/odishatv-khabar/media/post_attachments/uploadimage/library/16_9/16_9_0/susanta-4_1626697424.jpg)
susanta
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ସାରା ଦେଶ ସ୍ଥାଣୁ ପାଲଟିଯାଇଛି। ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ। ସୁଶାନ୍ତଙ୍କ ଅକାଳରେ ବିୟୋଗକୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଫିଲ୍ମ ‘ଏମ୍ଏସ୍ ଧୋନୀ’ରେ ତାଙ୍କ ଭଉଣୀ ଭାବେ ଅଭିନୟ କରିଥିବା ଭୂମିକା ଚାୱଲା ନିଜ ଟ୍ୱିଟ୍ରେ ଏକ ଫଟୋକୁ ଶେୟାର କରିଛନ୍ତି।
ଭୂମିକା କ୍ୟାପସନରେ ଲେଖିଛନ୍ତି ଯେ ‘ପ୍ରିୟ ସୁଶାନ୍ତ, ତମେ ଯେଉଁଠାରେ ବି ଥାଅ, ତମେ ତ ଭଗବାନଙ୍କ ହାତରେ ଅଛ।’ ତମେ ଦୁନିଆ ଛାଡି ସପ୍ତାହେ ହେବ ଗଲଣି। ତମେ ଗଲାବେଳେ ସାଙ୍ଗରେ କ’ଣ ନେଲ? ରହସ୍ୟ ବି ତମ ସାଙ୍ଗରେ ଚାଲିଗଲା। ଯାହା ତମ ହୃଦୟ ଓ ମନରେ ପୋତି ହୋଇ ରହିଥିଲା। ମୁଁ ସେହିମାନଙ୍କୁ କହିବାକୁ ଚାହୁଁଛି, ଯେଉଁମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଭୂମିକା ଚାୱଲା ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି,‘ଏହି ଇଣ୍ଡଷ୍ଟ୍ରିରେ ବଦ୍ନାମ୍ ହେବାକୁ ପଡ଼ିଥାଏ, ଏଠି କ୍ରୋଧ ଅଛି,ଏଠି କେମିତି କାହାକୁ ଦୋଷୀ କରାଯିବ,ଏଠି ଅନେକ କିଛି ଏମିତି ହୁଏ।
ତେଣୁ ଅନ୍ୟକୁ ସମ୍ମାନ ଦିଅ ଓ ଆଗକୁ ବଢ଼। କେବେ କହାରିକୁ ଦୋଷ ଦିଅ ନାହିଁ। ସବୁବେଳେ ସକରାତ୍ମକ ଚିନ୍ତା କର। ପରସ୍ପରକୁ ସମ୍ମାନ ଦିଅ ବୋଲି ଭୂମିକା ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)