Advertisment

ସମୁଦ୍ରକୂଳରେ ସାର୍ଟଲେସ୍ ବଡିରେ ନଜର ଆସିଲେ ଟାଇଗର୍

ନୂଆଦିଲ୍ଲୀ: ବଲିଉଡର୍ ମୋଷ୍ଟ ଆକ୍ସନ ହୀରୋ ଟାଇଗର୍ ଶ୍ରଫ୍ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ସେ ସବୁବେଳେ ଚଳଚଞ୍ଚଳ ରହୁଥିବା ଦେଖିବାକୁ ମିଳେ। ତାଙ୍କ ଫିଟନେସ୍ ଭିଡିଓ ହେଉ ବା ଫଟୋ ସବୁ ଭାଇରାଲ୍ ହେଉଥିବା ଦେଖାଯାଏ। ତାଙ୍କ ଫିଟନେସକୁ ନେ‍ଇ ସମସ୍ତେ ପାଗଳ। ଏବେ ଏକ ଫିଟନେସ୍ ଫଟୋକୁ ନେଇ ଟାଇଗରଙ୍କ ସୋସିଆଲ୍ ମିଡିଆ ପେଜ୍ ଚଳଚଞ୍ଚଳ ହୋଇପଡିଛି। କାରଣ ସେ ତାଙ୍କର ଇନଷ୍ଟାଗ୍ରାମ୍ ପେଜରେ ଏକ […]

author-image
Pramod Behera
ସମୁଦ୍ରକୂଳରେ ସାର୍ଟଲେସ୍ ବଡିରେ ନଜର ଆସିଲେ ଟାଇଗର୍

Tigera

ନୂଆଦିଲ୍ଲୀ: ବଲିଉଡର୍ ମୋଷ୍ଟ ଆକ୍ସନ ହୀରୋ ଟାଇଗର୍ ଶ୍ରଫ୍ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ସେ ସବୁବେଳେ ଚଳଚଞ୍ଚଳ ରହୁଥିବା ଦେଖିବାକୁ ମିଳେ। ତାଙ୍କ ଫିଟନେସ୍ ଭିଡିଓ ହେଉ ବା ଫଟୋ ସବୁ ଭାଇରାଲ୍ ହେଉଥିବା ଦେଖାଯାଏ। ତାଙ୍କ ଫିଟନେସକୁ ନେ‍ଇ ସମସ୍ତେ ପାଗଳ। ଏବେ ଏକ ଫିଟନେସ୍ ଫଟୋକୁ ନେଇ ଟାଇଗରଙ୍କ ସୋସିଆଲ୍ ମିଡିଆ ପେଜ୍ ଚଳଚଞ୍ଚଳ ହୋଇପଡିଛି। କାରଣ ସେ ତାଙ୍କର ଇନଷ୍ଟାଗ୍ରାମ୍ ପେଜରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ସାର୍ଟଲେସ୍ ଥିବା ଦେଖାଯାଏ। ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଏହି ଫଟୋରେ ଟାଇଗର୍ ଗର୍ବର ସହିତ ତାଙ୍କ ଆକର୍ଷଣୀୟ ଟୋଣ୍ଡ୍ ବଡି ଓ ଆବ୍ସ ଦେଖେଇଛନ୍ତି। ସେ ଏକ ସ୍ନାନକାଳୀନ ପୋଷାକରେ ନଜର ଆସିଛନ୍ତି। ସେ ଏକ ରେଡ୍ ଓ ବ୍କାକର୍ ପ୍ରିଣ୍ଟେଡ୍ ସର୍ଟ୍ସ ପିନ୍ଧିଛନ୍ତି।

ଏହି ଫଟୋକୁ ନେ‍ଇ ଲକ୍ଷାଧିକ ଲାଇକ୍ ଆସିସାରିଲାଣି। ଏହି ଫଟୋରେ ଟାଇଗର ଏକ ସ୍ପେଶାଲ୍ କ୍ୟାପସନ ମଧ୍ୟ ରଖିଛନ୍ତି। ସେ କହିଛନ୍ତି, ‘ Did you just call... beachhh?’ ଏହି ଫଟୋରେ ଲାଇକ ସାଙ୍ଗକୁ ଗଦା ଗଦା କମେଣ୍ଟ ମାଧ୍ୟ ଆସୁଛି। ଜଣେ ପ୍ରଶଂସକ “ସାନଦାର୍ ବଡି” କହିଥିବା ବେଳେ ଅନ୍ୟଜଣେ “ଡେସିଂ” ବୋଲି କହିଛନ୍ତି।

Advertisment

ଏହି ଫଟୋରେ ଟାଇଗରଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍ ମଧ୍ୟ ନିଜର ମତ ରଖିଛନ୍ତି। ସେ ତାଙ୍କୁ ସୁପରମ୍ୟାନ୍ କହିବା ସହିତ ପରିଶ୍ରମୀ ବୋଲି କହିଛନ୍ତି। ଏହି ଫଟୋରେ ଟାଇଗରଙ୍କ ଗର୍ଲଫ୍ରେଣ୍ଡ୍ ଦିଶା ପାଟନୀଙ୍କ କମେଣ୍ଟ ମଧ୍ୟ ଦେଖିବାକୁ ମିଳେ। ସେ ଏକ ଫାୟାର ଇମୋଜି ଦେଇଥିବା ଦେଖାଯାଏ।

publive-imageଯଦି ଆମେ ଟାଇଗରଙ୍କ କାମର କଥା କହିବା ତେବେ ସେ ଖୁବ୍ ଶୀଘ୍ର “ଗଣପତ୍”ରେ ଦେଖାଦେବେ। ଏଥିରେ ତାଙ୍କ ସହ କୃତୀ ସେନନ ମଧ୍ୟ ଦେଖାଦେବେ। ଏହି ଯୋଡିଙ୍କୁ ଦର୍ଶକେ ପୂର୍ବରୁ “ହୀରୋପନ୍ଥୀ”ରେ ଦେଖିଥିବା ବେଳେ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ। “ଗଣପତ୍”ର ନିର୍ଦ୍ଦେଶନା ଦାୟିତ୍ୱ ବିକାଶ ବହଲ ନେଇଛନ୍ତି। ଏହାଛଡା ଟାଇଗର୍ ହୀରୋପନ୍ଥୀ-୨”ରେ ମଧ୍ୟ ନଜର ଆସିବେ। ଏଥିରେ ତାରା ସୁତାରିଆଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଆପଣମାନେ ଜାଣିଥାନ୍ତୁ, ଟାଇଗରଙ୍କ ଏହି ଫିଲ୍ମଟି ୨୦୨୧ର ଶେଷ ଆଡକୁ ମୁକ୍ତିଲାଭ କରିବ।

Advertisment
Advertisment