Advertisment

ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହ ବ୍ରେକଅପ୍‌ କଲେ ସୁସ୍ମିତା ସେନ୍‌ !

ମୁମ୍ୱାଇ: ପୂର୍ବତମ ମିସ୍‌ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ୍‌ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨ ପୋଷ୍ୟକନ୍ୟା ପାଳନ କରୁଥିବା ସୁସ୍ମିତା କିଛି ଦିନ ହେବ ନିଜଠୁ ୧୫ ବର୍ଷ ସାନ ରୋହମାନ୍‌ ଶଲ୍‌ଙ୍କୁ ଡେଟ୍‌ କରୁଥିଲେ। ଉଭୟ ନିଜ ଆକାଉଣ୍ଟରେ ବହୁ ରୋମାଣ୍ଟିକ ଫଟୋ […]

author-image
Otv Khabar Bureau
ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହ ବ୍ରେକଅପ୍‌ କଲେ ସୁସ୍ମିତା ସେନ୍‌ !

744323-rohman-sush

ମୁମ୍ୱାଇ: ପୂର୍ବତମ ମିସ୍‌ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ୍‌ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

Advertisment

୨ ପୋଷ୍ୟକନ୍ୟା ପାଳନ କରୁଥିବା ସୁସ୍ମିତା କିଛି ଦିନ ହେବ ନିଜଠୁ ୧୫ ବର୍ଷ ସାନ ରୋହମାନ୍‌ ଶଲ୍‌ଙ୍କୁ ଡେଟ୍‌ କରୁଥିଲେ। ଉଭୟ ନିଜ ଆକାଉଣ୍ଟରେ ବହୁ ରୋମାଣ୍ଟିକ ଫଟୋ ଶେଆର କରୁଥିବା ବେଳେ ଏବେ ସେମାନଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇଥିବା ଜଣାଯାଇଛି। କିନ୍ତୁ ରୋହମନ୍‌ଙ୍କ ଇନଷ୍ଟା ଷ୍ଟୋରି ଦେଖିଲେ ଉଭୟଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇଥିବା ସ୍ପଷ୍ଟ ହୋଇଗଲାଣି। ସୁସ୍ମିତା ମଧ୍ୟ ଇନଷ୍ଟାଗ୍ରାମରେ ରୋହମନ୍‌ଙ୍କୁ ଫଲୋ କରିବା ବନ୍ଦ କରି ଦେଲେଣି।

publive-image

ନିଜ ଇନଷ୍ଟାରେ ରୋହମନ୍‌ ଲମ୍ବା ଷ୍ଟୋରି ପୋଷ୍ଟ କରି ମନର ରାଗ ଶୁଝାଇଛନ୍ତି। ରୋହମନ୍‌ ଲେଖିଛନ୍ତି, "ମୁଁ ଏଠାରେ ତୁମ ସହ କଥା ହେଉଛି। ଏପରି କ’ଣ ରହିଛି ଯାହା ତୁମକୁ ହଇରାଣ କରୁଛି। ମୁଁ ଏଠାରେ ୨୪ ଘଣ୍ଟା ତୁମ କଥା ଶୁଣୁଥିବା ବେଳେ ତୁମେ କ’ଣ ଭାବୁଛ।"

Advertisment

ସେହିପରି ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, "ତୁମେ କ’ଣ ଭାବୁଛ, ଏହି ସମ୍ପର୍କ ବଞ୍ଚାଇ ରଖିବାକୁ କେବଳ ତୁମେ ବହୁତ କିଛି କରୁଛ, ଏଥିଲାଗି ତୁମ ପାର୍ଟନରଙ୍କର କିଛି ଅବଦାନ ନାହିଁ। ଆପଣ ନିଜ ଇଚ୍ଛାରେ ଯାହା କରୁଛନ୍ତି, ଭାବନ୍ତୁ ନାହିଁ ଯେ ଆପଣଙ୍କ ପାର୍ଟନର ମଧ୍ୟ ଠିକ୍‌ ତାହା ହିଁ କରିବେ। ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ବିନା କୌଣସି ସ୍ୱାର୍ଥରେ ଯଦି ଆପଣଙ୍କ ଇଚ୍ଛା ହେଉଛି, ତା ହେଲେ ତାଙ୍କ ପାଇଁ କିଛି କରି ପାରନ୍ତି। ହେଲେ ଏ ନେଇ ତାଙ୍କଠୁ କିଛି ଆଶା ରଖନ୍ତୁ ନାହିଁ।"

ଏହାପରେ ଲେଖିଛନ୍ତି, "ନିଜକୁ ଭଲ ଭାଇବା ଶିଖ। ଯଦି ଆପଣଙ୍କୁ ଜଣେ ସମ୍ମାନ, ଭଲ ପାଇବା ଦେଉ ନାହିଁ, ତା’ ସହ ରହିବା ଭୁଲ ନିଷ୍ପତ୍ତି। ସେପରି ଲୋକର ଭଲ ପାଇବା ଉପରେ କୌଣସି ଅଧିକାର ନାହିଁ। ଯଦି ଆପଣ ଏକୁଟିଆ ରହିବା ସମୟରେ ବୋର ହୋଇ ଯାଉଛନ୍ତି, କିପରି ଭାବୁଛନ୍ତି ଆପଣଙ୍କ ପାର୍ଟନର ଆପଣଙ୍କ ସମସ୍ୟା ବୁଝି ଏଣ୍ଟରଟେନ କରିବ। ପ୍ରତିଦିନ ଅତି କମ୍‌ରେ ୧୫ରୁ ୨୦ ମିନିଟ୍‌ ନିଜ ସହ କଥା ହୁଅ। ନିଜର ସବୁ ପ୍ରଶ୍ନର ଉତ୍ତର ପାଇଯିବ।"

Advertisment
Advertisment