Advertisment

କରାେନା ପ୍ରଭାବ; ସିନେମା ଛାଡ଼ି ଗ୍ରୋସରୀ ଦୋକାନ ଖୋଲିଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କରୋନା ଯୋଗୁ ପ୍ରାୟ ୪ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ୍ ଜାରି ରହିଛି। ଲକଡାଉନ୍ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଫିଲ୍ମ ବନ୍ଦ ରହିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡ଼ିତ କଳାକାର ଓ ନିର୍ଦ୍ଦେଶକ ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ଆମେ ଏମିତି ଜଣେ ନିର୍ଦ୍ଦେଶକଙ୍କ କଥା କହିବା, ଯିଏ ନିଜର ଆର୍ଥିକ ସମସ୍ୟା ଦୂର କରିବା […]

author-image
Ranjeet Kumar Jena
କରାେନା ପ୍ରଭାବ; ସିନେମା ଛାଡ଼ି ଗ୍ରୋସରୀ ଦୋକାନ ଖୋଲିଲେ ନିର୍ଦ୍ଦେଶକ

tamil

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କରୋନା ଯୋଗୁ ପ୍ରାୟ ୪ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ୍ ଜାରି ରହିଛି। ଲକଡାଉନ୍ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଫିଲ୍ମ ବନ୍ଦ ରହିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡ଼ିତ କଳାକାର ଓ ନିର୍ଦ୍ଦେଶକ ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ଆମେ ଏମିତି ଜଣେ ନିର୍ଦ୍ଦେଶକଙ୍କ କଥା କହିବା, ଯିଏ ନିଜର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଗ୍ରୋସରୀ ଦୋକାନ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ସେ ହେଉଛନ୍ତି ତାମିଲ୍ ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ। ଆନନ୍ଦଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଖୋଲିବା ସମ୍ଭାବନା ବହୁତ କମ୍।

Advertisment

https://twitter.com/ANI/status/1279154642438565888?s=20

ତାମିଲ୍ ଫିଲ୍ମ ଜଗତରେ ୧୦ବର୍ଷରୁ ଅଧିକ ସମୟ ବିତାଇଥିବା ଆନନ୍ଦ ସବୁକିଛି ସାମାନ୍ୟ ହେବା ନେଇ ଆଶା କରୁଥିଲେ। କିନ୍ତୁ ତାଙ୍କୁ ଅନୁଭୂତ ହେଲା ଯେ ଆସନ୍ତାବର୍ଷ ପର୍ଯ୍ୟନ୍ତ ଫିଲ୍ମ ଥିଏଟର୍ ବନ୍ଦ ରହିବ। ତେଣୁ ଘର ଖର୍ଚ୍ଚ ଚଳାଇବା ପାଇଁ ସେ ଗ୍ରୋସରୀ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରୋସରୀ ଦୋକାନ ଖୋଲିବା ପାଇଁ ସେ ନିଜର ସଞ୍ଚିତ ଅର୍ଥ ବ୍ୟବହାର କରିଛନ୍ତି ଏବଂ ନିଜ ବନ୍ଧୁଙ୍କଠାରୁ ଚେନ୍ନାଇର ମୌଲିଭାକ୍କାମ ସ୍ଥିତ ଏକ ବିଲ୍ଡିଂକୁ ଭଡ଼ାରେ ନେଇ ସେଠାରେ ଗ୍ରୋସରୀ ଦୋକାନ ଖୋଲିଛନ୍ତି।

publive-imageଲକଡାଉନ୍ ହେବା ପରେ ଆନନ୍ଦ ନିଜ ଘରେ ସମୟ କାଟୁଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଅନୁଭୂତ ହେଲା ଯେ ତାମିଲନାଡୁରେ କେବଳ ଗ୍ରୋସରୀ ଓ ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି, ସେହି ସମୟରେ ସେ ଏହି ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ। ଆନନ୍ଦ କହିଛନ୍ତି, ଡାଲି, ଚାଉଳ ସମେତ ସମସ୍ତ ରାସନ ସେ ବିକ୍ରି କରୁଛନ୍ତି ଏବଂ ତାହା ପୁଣି ବହୁତ କମ୍ ଦାମରେ।

Advertisment

publive-imageଫିଲ୍ମ କାମ ଆରମ୍ଭ ହେବା ଏବଂ ଗ୍ରୋସରୀ ଦୋକାନ ଖୋଲିବାକୁ ନେଇ ଆନନ୍ଦ କହିଛନ୍ତି, ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରୀର କୌଣସି ଭବିଷ୍ୟତ ଦେଖାଯାଉ ନାହିଁ, କାରଣ ପ୍ରଥମେ ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବାକୁ ପଡ଼ିବ। ଫିଲ୍ମ ଥିଏଟର୍ ମଲ୍, ପାର୍କ ଏବଂ ସମୁଦ୍ର ବିଚରେ ଖୋଲିବା ପରେ ହିଁ ସବୁକିଛି ସାଧାରଣ ହେବ। ଥିଏଟର୍ ଖୋଲିବା ପରେ ହିଁ ମୋ କାମ ପୁଣିଥରେ ଆରମ୍ଭ ହେବ ଏବଂ ସେଯାଏ ମୁଁ ଗ୍ରୋସରୀ ଦୋକାନ ଚଲାଇବି।

publive-imageସୂଚନାଯୋଗ୍ୟ, ତାମିଲ୍ ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ ନିଜର ୧୦ବର୍ଷର କ୍ୟାରିୟରରେ ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। କମ୍ ବଜେଟରେ ଫିଲ୍ମ କରିବା ପାଇଁ ସେ ବହୁତ ପରିଚିତ। ଆନନ୍ଦ 'ଓରୁ ମାଝାଇ ନାଙ୍ଗୁ ସାରାଲ୍' ଓ 'ମୌନା ମାଝାଇ' ନାମକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ପରବର୍ତ୍ତୀ ଫିଲ୍ମ 'ଥୁନିନଥୁ ସେ' ରିଲିଜ୍ ଅପେକ୍ଷାରେ ଅଛି।

Advertisment
Advertisment