pritika
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ମୁମ୍ବାଇର ଆଉ ଏକ ଡ୍ରଗ୍ସ ସପ୍ଲାଏ ଗ୍ରୁପ୍ର ପର୍ଦ୍ଦାଫାସ କରିଛି। ଏହି ଗ୍ରୁପ୍ରେ କେତେକ ଅଭିନେତା ଓ ଅଭିନେତ୍ରୀ ଡ୍ରଗ୍ସ ସପ୍ଲାଏ କରିବା ଓ ଡ୍ରଗ୍ସ ନେବା କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଛି।
ଏହି ଘଟଣାରେ ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି ଏନ୍ସିବି। ସେ ହେଲେ ଟିଭି ଅଭିନେତ୍ରୀ ପ୍ରୀତିକା ଚୌହ୍ୱାନ। ସେ ଡ୍ରଗ୍ସ କିଣୁଥିବା ବେଳେ ଏନ୍ସିବି ତାଙ୍କୁ ରେଡ୍ ହେଣ୍ଡେଡ୍ ଧରିଥିଲା। କିଛି ସମୟ ପରେ ପ୍ରୀତିକାଙ୍କୁ କିଲ୍ଲାକୋର୍ଟରେ ହାଜର କରାଯିବ।ପ୍ରୀତିକା ସାବଧାନ ଇଣ୍ଡିଆ, ଏବଂ ଦେବୋ କି ଦେବ ମହାଦେବ ଧାରାବାହିକରେ ଅଭିନୟ କରିଛନ୍ତି।
/odishatv-khabar/media/post_attachments/wp-content/uploads/2020/10/tv-actor-preetika-chauhan-arrested-by-ncb-in-drugs-case-main.jpg)
ମିଳିଥିବା ସୂଚନା ଅନୁସାରେ ଡ୍ରଗ୍ସ ଗ୍ରୁପକୁ ଧରିବା ପାଇଁ ମୁମ୍ବାଇ ଏନ୍ସିବିର ସଦସ୍ୟମାନେ ସାଧାରଣ ପୋଷାକରେ ଭରସୋଭା ଅଞ୍ଚଳରେ ମୃତୟନ ଥିଲେ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କୁ ଗରିଫ କରାଯାଇଥିବା ବେଳେ ଅପରେସନ ଜାରି ରହିଛି।/odishatv-khabar/media/post_attachments/originals/2e/6e/4f/2e6e4f5f887c89804dd3ff4b0e3d63e9.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pritika_1625185547.jpg)