Advertisment

କରନ୍‌ ଜୋହରଙ୍କ ସିଇଓଙ୍କୁ ଜେରା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଘନ ଘନ ଜେରା କରାଯାଉଛି। ଗତକାଲି ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା ହେବା ପରେ ଆଜି କରନ୍ ଜୋହରଙ୍କ ସଂସ୍ଥାର କର୍ମଚାରୀଙ୍କୁ ଜେରା ହୋଇଛି । କରନ୍‌ଙ୍କ ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବା ମେହେଟ୍ଟାଙ୍କୁ ଆମ୍ବୋଲି ପୋଲିସ୍ ଷ୍ଟେସନ୍‌ରେ ପଚରାଉଚରା କରାଯାଇଛି । ସୁଶାନ୍ତଙ୍କ ଫିଲ୍ମ ଡ୍ରାଇଭ୍ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ତେବେ ଏହା ପ୍ରାୟ ଦୁଇ ବର୍ଷ ବିଳମ୍ବରେ ରିଲିଜ୍ ହୋଇଥିବାରୁ ସୁଶାନ୍ତ ଏଥିପ୍ରତି […]

author-image
Mahasweta Baral
ଅଦ୍ୟତନ ହୋଇଛି
କରନ୍‌ ଜୋହରଙ୍କ ସିଇଓଙ୍କୁ ଜେରା

police susanta

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଘନ ଘନ ଜେରା କରାଯାଉଛି। ଗତକାଲି ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା ହେବା ପରେ ଆଜି କରନ୍ ଜୋହରଙ୍କ ସଂସ୍ଥାର କର୍ମଚାରୀଙ୍କୁ ଜେରା ହୋଇଛି । କରନ୍‌ଙ୍କ ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବା ମେହେଟ୍ଟାଙ୍କୁ ଆମ୍ବୋଲି ପୋଲିସ୍ ଷ୍ଟେସନ୍‌ରେ ପଚରାଉଚରା କରାଯାଇଛି ।

Advertisment

ସୁଶାନ୍ତଙ୍କ ଫିଲ୍ମ ଡ୍ରାଇଭ୍ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ତେବେ ଏହା ପ୍ରାୟ ଦୁଇ ବର୍ଷ ବିଳମ୍ବରେ ରିଲିଜ୍ ହୋଇଥିବାରୁ ସୁଶାନ୍ତ ଏଥିପ୍ରତି ବିଶାଦରେ ଥିଲେ । ସୁଶାନ୍ତଙ୍କ ସହ ଧର୍ମା କିଛି ସିନେମା ନେଇ ଚୁକ୍ତି କରିଥିଲେ । ଏହାକୁ ନେଇ ବି ବିବାଦ ଥିବା ଅଭିଯୋଗ ଥିଲା । ଯାହାକୁ ନେଇ ଖୋଲତାଡ଼ କରାଯାଉଥିବା କୁହାଯାଉଛି ।

ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସଞ୍ଜୟ ଲୀଲା ଭନ୍‌ସାଲି, ମହେଶ ଭଟ୍ଟ, ରିଆ ଚକ୍ରବର୍ତ୍ତୀଙ୍କ ସମେତ ୪୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି ।

Advertisment

ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲା। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।

Advertisment
Advertisment