Advertisment

ସ୍ୱତନ୍ତ୍ର ଥିଲା ପିଠିରେ ଆଙ୍କିଥିବା ସୁଶାନ୍ତଙ୍କ ଟାଟୁ . . . . କାହା ପାଇଁ କରିଥିଲେ ଅଭିନେତା ?

ସୁଶାନ୍ତ ସିଂ ରାଜପୁତ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ବହଳେ ସ୍ମୃତି । ଅଫେରା ରାଇଜକୁ ଚାଲି ଯାଇଥିଲେ ବି ଫ୍ୟାନ ଆଜି ବି ତାଙ୍କୁ ଝୁରୁଛନ୍ତି । ଦର୍ଶକଙ୍କୁ ନିଜ ଅଭିନୟର ଯାଦୁର ବାନ୍ଧି ରଖୁଥିବା ଅଭିନେତାଙ୍କ ଅବର୍ତ୍ତମାନରେ ଆଜି ବି ତାଙ୍କର ଗୁଣଗାନ କରୁଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ପିଠିରେ ଥିବା ଏକ ଟାଟୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ […]

author-image
Prangyan Parimita
ସ୍ୱତନ୍ତ୍ର ଥିଲା ପିଠିରେ ଆଙ୍କିଥିବା ସୁଶାନ୍ତଙ୍କ ଟାଟୁ . . . . କାହା ପାଇଁ କରିଥିଲେ ଅଭିନେତା ?

first-photo

ସୁଶାନ୍ତ ସିଂ ରାଜପୁତ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ବହଳେ ସ୍ମୃତି । ଅଫେରା ରାଇଜକୁ ଚାଲି ଯାଇଥିଲେ ବି ଫ୍ୟାନ ଆଜି ବି ତାଙ୍କୁ ଝୁରୁଛନ୍ତି । ଦର୍ଶକଙ୍କୁ ନିଜ ଅଭିନୟର ଯାଦୁର ବାନ୍ଧି ରଖୁଥିବା ଅଭିନେତାଙ୍କ ଅବର୍ତ୍ତମାନରେ ଆଜି ବି ତାଙ୍କର ଗୁଣଗାନ କରୁଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ପିଠିରେ ଥିବା ଏକ ଟାଟୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ତାହା କେବଳ ଏକ  ଟାଟୁ ନଥିଲା, ଥିଲା ତ ଅତି ଆପଣା ଲୋକର ସ୍ମୃତି । ଜଣେ ଅତି ପ୍ରିୟ ମଣିଷ ପାଇଁ ସେ ପିଠିରେ ଟାଟୁ ଆଙ୍କିଥିଲେ ।

Advertisment

୨୦୧୬ରେ ସୁଶାନ୍ତ ପ୍ରଥମଥର ତାଙ୍କ ଶରୀରରେ ଟାଟୁ ଆଙ୍କିଥିଲେ। ସୁଶାନ୍ତ ତାଙ୍କ ପିଠିରେ ଆଙ୍କିଥିବା ଟାଟୁ ତାଙ୍କ ମା’ଙ୍କୁ ସଂଯୋଗ କରୁଥିବା ସହିତ ଏଥିରେ ଏକ ବିଶେଷ ବାର୍ତ୍ତା ବି ରହିଥିବା  ଶୁଣିବାକୁ ମିଳିଥିଲା । ସୁଶାନ୍ତଙ୍କର ତାଙ୍କ ମା’ଙ୍କୁ ବେଶ ଭଲ ପାଉଥିଲେ ।  ସୁଶାନ୍ତ ସିଂ ରାଜପୁତଙ୍କୁ ୧୬ ବର୍ଷ ହୋଇଥିଲା ବୋଳ ତାଙ୍କ ମା’ଙ୍କ ନିଧନ ହୋଇ ଯାଇଥିଲା।  ।  ସୁଶାନ୍ତ ନିଜ ପିଠିରେ ଏହି ପ୍ରଥମ ଟାଟୁ ଆଙ୍କି ତାଙ୍କ ମା’ଙ୍କୁ ଉତ୍ସର୍ଗ କରିଥିଲେ । ଆଉ ଟାଟୁର ଚିତ୍ର ସେହି ସମୟରେ ସୁଶାନ୍ତ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥିଲେ।

publive-image

ପୋଷ୍ଟ କରି ସୁଶାନ୍ତ ଲେଖିଥିଲେ, ୫ ଏଲିମେଣ୍ଟସ୍‌, ମା’ ଏବଂ ମୁଁ ।  ଟାଟୁକୁ ଭଲଭାବେ ଦେଖିଲେ, ଆପଣ ଏଥିରେ  ଏକ ତ୍ରିକୋଣ ଚିହ୍ନ ମଧ୍ୟରେ ଏକ ଛୋଟ ପିଲା ଏବଂ ମା‘ ଥିବା ଚିତ୍ର ନଜର ଆସିବ। ସୁଶାନ୍ତ ଏହି ଟାଟୁକୁ ତାଙ୍କ ବେକରେ ଆଙ୍କିବାକୁ ଚାହୁଁଥିଲେ କିନ୍ତୁ ଭଉଣୀଙ୍କ ପରାମର୍ଶ କ୍ରମେ ସେ ଏହା ତାଙ୍କ ପିଠିରେ କରିଥିଲେ।

Advertisment

ଆହୁରି ମଧ୍ୟ ପଢନ୍ତୁ :

ଜହ୍ନ ରାଇଜରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ

ସୂଚନାଯୋଗ୍ୟ ବଲିଉଡ଼୍ ଅଭିନେତା ସୁଶାନ୍ତଙ୍କର ଗତ ୧୪ ଜୁନରେ  ମୃତ୍ୟୁ ହୋଇଥିଲା। ମୁମ୍ବାଇରେ ଥିବା ନିଜ ଘରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହେଲା । କିନ୍ତୁ ତାଙ୍କର ଫ୍ୟାନ୍ ଓ ପରିବାର ଲୋକଙ୍କ ମତରେ ସେ ଆତ୍ମହତ୍ୟା କରିନଥିଲେ ତାଙ୍କୁ ହତ୍ୟା କରାଯାଇଥିଲା ।  ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ, ରହସ୍ୟଘେରରେ ରହିଛି ।

Actor Sushant Singh Rajput ସୁଶାନ୍ତ ସିଂ ରାଜପୁତ ଖବର
Advertisment
Advertisment