Advertisment

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍‌.ପି. ଚରଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ରେ ତାଙ୍କର କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ସେ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

sp balasubrahmanyam

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

Advertisment

ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍‌.ପି. ଚରଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ରେ ତାଙ୍କର କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ସେ ଭେଣ୍ଟିଲେଟରରେ ଥିଲେ।

ଅଗଷ୍ଟ ୫ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରଠାରୁ ବାଲାସୁବ୍ରମଣ୍ୟମ୍ ଏମ୍‌ଜିଏମ୍ ହେଲ୍‌ଥକେୟାର୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ।

Advertisment

ବାଲାସୁବ୍ରମଣ୍ୟମ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲୟାଲାମ ସମେତ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଥିଲେ। ସିଙ୍ଗର୍ ବ୍ୟତୀତ ସେ ମ୍ୟୁଜିକ୍ ଡାଇରେକ୍ଟର, ଡବିଙ୍ଗ୍ ଆର୍ଟିଷ୍ଟ ଏବଂ ଅଭିନେତା ମଧ୍ୟ ରହିସାରିଥିଲେ। ବାଲାସୁବ୍ରମଣ୍ୟମଙ୍କୁ ପ୍ଲେ’ବ୍ୟାକ୍ ସିଙ୍ଗିଙ୍ଗ୍ ପାଇଁ ୬ଥର ନ୍ୟାଶନାଲ୍‌ ଆୱାର୍ଡ ମିଳିଛି, ଯାହାକି ଏହିସବୁ ଗୀତ ଅଲଗା ଅଲଗା ଭାଷାରେ ଥିଲା। ବଲିଉଡରେ ତାଙ୍କୁ ଫିଲ୍ମ ଫେୟାର୍ ଆୱାର୍ଡ ମଧ୍ୟ ମିଳିଥିଲା। ଏସ୍.ପି. ବାଲା ସୁବ୍ରମଣ୍ୟମ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ପାଇଁ ଅନେକ ଗୀତ ଗାଇଥିଲେ।

Singer Sp Balasubrahmanyam Singer Sp Balasubrahmanyam Passes Away
Advertisment
Advertisment