Vijay Photograph: (OTV)
କରୁର ଦଳାଚକଟା ମାମଲାର ଆଜି ପୁଣି ଥଲାପତି ବିଜୟଙ୍କୁ ଘାଣ୍ଟିବ ସିବିଆଇ। ଆଜି ଦ୍ବିତୀୟ ଥର ପାଇଁ ସେ ହାଜର ହେବେ। ଏଥିପାଇଁ ଗତକାଲି ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଜାନୁଆରୀ ୧୨ ତାରିଖରେ ତାଙ୍କୁ ସିବିଆଇ ୬ ଘଣ୍ଟାରୁ ଅଧିକ ସମୟ ମାରାଥନ୍ ଜେରା କରିଥିଲା। ତାପରଦିନ ବି ହାଜର ହେବାକୁ କୁହାଯାଇଥିଲା।
କିନ୍ତୁ ପୋଙ୍ଗଲ ପର୍ବ ପାଇଁ ଅନ୍ୟ ଏକ ତାରିଖ ମାଗିଥିଲେ ବିଜୟ। ଆଜି ପୁଣି ଥରେ ଜେରା ପାଇଁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ଥଲାପତି ବିଜୟ। ପୂର୍ବରୁ ଜେରା ବେଳେ କରୁର୍ ଦଳଚକଟା ପାଇଁ ତାଙ୍କ ଦଳ ଦାୟୀ ନୁହଁ ବୋଲି ସେ କହିଥିଲେ। ତାସହ କହିଥିଲେ ଦୁର୍ଘଟଣାକୁ ଏଡାଇବା ପାଇଁ ସ୍ଥାନ ଛାଡି ଚାଲିଯାଇଥିଲି।
ଗତ ସେପ୍ଟେମ୍ବର ୨୭ରେ ବିଜୟଙ୍କ ଦ୍ୱାରା ସମ୍ବୋଧିତ ଏକ ବିଶାଳ ରାଜନୈତିକ ରାଲିରେ ଘଟିଥିଲା ବଡ଼ଧରଣର ଦଳାଚକଟା। ଯେଉଁଥିରେ ୪୧ ଜଣଙ୍କ ଜୀବନ ଯିବା ସହ ପ୍ରାୟ ୬୦ ଜଣ ଆହତ ହୋଇଥିଲେ। ଏଭଳି ଦୁର୍ଘଟଣା ତାମିଲନାଡୁର ସାମ୍ପ୍ରତିକ ରାଜନୈତିକ ଇତିହାସରେ ସବୁଠୁ ବଡ଼ ବୋଲି କୁହାଯାଉଛି।
ପୁଣି ବିଜୟଙ୍କୁ ଘାଣ୍ଟିବ CBI
ଆଜି ପୁଣି CBIରେ ହାଜର ହେବେ ଥଲାପତି ବିଜୟ
ଦିଲ୍ଲୀ CBI ମୁଖ୍ୟାଳୟରେ ହାଜର ହେବେ ଥଲାପତି ବିଜୟ
କରୁର ଦଳାଚକଟା ମାମଲାରେ ଜେରା କରିବ CBI
ଜାନୁଆରୀ ୧୨ରେ ୬ ଘଣ୍ଟାରୁ ଅଧିକ ଧରି ଘାଣ୍ଟିଥିଲା CBI
୧୩ ତାରିଖରେ ବି ହାଜର ହେବାକୁ କହିଥିଲା ତଦନ୍ତକାରୀ ସଂସ୍ଥା
ପୋଙ୍ଗଲ ପାଇଁ CBIକୁ ଅନ୍ୟ ଏକ ତାରିଖ ମାଗିଥିଲେ ବିଜୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/19/vijay-2026-01-19-09-05-24.jpg)