Advertisment

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଆଶାଲତା ଏକ […]

author-image
Ranjeet Kumar Jena
ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ashalata

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ମିଳିଥିବା ରିପୋର୍ଟ ମୁତାବକ, ଆଶାଲତା ଏକ ମରାଠୀ ଟିଭି ସିରିଏଲରେ ଶୁଟିଂ କରୁଥିଲେ। ଏହି ଶୁଟିଂ ସମୟରେ ଆଶାଲତାଙ୍କ ସମେତ ୨୦ଜଣ କ୍ରୁ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଶାଲତାଙ୍କ ପରଲୋକରେ ବଲିଉଡ୍ ଏବଂ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ବଲିଉଡ୍ ଏବଂ ମରାଠୀ ଅଭିନେତା ଅଶୋକ ସରାଫ୍ ଆଶାଲତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଶା ନିଜ କ୍ୟାରିୟରର ଶୁଭାରମ୍ଭ ଥିଏଟରରୁ କରିଥିଲେ। ଆରମ୍ଭରୁ ସେ ମରାଠୀ ଓ କୋଙ୍କଣୀ ପ୍ଲେ' କରୁଥିଲେ। ସେ ୧୦୦ରୁ ଅଧି କ ହିନ୍ଦି ଓ ମରାଠୀ ଫିଲ୍ମରେ କାମ କରିଥିଲେ। ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅପନେ ପରାୟେ' ଜରିଆରେ ଆଶାଲତା ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅଂକୁଶ, ଆହିସ୍ତା-ଆହିସ୍ତା, ୱ ସାତ୍ ଦିନ୍, ନମକ ହଲାଲ୍ ଭଳି ଫିଲ୍ମରେ ନିଜର ନିଖୁଣ ଅଭିନୟ ଦେଖାଇଥିଲେ।

Advertisment
Advertisment
Advertisment