/odishatv-khabar/media/post_attachments/uploadimage/library/16_9/16_9_0/takenr_1626697429.jpg)
takenr
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ଦେହାନ୍ତଙ୍କୁ ତାଙ୍କ ପରିବାର, ସାଙ୍ଗସାଥି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଅନେକ ବନ୍ଧୁ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ନୂଆ ନୂଆ କଥା ପୋଷ୍ଟ କରୁଛନ୍ତି। ସୁଶାନ୍ତଙ୍କ ସହ ପବିତ୍ର ରିସ୍ତାରେ କାମ କରୁଥିବା ଅଭିନେତ୍ରୀ ମୃଣାଳିନୀ ତ୍ୟାଗି ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିବା ସମୂର୍ଣ୍ଣ ଭିନ୍ନ। ଏକଥା ଏକାଠି ଭାବିବା ମଧ୍ୟ ଉଚିତ୍ ନୁହେଁ। ସେ କହିଛନ୍ତି ଯେ ସୁଶାନ୍ତ ଶାହରୁଖ ଖାନ୍ଙ୍କ ବହୁତ ବଡ଼ ଫ୍ୟାନ୍ ଥିଲେ।
ମୃଣାଳିନୀ ତ୍ୟାଗି ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ଶାହରୁଖ ଖାନ୍ଙ୍କ ମନ୍ନତ ପରି ଏକ ବଙ୍ଗଳା ତିଆରି କରିବାକୁ ଚାହୁଁଥିଲେ। ସୁଶାନ୍ତଙ୍କର ବଡ଼ ସ୍ୱପ୍ନ ଥିଲା। ସେ ପରିଶ୍ରମୀ ଯୁବକ ଥିଲେ। ସେ ସର୍ବଦା କହୁଥିଲେ ଯେ ଆମର SRK ଅଛି। ଆମ ଇଣ୍ଡଷ୍ଟ୍ରିକୁ SSR(ସୁଶାନ୍ତ ସିଂହ ରାଜପୁତ୍) ମିଳିବ। ସେ ଶାହରୁଖ ଖାନ୍କୁ ବହୁତ ଭଲ ପାଉଥିଲେ। ସେ ଶାହରୁଖଙ୍କୁ ଜଣେ ପ୍ରଶଂସକ ଭାବରେ ପୂଜା କରୁଥିଲେ। ସେ ନିଜକୁ SSR ବୋଲି କହୁଥିଲେ। ସୁଶାନ୍ତ କହୁଥିଲେ ଯେ ବଲିଉଡ୍ର ପରବର୍ତ୍ତୀ ବାଦ୍ଶାହ ମୁଁ ହେବି। ସେ ସବୁବେଳେ ବଡ଼ ସ୍ୱପ୍ନ ଦେଖୁଥିଲେ। ବିଶ୍ୱାସ ହେଉନି ଯେ ସୁଶାନ୍ତ ନିଜେ ଆତ୍ମହତ୍ୟା କରିଥିବେ। ସେ ଶାହରୁଖ ଖାନ୍ଙ୍କୁ ଅନୁସରଣ କରୁଥିଲେ। କିନ୍ତୁ ଯାହା ବି ହେଲା ଅତ୍ୟନ୍ତ ଦୁଃଖଦାୟକ। ସୁଶାନ୍ତ ଓ ଆତ୍ମହତ୍ୟା ଦୁଇଟି ଭିନ୍ନ କଥା। ଯାହା ଏକା ସମୟରେ ହୋଇ ନପାରେ।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)