Advertisment

From Stage to Street: ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ଧଳ ଓ ଯାତ୍ରା ଅଭିନେତା ସାଇ ସତ୍ୟଜିତଙ୍କ ମଧ୍ୟରେ ଥମୁନି ବିବାଦ, କଳି ଏବେ ଦାଣ୍ଡରେ ପଡ଼ି ହାଟରେ

ଛିଡୁନି କଳି, ତୁଟିନି ବିବାଦ। ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନରାୟଣ ଧଳ ଓରଫ୍ ନାଣ୍ଡୁ ଓ ଯାତ୍ରା ଅଭିନେତା ସାଇ ସତ୍ୟଜିତଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଏଇ ବିବାଦରୁ ସାଇ-ପାୟଲ ଯାତ୍ରା ଯୋଡ଼ି ତୁଳସୀ ମଞ୍ଚରୁ ଓହ୍ଲାଇ ପଡ଼ିଥିବା ବେଳେ ଏବେ ଏମାନଙ୍କ ବିନା ଯାତ୍ରା ମଞ୍ଚସ୍ଥ କରୁଛି ତୁଳସୀ ଗଣନାଟ୍ୟ।

author-image
Tapan Swain
Jollywood

Jollywood Photograph: (OTV)

ତୁଳସୀ ଗଣନାଟ୍ୟକୁ ଆଉ ଫେରିବେନି କି ଅଭିନେତା ସାଇ ସତ୍ୟଜିତ୍ ? ନା ଆଗକୁ ଏ ହିଟ୍ କଳାକାରଙ୍କୁ ଅପେରା ସୂର୍ଯ୍ୟମନ୍ଦିରରେ ଦେଖିବେ ଦର୍ଶକ ? ଯାତ୍ରା ଅଭିନେତା ସାଇ ସତ୍ୟଜିତ ଓ ମାଲିକ ନାଣ୍ଡୁ ଧଳଙ୍କ ମଧ୍ୟରେ ଏତିକିରେ ତୁଟିବ ବିବାଦ, ନା ଆଗକୁ କୋର୍ଟରେ ଚାଲିବ ଲଢେଇ ? ଏ ବର୍ଷ ଖଣ୍ଡଗିରି ଯାତ୍ରା ମହୋତ୍ସବରୁ ତୁଳସୀ ଗଣନାଟ୍ୟରେ ଦେଖାଦେଇଥିବା ମାଲିକ-କଳାକାର କଳି ଏବେ ଦାଣ୍ଡରେ ପଡ଼ି ହାଟରେ।

Advertisment

ଚୁକ୍ତି ଆଉ ଟଙ୍କା ଦେଣନେଣକୁ ନେଇ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଗଲା ୫ ତାରିଖରେ ମଂଚରୁ ଓହ୍ଲାଇପଡ଼ିଛନ୍ତି ଅନୁଷ୍ଠାନର ହାଇ ଡିମାଣ୍ଡ କଳାକାର ସାଇ ସତ୍ୟଜିତ ପଣ୍ଡା। ତା ସହ ଆଗକୁ ଜୀବନସାଥୀ ଭାବେ ବାଛିବାକୁ ଯାଉଥିବା ଯୋଡ଼ି ପାୟଲଙ୍କୁ ମଧ୍ୟ ସାଙ୍ଗରେ ନେଇ ତୁଳସୀ ପେଣ୍ଡାଲଠୁ ମୁହଁ ଫେରାଇ ନେଇଛନ୍ତି ଉଭୟ କଳାକାର।

ସାଇଙ୍କ ମାଆ ଏତଲା ଦେବା ପରେ...

ଖାଲି ସେତିକି ନୁହଁ, ପାର୍ଟି ନ ଛାଡିବାକୁ ନାଣ୍ଡୁ ଧଳ, ତାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗରେ ଖଣ୍ଡଗିରି ଥାନାରେ ସାଇଙ୍କ ମାଆ ଏତଲା ଦେବା ପରେ ଅଡୁଆ ଭିତରେ ଛନ୍ଦି ହୋଇଛନ୍ତି ମାଲିକ ନାଣ୍ଡୁ ଧଳ।...

Advertisment

ସେପଟେ ଅଭିନେତା ସାଇ ସତ୍ୟଜିତ ଟଙ୍କା ଲୋଭରେ ପାର୍ଟି ସହ ଚୁକ୍ତି ଖିଲାପ କରି ତୁଳସୀର କ୍ଷତି ଘଟାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଲିକ ନାଣ୍ଡୁ ଧଳ। ଏ ନେଇ ନାଣ୍ଡୁ ମଧ୍ୟ ଖଣ୍ଡଗିରି ଥାନାରେ ଦେଇଛନ୍ତି ପାଲଟା ଏତଲା।

ଏଭଳି ସ୍ଥିତିରେ ଗତ ୫ ତାରିଖରୁ ତୁଳସୀ ପେଣ୍ଡାଲ ଛାଡ଼ିଥିବା ସାଇ-ପାୟଲ ଯୋଡ଼ି, ଆଉ ତୁଳସୀ ଫେରୁନଥିବାରୁ ଏବେ ବିନା ସାଇ-ପାୟଲ ଯୋଡ଼ିରେ ବିକଳ୍ପ କଳାକାରଙ୍କୁ ମଞ୍ଚକୁ ଉଠାଇ କାମ ଚଳାଇ ନେଉଛନ୍ତି ନାଣ୍ଡୁ ବାବୁ। ସେପଟେ ଯାତ୍ରା କଳାକାର ଓ ମାଲିକଙ୍କ ଭିତରେ ଏ ବିବାଦ ଏବେ ଅଦାଲତ ଆଡ଼କୁ ମୁହାଁଉଥିବା ବେଳେ ଏ ନେଇ ପାର୍ଟି ଖୋଲୁ ନାହାନ୍ତି ମାଲିକ ସଂଘ। ସେହିଭଳି କଳାକାର ଆସୋସିଏସନ୍ ବି ପାଟି ଚୁପ୍ କରି ବସିଛି।...

ଏହା ପୂର୍ବରୁ ଜଲିଉଡ୍ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଳାକାର ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସିଂହବାହନୀ ଓ ଅପେରା ସୂର୍ଯ୍ୟମନ୍ଦିର ମଧ୍ୟରେ ଦେଖାଦେଇଥିଲା ସମାନ ଧରଣର ବିବାଦ। ଏ ମାମଲା ଏବେ ବି କୋର୍ଟରେ ଗଡୁଥିବା ବେଳେ, ନାଣ୍ଡୁ-ସାଇ ବିବାଦ, ଏବେ କେଉଁ ମୋଡ଼ ନେଉଛି, ତା ଉପରେ ଯାତ୍ରାପ୍ରେମୀଙ୍କ ନଜର।...

Tulasi Gananatya Jollywood
Advertisment
Related Articles
Advertisment