Advertisment

ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିବାର ଦାବି କଲେ ଏହି ବ୍ୟକ୍ତି,ଆତ୍ମହତ୍ୟା କାରଣରେ କହିଲେ...

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେର ଭିତରେ। ଏସବୁ ଭିତରେ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍‌ ଚଲାଉଥିବା ଜଣେ Paranormal ଏକ୍ସପର୍ଟ ଷ୍ଟିଭ୍‌ ହଫ୍ ବା ବିଶେଷଜ୍ଞ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିବାର ଦାବି କଲେ ଏହି ବ୍ୟକ୍ତି,ଆତ୍ମହତ୍ୟା କାରଣରେ କହିଲେ...

sushant singh

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେର ଭିତରେ। ଏସବୁ ଭିତରେ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍‌ ଚଲାଉଥିବା ଜଣେ Paranormal ଏକ୍ସପର୍ଟ ଷ୍ଟିଭ୍‌ ହଫ୍ ବା ବିଶେଷଜ୍ଞ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି ଦାବି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଦାବି କରିଛନ୍ତି ଯେ, ସେ ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା କରିଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସେ ୟୁଟ୍ୟୁବ୍‌ରେ ଶେଆର କରିଛନ୍ତି।

Advertisment

ଏହି ଭିଡିଓରେ କେତେ ସତ୍ୟତା ଅଛି ତାହା ଜଣାପଡ଼ି ନାହିଁ। ହେଲେ ଷ୍ଟିଭ୍‌ ହଫ୍ କହିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ଭିଡିଓରେ କମେଣ୍ଟସ୍‌ ବକ୍ସରେ ଅନେକ ପ୍ରଶଂସକ ତାଙ୍କୁ ସୁଶାନ୍ତଙ୍କ ସ୍ପିରିଟ୍‌ ବା ଆତ୍ମା ସହ କଥାବାର୍ତ୍ତା କରିବାକୁ କହିଥିଲେ। ଫଳରେ ଷ୍ଟିଭ୍‌ ହଫ୍ ଜୁଲାଇ ୧୩ରେ ନିଜର ଏକ ଡିଭାଇସ୍‌ ମାଧ୍ୟମରେ ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିଲେ ଓ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା। ଉତ୍ତରରେ ସୁଶାନ୍ତଙ୍କ ସ୍ୱର ସହ ମେଳ ଖାଉଥିବା ସ୍ୱର ଶୁଣିବାକୁ ମିଳିଥିଲା, ଯିଏକି ପ୍ରଶ୍ନର ସବୁ ଉତ୍ତର ଦେଉଥିଲେ। ହେଲେ ବିଶେଷଜ୍ଞ ଜଣକ ପଚାରି ଥିବା ସମସ୍ତ ପ୍ରଶ୍ନ ଉତ୍ତର ମିଳିପାରି ନଥିଲା।

ଏକ୍ସପର୍ଟ ଜଣକ ପ୍ରଶ୍ନରେ ପଚାରିଥିଲେ, ‘ଆପଣଙ୍କ ମନେ ଅଛି, ଆପଣଙ୍କ ମୃତ୍ୟୁ କେମିତି ହୋଇଥିଲା ? ଏହାପରେ ଇଂରାଜୀରେ ଏକ ସ୍ୱର ଶୁଣିବାକୁ ମିଳିଥିଲା, ‘ଏଠାରେ ଲାଇଟ୍‌ ଅଛି, uff..., ତାଙ୍କୁ କୁହନ୍ତୁ ମୋତେ ଲାଇଟ୍‌ ମିଳିଗଲା। ଏବେ ଏହି ଲାଇଟ୍ ଧୀରେ ଧୀରେ କମ୍‌ ହେଉଛି। ‌ସେ ତୁମକୁ ଦେଖୁଛନ୍ତି। ମୁଁ ସତରେ ଭଗବାନଙ୍କୁ ଭେଟିବାକୁ ଚାହୁଁଥିଲି। ଆପଣ ଜାଣିଛନ୍ତି ମୁଁ ତାଙ୍କୁ କ’ଣ କହିବାକୁ ଚାହୁଁଥିଲି। ତାଙ୍କର ଆତ୍ମା ଠିକ୍‌ ଅଛି ଓ ସେ ସ୍ୱର୍ଗରେ ଅଛନ୍ତି’। 

Advertisment

style="color: #ff0000;">ଷ୍ଟିଭ୍‌ ହଫ୍ ଭିଡିଓରେ ଏହା ମଧ୍ୟ ପଚାରିଛନ୍ତି, ସୁଶାନ୍ତ କାହିଁକି ତାଙ୍କ ଜୀବନ ନେଲେ ? ଯାହାର ଉତ୍ତରରେ କେବଳ ଶୁଣିବାକୁ ମିଳିଥିଲା ‘ପରିବର୍ତ୍ତନ ’

ଦୀର୍ଘ ୧୦ ବର୍ଷ ହେବ ସେ ଆତ୍ମାଙ୍କ ସହ ଏମିତି କଥାବାର୍ତ୍ତା କରୁଛନ୍ତି ବୋଲି ଷ୍ଟିଭ୍‌ ହଫ୍ ଦାବି କରିଛନ୍ତି। ଅନେକ ଲୋକ ଏହି ଭିଡିଓରେ କମେଣ୍ଟ୍‌ ବକ୍ସରେ କମେଣ୍ଟ ଦେଇ ଲେଖିଛନ୍ତି, ଦୟାକରି ପୁଣି ଥରେ ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା କରନ୍ତୁ। କାହିଁକି ନା ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ, ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଥିଲା।

ଏହି ଭିଡିଓର ଶେଷରେ ଷ୍ଟିଭ୍‌ ହଫ୍ କହିଛନ୍ତି, ଏହା ସ୍ପଷ୍ଟ ଯେ, ସୁଶାନ୍ତଙ୍କ ସହ ବାର୍ତ୍ତାଳାପ ସମୟରେ କେହି ଦୁଇଥର ଯାକ ଅନ୍ୟ କେହି ଜଣେ ଉପସ୍ଥିତ ଥିଲେ। ଭିଡିଓରେ ଥରେ ଜଣେ ମହିଳାଙ୍କ ସ୍ୱର ଶୁଣିବାକୁ ମିଳିଥିଲା ଓ ସେ କିଛି କହିବାକୁ ଚାହୁଁଥିଲେ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତଙ୍କ ଆତ୍ମା ଓ ବିଶେଷଜ୍ଞଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାର ଭିଡିଓରେ କେତେ ସତ୍ୟତା ଅଛି ? ନା ଏହା ମିଛ ?  ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆମେ ମଧ୍ୟ ଏହି ଭିଡିଓରେ ସତ୍ୟତା ନେଇ କୌଣସି ଦାବି କରୁ ନାହୁଁ। ଘଟଣା ଯାହା ହେଉନାହିଁ କାହିଁକି ବିଶେଷଜ୍ଞ ଜଣକ ଶେଆର କରିଥିବା ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। 

ସୂଚନାଥାଉ କି, ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।

Sushant Singh Sushant Singh Rajput Latest News Sushant Singh Latest News
Advertisment
Advertisment