Advertisment

ସମ୍ବଲପୁରୀ ଶାଢ଼ୀରେ ବିଦ୍ୟା ବାଲାନ୍‌ଙ୍କ ନୂଆ ଲୁକ୍‌

ଭୁବନେଶ୍ୱର/ମୁମ୍ବାଇ: ସମ୍ବଲପୁରୀ ଶାଢ଼ୀ ପିନ୍ଧି ନୂଆ ଲୁକ୍‌ରେ ନଜର ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌। ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ ର ଇ-ପ୍ରମୋସନ ଅବସରରେ ଏହି ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ବିଦ୍ୟା ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘ଏହି ଶାଢ଼ୀଟି ହେଉଛି ସମ୍ବଲପୁର ବାନ୍ଧ ଶାଢ଼ୀ। ସୋନୁପର ଜିଲ୍ଲା କେନ୍ଦୁପଲ୍ଲୀର ରମାକାନ୍ତ ମେହେର ଏହି ଶାଢ଼ୀଟିକୁ ବୁଣିଛନ୍ତି। ଏହାକୁ ତିଆରି […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସମ୍ବଲପୁରୀ ଶାଢ଼ୀରେ ବିଦ୍ୟା ବାଲାନ୍‌ଙ୍କ ନୂଆ ଲୁକ୍‌

Vidya Balan

ଭୁବନେଶ୍ୱର/ମୁମ୍ବାଇ: ସମ୍ବଲପୁରୀ ଶାଢ଼ୀ ପିନ୍ଧି ନୂଆ ଲୁକ୍‌ରେ ନଜର ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌। ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ ର ଇ-ପ୍ରମୋସନ ଅବସରରେ ଏହି ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ବିଦ୍ୟା ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି।

Advertisment

ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘ଏହି ଶାଢ଼ୀଟି ହେଉଛି ସମ୍ବଲପୁର ବାନ୍ଧ ଶାଢ଼ୀ। ସୋନୁପର ଜିଲ୍ଲା କେନ୍ଦୁପଲ୍ଲୀର ରମାକାନ୍ତ ମେହେର ଏହି ଶାଢ଼ୀଟିକୁ ବୁଣିଛନ୍ତି। ଏହାକୁ ତିଆରି କରିବା ପାଇଁ ପ୍ରାୟ ମାସେ ସମୟ ଲାଗିଥିଲା।’

ଶାଢ଼ୀକୁ ପିନ୍ଧିବା ପରେ ସେ ବେଶ୍‌ ଖୁସି ଲାଗୁଥିଲେ। ଶାଢ଼ୀଟିକୁ ବୁଣିଥିବା ବୁଣାକାରଙ୍କୁ ସେ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି। କଳା ରଙ୍ଗର ସମ୍ବଲପୁରୀ ଶାଢ଼ୀରେ ବିଦ୍ୟାଙ୍କ ଏହି ନୂଆ ଲୁକ୍‌କୁ ଦେଖି ଓଡ଼ିଆଲୋକେ ବେଶ୍‌ ଖୁସି ହୋଇଛନ୍ତି।

Advertisment
Advertisment
Advertisment