Advertisment

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍‌, କରଣ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍‌ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ବୁଧବାର ଦିନ ଏହି ମାମଲା ରୁଜୁ ହୋଇଛି। ଜୁଲାଇ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ୮ଜଣଙ୍କ ବିରୋଧରେ ମାମଲା […]

author-image
Rajalaxmi Sahoo
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍‌, କରଣ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ

sushant singh rajput

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍‌ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ବୁଧବାର ଦିନ ଏହି ମାମଲା ରୁଜୁ ହୋଇଛି।

Advertisment

ଜୁଲାଇ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ୮ଜଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଜଣେ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓକିଲ ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ, ଏହି ୮ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଏହି ସମସ୍ତଙ୍କ ବିରୋଧରେ ଧାରା ୩୦୬,୧୦୯, ୫୦୪ ଓ ୫୦୬ ଆଧାରରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ସାକ୍ଷୀ ଥିବା ଜଣାପଡ଼ିଛି।

ସଲମାନ୍‌, କରଣଙ୍କ ବ୍ୟତୀତ ଆଦିତ୍ୟ ଚୋପ୍ରା, ସାଜିଦ୍‌ ନାଦିଆଡ୍‌ୱାଲା, ସଞ୍ଜୟ ଲୀଲା ଭଂଶାଲୀ, ଭୂଷଣ କୁମାର, ଏକ୍‌ତା କପୁର ଓ ନିର୍ଦ୍ଦେଶକ ଦୀନେଶଙ୍କ ନାଁ ମଧ୍ୟ ଅଛି। ଓକିଲ ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ, ଏମାନେ ସମସ୍ତେ ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଚଳଚ୍ଚିତ୍ର ରିଲିଜ୍‌ କରିବାକୁ ଦେଇନଥିଲେ। କେବଳ ଏମାନଙ୍କ ପାଇଁ ସୁଶାନ୍ତଙ୍କୁ ଫିଲ୍ମ କାର୍ଯ୍ୟକ୍ରମରେ ମଧ୍ୟ ନିମନ୍ତ୍ରଣ କରାଯାଇନଥିଲା।

Advertisment

ସୁଶାନ୍ତଙ୍କ ମୃତ୍ୟୁ ଖାଲି ତାଙ୍କର ଫ୍ୟାନ୍ସଙ୍କୁ ଏକ ଶକ୍ତ ଧକ୍କା ଦେଇ ନାହିଁ ବରଂ ଏହା ବଲିଉଡ୍‌ ଜଗତକୁ ସ୍ତବ୍ଧ କରି ଦେଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ

Sushant Singh Rajput Sushant Singh Rajput Death Sushant Singh Rajput Suicide Sushant Singh Rajput Latest News Sushant Singh Rajput News Latest News Of Sushant Singh Rajput Sushant Singh Rajaput Latest News
Advertisment
Advertisment