Advertisment

ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ଏହା କେବଳ ସୁଶାନ୍ତଙ୍କ ଫ୍ୟାନ୍ସ ନୁହେଁ, ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। ଏହି ଘଟଣା ପରେ ସୁଶାନ୍ତଙ୍କ ଦୀର୍ଘ ଦିନର ଅତି ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ସିଂ ଓ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ଅଙ୍କିତା ଲୋଖଣ୍ଡେ ପୁରାପୂରି ଦୁଃଖରେ […]

author-image
Rajalaxmi Sahoo
ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !

sushant 6

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ଏହା କେବଳ ସୁଶାନ୍ତଙ୍କ ଫ୍ୟାନ୍ସ ନୁହେଁ, ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। ଏହି ଘଟଣା ପରେ ସୁଶାନ୍ତଙ୍କ ଦୀର୍ଘ ଦିନର ଅତି ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ସିଂ ଓ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ଅଙ୍କିତା ଲୋଖଣ୍ଡେ ପୁରାପୂରି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାରଣ ଏହି ୩ଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା।

Advertisment

publive-image

ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟ ସନ୍ଦୀପ ଓ ଅଙ୍କିତା ସୁଶାନ୍ତଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌କୁ ମଧ୍ୟ ଯାଇଥିଲେ। ସୁଶାନ୍ତଙ୍କ ସହ ଏହି ୨ଜଣଙ୍କ ଅତି ଘନିଷ୍ଠ ସମ୍ପର୍କ ଥିଲା ବୋଲି କୁହାଯାଉଛି।

publive-image

ସୁଶାନ୍ତଙ୍କୁ ମନେ ପକାଇ ସନ୍ଦୀପ, ସୋସିଆଲ୍‌ ମିଡିଆରେ ଏକ ଭାବପ୍ରବଣ(ଇମୋସ୍‌ନାଲ୍‌) ପୋଷ୍ଟ ଶେଆର୍‌ କରିଛନ୍ତି। ଏଥିରେ ସେ ସୁଶାନ୍ତ ଓ ଅଙ୍କିତାଙ୍କ ରିଲେସନ୍‌ସିପ୍‌ କେମିତି ଥିଲା ସେସମ୍ପର୍କରେ ଲେଖିବା ସହ ସୁଶାନ୍ତଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ କେମିତି ଥିଲା ସେ ଲେଖିଛନ୍ତି।

Advertisment

publive-image

ଇନ୍‌ଷ୍ଟାଗ୍ରାମରେ ସନ୍ଦୀପ ତାଙ୍କର ଭାବନାକୁ ବ୍ୟକ୍ତ କରି ଲେଖିଛନ୍ତି, ‘ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଗଭୀର ଭଲ ପାଇବା ଥିଲା। ଉଭୟଙ୍କ ଭଲ ପାଇବା ଶାସ୍ୱତ, ଚିରନ୍ତନ ଥିଲା। ଏପରିକି ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ।

publive-image

ଅଙ୍କିତାଙ୍କ ଉଦ୍ଦେଶ୍ୟରେ ସନ୍ଦୀପ ଲେଖିଛନ୍ତି, ’ ମୁଁ ଜାଣେ ତୁମେ(ଅଙ୍କିତା) ହିଁ କେବଳ ଯିଏକି ତାଙ୍କୁ(ସୁଶାନ୍ତ) ବଞ୍ଚାଇ ପାରିଥାନ୍ତ। ତୁମେ ତାର(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍, ସ୍ତ୍ରୀ ଓ‌ ମା’ ମଧ୍ୟ ଥିଲ। ଆଉ ତୁମେ ସବୁବେଳେ ତାଙ୍କର ଭଲ ବନ୍ଧୁ ମଧ୍ୟ ଥିଲ। ଯେତେବେଳେ ତୁମେ ୨ ଜଣ ଜଣେ ଆଉ ଜଣଙ୍କ ଠାରୁ ଅଲଗା ହୋଇଯାଇଥିଲ, ସେତେବେଳେ ମଧ୍ୟ ତୁମେ ସୁଶାନ୍ତଙ୍କର ଖୁସି ଓ ସଫଳତା ପାଇଁ ଭଗବାନଙ୍କ ନିକଟରେ ସବୁବେଳେ ପ୍ରାର୍ଥନା କରୁଥିଲ। ତୁମେ ଆଜି ମଧ୍ୟ ତୁମ ଘରର ନେମ୍‌ ପ୍ଲେଟ୍‌ରେ ତାଙ୍କର(ସୁଶାନ୍ତ) ନାଁ ହଟାଇ ନାହଁ। 

ସନ୍ଦୀପ ଆହୁରି ଲେଖିଛନ୍ତି, ‘ସୁଶାନ୍ତ ଓ ଅଙ୍କିତାଙ୍କ ସହ କଟାଇଥିବା ମୁଁ ସମସ୍ତ ସ୍ମୃତିକୁ ବହୁତ ମିସ୍‌ କରୁଛି। ପ୍ରିୟ, ଅଙ୍କିତା, ଏସବୁ ଦିନକୁ ମନେ ପକାଇବା ସହ ମୋତେ ବାରମ୍ବାର ବ୍ୟଥିତ ଲାଗୁଛି ଯେ, ଯଦି ଆମେ ଅଧିକ ଚେଷ୍ଟା କରିଥାନ୍ତେ, ତା’ହେଲେ ଆମେ ତାଙ୍କୁ ଅଟକାଇ ପାରିଥାନ୍ତୁ’।
https://www.instagram.com/p/CBn0XV5pYku/?utm_source=ig_web_copy_link
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୧୧ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ…

Sushant Singh Rajput Actor Sushant Singh Rajput Sushant Singh Rajput Latest News ସୁଶାନ୍ତ ସିଂ ରାଜପୁତ୍‌ ସୁଶାନ୍ତ ସିଂ ରାଜପୁତ ଖବର Latest News Of Sushant Singh Rajput Sushant Singh Rajput News In Odia Sushant Singh Ex-girl Friend Ankita Lokhande
Advertisment
Advertisment