, କିନ୍ତୁ ଏହା ପରେ ମଧ୍ୟ ମୁଁ ତାଙ୍କୁ ବହୁତ ଭଲ ପାଏ। ମୋ ହୃଦୟରେ ତାଙ୍କ ପାଇଁ ବହୁତ ସ୍ଥାନ ଅଛି। ମୁଁ ତାଙ୍କୁ ପୂର୍ବରୁ ଭଲ ପାଉ ନ ଥିଲି କିନ୍ତୁ ବର୍ତ୍ତମାନ ଖୁବ ଭଲପାଉଛି। ମୁଁ ମୋ ଜୀବନରେ ଅନେକ ଦୃଢ ନିଷ୍ପତ୍ତି ନେଇଛି। ଯଦି ମୋର ଏହି ବିବାହ ବିଫଳ ହୁଏ ତେବେ ମୁଁ ମୋ ଜୀବନରେ ଆଉ ଦ୍ଵିତୀୟ ବିବାହ କରିବି ନାହିଁ।

publive-image
Source : Hindustan Times

ରାଖୀ କହିଛନ୍ତି ଯେ ରିତେଶ ମଧ୍ୟ ତାଙ୍କ ପାଇଁ ଓ ତାଙ୍କ ମାଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ମଧ୍ୟ ରାଖୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ତାଙ୍କୁ ମୁମ୍ବାଇରେ ଏକ ଫ୍ଲାଟ ଦେବେ।

ରାଖୀ ଆହୁରି କହିଛନ୍ତି ଯେ “ମୁଁ ଏ ସବୁକୁ ପାର ହେବାକୁ ଚାହୁଁଥିଲି। ମୁଁ ସେହି ଗୁଣ୍ଡାକୁ ନିଜଠାରୁ ଦୂରେଇ ରଖିବାକୁ ଚାହୁଁଥିଲି। ଠିକ୍ ଏତିକି ବେଳେ ମୋ ଫୋନ୍ ବାଜିଲା। ଏହା ରିତେଶଙ୍କ କଲ୍ ଥିଲା। ମୁଁ ରିତେଶଙ୍କୁ କହିଲି ଯେ ସେ ମୋ ପାଇଁ ଜଣେ ଭଲ ପୁଅ ଖୋଜିଦେବା ଦରକାର। ସେତେବେଳେ ଏହା ଚିନ୍ତା କରାଯାଉଥିଲା ଯେ ମୁଁ ବିବାଦୀଯ ଅଟେ, ତେଣୁ ମୋତେ କେହି ବିବାହ କରିବେ ନାହିଁ। ମୁଁ କାହାର ମା ହୋଇପାରିବି ନାହିଁ ଭାଇ କାହିଁକି? ଜଣାନାହିଁ ଏଠି ତ ଲୋକେ ଜେଲରେ କେତେ କେତେ ବର୍ଷ ବିତାଉଛନ୍ତି। ସେମାନେ ମଧ୍ୟ ବିବାହ କରୁଛନ୍ତି। ତାଙ୍କର ବି ପିଲା ହେଉଛି। ମୁଁ ତ କୌଣସି ଅପରାଧ କରି ନାହିଁ। ମୋର ମଧ୍ୟ ବିବାହ କରିବାର ଅଧିକାର ଅଛି। ମତେ କାହିଁକି ଜଜ୍ କରାଯାଉଛି? କେବଳ ଏଇଥିପାଇଁ ତ ଯେହେତୁ ମୁଁ ଇଣ୍ଡଷ୍ଟ୍ରିରେ ଜଣେ ନୃତ୍ୟଶିଳ୍ପୀ, କ’ଣ ହେଲା ସେଇଠୁ? ମୁଁ ଟିକସ ଦେଉ ନାହିଁ କି? ସର୍ବଶେଷରେ ଯାହା ବି ହେଉ ରିତେଶ ବିବାହ ପାଇଁ ରାଜି ହୋଇଥିଲେ। ସେ ମୋତେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦେଖାଇଲେ। ମତେ ଲାଗିଲା ଯେ ମପ ଜୀବନର ସବୁ ସମସ୍ୟା ଏହା ପରେ ଦୂର ହୋଇଯିବ।”

publive-image
Source : Starxnews24

ତାଙ୍କ ଆର୍ଥିକ ଅବସ୍ଥା ଉପରେ ରାଖୀ କହିଛନ୍ତି ଯେ “ମୁଁ ଏହି ପୃଥିବୀରେ ନର୍କ ଦେଖିଛି। ମୋର ବ୍ୟାଙ୍କ ବାଲାନ୍ସ ଶୂନ ଥିଲା। ମା’ଙ୍କ ସ୍ୱାସ୍ଥ୍ୟ ଖରାପ ନ ହେବା ପର୍ଯ୍ୟନ୍ତ ମୁଁ ଏ ବିଷୟରେ କାହାକୁ କିଛି କହି ନଥିଲି। ମୋର ସିଏ ମୋତେ ପ୍ରତାରଣା କଲା। ସେ ମୋର ସମସ୍ତ ସଞ୍ଚୟ ଅନ୍ୟ କାହାର ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲା। ସେହି ଲୋକ ମୋର ଟଙ୍କା କେବେ ଫେରସ୍ତ କରି ନଥିଲା, ପରେ ତା’ର ମୃତ୍ୟୁ ହୋଇଥିଲା।

publive-image
Source : TellyChakkar

ଏହି ବାର୍ତ୍ତାଳାପରେ ରାଖୀ କହିଛନ୍ତି ଯେ ଏହା ହେଉଛି ସବୁଠାରୁ ବଡ କାରଣ ଯେଉଁଥି ପାଇଁ ମୁଁ ଜଣେ ଧନୀ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲି ଯିଏ ମୋ ମା’ଙ୍କ ଚିକିତ୍ସା ପାଇଁ ଅର୍ଥ ଦେଇପାରିବ।

Advertisment
Advertisment