Advertisment

ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେ କାହିଁକି ଆତ୍ମହତ୍ୟା କଲେ ଯଦିଓ ଏହା ଜଣାପଡ଼ିନାହିଁ, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ହେଉଥିବା, ପାରିବାରିକବାଦ ଚାଲିଥିବା ନେଇ ଏବେ ସାମ୍ନାକୁ ଆସିଛି। ଏପରିକି ଇଣ୍ଡଷ୍ଟ୍ରିରେ ଯେଉଁମାନଙ୍କ ପାଖରେ ଟ୍ୟାଲେଣ୍ଟ୍‌ ଅଛି, ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଉନାହିଁ। ବରଂ ଏଠି ପାରିବାରିକବାଦ ଚାଲିଛି ବୋଲି […]

author-image
Rajalaxmi Sahoo
ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ

sushant 11

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେ କାହିଁକି ଆତ୍ମହତ୍ୟା କଲେ ଯଦିଓ ଏହା ଜଣାପଡ଼ିନାହିଁ, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ହେଉଥିବା, ପାରିବାରିକବାଦ ଚାଲିଥିବା ନେଇ ଏବେ ସାମ୍ନାକୁ ଆସିଛି। ଏପରିକି ଇଣ୍ଡଷ୍ଟ୍ରିରେ ଯେଉଁମାନଙ୍କ ପାଖରେ ଟ୍ୟାଲେଣ୍ଟ୍‌ ଅଛି, ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଉନାହିଁ। ବରଂ ଏଠି ପାରିବାରିକବାଦ ଚାଲିଛି ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Advertisment

ସୁଶାନ୍ତ ସିଂ ଆତ୍ମହତ୍ୟା କରିଥିବା ଘର ଭିତରୁ କିଛି ମେଡିକାଲ୍‌ ପ୍ରେସ୍‌କ୍ରିପସନ୍‌ ଓ ଡିପ୍ରେସନ୍‌ ମେଡିସିନ୍‌ ପୁଲିସ୍‌ ହାତରେ ଲାଗିଛି। ସବୁଠାରୁ ବଡ଼ କଥା ସୁଶାନ୍ତ ଡ୍ରିପ୍ରେସନ୍‌ରେ ଥିଲେ ବୋଲି ତାଙ୍କ ବାପାଙ୍କୁ ଏହା ଜଣାନଥିଲା। ଯାହା ଏବେ ସମସ୍ତଙ୍କ ଆଚମ୍ବିତ କରିଛି।  ସେ ତାଙ୍କର ଦୁଃଖ କୁନିଜ ଭିତରେ ଚାପି ରଖିଥିଲେ। ଏହାକୁ ପରିବାର ଲୋକଙ୍କୁ ମଧ୍ୟ  ଜଣାଇନଥିଲେ।

ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତଙ୍କ ବାପା ଓ ଦୁଇ ଭଉଣୀ ଦିଲ୍ଲୀ ଫେରି ଯିବା ପୂର୍ବରୁ ମୁମ୍ବାଇ ପୁଲିସ୍‌କୁ ଏହି ଘଟଣାର ବୟାନ ଦେଇଛନ୍ତି। ପୁଲିସ୍‌ ସେମାନଙ୍କର ବୟାନ୍‌ ରେକର୍ଡ କରିଛନ୍ତି। ବୟାନରେ ସୁଶାନ୍ତଙ୍କ ବାପା କହିଛନ୍ତି, ‘ସେ (ସୁଶାନ୍ତ) ଏକାକୀ ଅନୁଭବ କରୁଥିଲେ। ତେବେ ସେ ଡ୍ରିପେସନ୍‌ରେ ଥିଲେ ଏବଂ ଏଥିପାଇଁ ସେ ଚିକତ୍ସିତ ହେଉଥିଲେ ବୋଲି ଏସମ୍ପର୍କରେ ତାଙ୍କୁ ଆଦୌ ଜଣାନଥିଲା’।

Advertisment

ଏପରିକି ସୁଶାନ୍ତଙ୍କ ପରିବାର ଲୋକେ କାହା ଉପରେ ସନ୍ଦେହ ନେଇ କାହାର ନାଁ ମଧ୍ୟ ପ୍ରକାଶ କରି ନାହାନ୍ତି।

ଏବେ ସମସ୍ତଙ୍କ ମନ ମଧ୍ୟରେ ସେଇ ଗୋଟିଏ ପ୍ରଶ୍ନ ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ ? ମାନସିକ ଅବସାଦ ନା ଆଉ କିଛି ? 

ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି, ଫାଶି ଯୋଗୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ହେଲେ ତାଙ୍କ ଶରୀରରେ କିଛି ବିଷକ୍ରିୟା ଥିଲା କି ନାହିଁ ଜାଣିବାକୁ ଭିସାରା ଟେଷ୍ଟ ପାଇଁ ପଠାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ସୁଶାନ୍ତ ଆତ୍ମହତ୍ୟା କରିଥିବାର ସନ୍ଦେହ ଉପରେ ତଦନ୍ତକୁ ଆଗକୁ ନେଇଛି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ।

‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।

ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ହୋଇଥିଲା। 
Sushant Singh Rajput Sushant Singh Rajput Suicide Sushant Singh Rajput Latest News ସୁଶାନ୍ତ ସିଂ ରାଜପୁତ ଖବର Latest News Of Sushant Singh Rajput
Advertisment
Advertisment