Advertisment

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ବଲିଉଡ୍ କଳାକାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଏବେ ତୀବ୍ରତର ହେବାରେ ଲାଗିଛି। ବିଶେଷକରି କିଛି ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ପରିଣିତି ଚୋପ୍ରା, ବରୁଣ ଧାୱନ, ସୁରଜ ପଞ୍ଚୋଲି ଏବଂ କୃତି ସାନୋନ୍‌ ସୁଶାନ୍ତଙ୍କ ପରିବାରକୁ ସମର୍ଥନ ଓ ନ୍ୟାୟ ପ୍ରଦାନ ପାଇଁ ଇନଷ୍ଟାଗ୍ରାମରେ ନିଜ ମତ ଦେଇଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ଉଭଣୀ ଶ୍ୱେତା ସିଂ କ୍ରିତି ନ୍ୟାୟ ପାଇଁ ଅଗଷ୍ଟ […]

author-image
Ranjeet Kumar Jena
ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ବଲିଉଡ୍ କଳାକାର

sushant

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଏବେ ତୀବ୍ରତର ହେବାରେ ଲାଗିଛି। ବିଶେଷକରି କିଛି ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ପରିଣିତି ଚୋପ୍ରା, ବରୁଣ ଧାୱନ, ସୁରଜ ପଞ୍ଚୋଲି ଏବଂ କୃତି ସାନୋନ୍‌ ସୁଶାନ୍ତଙ୍କ ପରିବାରକୁ ସମର୍ଥନ ଓ ନ୍ୟାୟ ପ୍ରଦାନ ପାଇଁ ଇନଷ୍ଟାଗ୍ରାମରେ ନିଜ ମତ ଦେଇଛନ୍ତି।

Advertisment

ଅନ୍ୟପଟେ ସୁଶାନ୍ତଙ୍କ ଉଭଣୀ ଶ୍ୱେତା ସିଂ କ୍ରିତି ନ୍ୟାୟ ପାଇଁ ଅଗଷ୍ଟ ୧୫ରେ ଏକ ମିନିଟ ନିରବ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି। ଅନ୍ୟପଟେ ଦିଶା ସାଲିଆନଙ୍କ ବାପା ୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ଘଟଣାରେ ଗୁଜବ ପ୍ରଚାର କରାଯାଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଗତ ଜୁନ ୮ ତାରିଖରେ ଦିଶା ସାଲିଆନଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ପରିବାରକୁ ପୂର୍ବରୁ ଟାର୍ଗେଟ୍ କରିଥିବା ଶିବସେନା ମୁଖପାତ୍ର ସଂଜୟ ରାଉତ ତାଙ୍କ ସ୍ୱର ନରମ କରିଛନ୍ତି। ସୁଶାନ୍ତ ଆମର ପୁଅ ଥିଲା ବୋଲି କହିବା ସହ ବଲିଉଡ୍ ଆମର ପରିବାର ବୋଲି ସେ କହିଛନ୍ତି। ଆମ ମଧ୍ୟରେ କଣ ଶତ୍ରୁତା ଥାଇପାରେ ବୋଲି ସେ ପ୍ରଶ୍ନ କରିବା ସହ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆମେ ଆଶା କରୁଛୁ। ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ପଦାକୁ ଆସିବା ଆମେ ଚାହୁଁଛୁ ବୋଲି କହିଛନ୍ତି ଶିବ ସେନା ମୁଖପାତ୍ର ସଂଜୟ ରାଉତ।

Advertisment
Advertisment
Advertisment