Advertisment

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କର ୬୪ ତମ ଜନ୍ମଦିନ। ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ସନ୍ନି। ୧୯୮୩ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବେତାବ’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାପରେ ସନ୍ନି ଫିଲ୍ମ ‘ଅର୍ଜୁନ’ (୧୯୮୫) ରେ ଅଭିନୟ କରିଥିଲେ ଏବଂ ଏଠାରୁ ତାଙ୍କୁ ଆକ୍ସନ୍ ହିରୋ ଟ୍ୟାଗ୍ ମିଳିଥିଲା। ଏହାପରେ […]

author-image
Otv Khabar Bureau
ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

sunny-deol

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କର ୬୪ ତମ ଜନ୍ମଦିନ। ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ସନ୍ନି। ୧୯୮୩ ରେ ରିଲିଜ୍‌ ହୋଇଥିବା ଫିଲ୍ମ 'ବେତାବ’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାପରେ ସନ୍ନି ଫିଲ୍ମ 'ଅର୍ଜୁନ' (୧୯୮୫) ରେ ଅଭିନୟ କରିଥିଲେ ଏବଂ ଏଠାରୁ ତାଙ୍କୁ ଆକ୍ସନ୍ ହିରୋ ଟ୍ୟାଗ୍ ମିଳିଥିଲା। ଏହାପରେ ସନ୍ନି 'ଘାୟଲ', 'ଡର୍', 'ବର୍ଡର', 'ଜିଦ୍ଦି', 'ଗଦର' ଭଳି ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ। ସନ୍ନି ତାଙ୍କ ଅଭିନୟ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

Advertisment

କିଛି ବର୍ଷ ପୂର୍ବେ ସନ୍ନି ଦେଓଲଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ସହ ନଜର ଆସିଥିଲେ। ସେପ୍ଟେମ୍ବର ୨୦୧୭ ରେ ଏହି ଭିଡିଓ ଭାଇରାଲ ହୋଇଥିଲା, ଏହି ଭିଡ଼ିଓଟି ଲଣ୍ଡନରେ ରେକର୍ଡ ହୋଇଥିଲା।

publive-imageଭିଡିଓରେ ସନ୍ନି ଏବଂ ଡିମ୍ପଲ୍‌ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ। ଏହି ଭିଡିଓରେ ଦୁହେଁ ପରସ୍ପରର କମ୍ପାନୀକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖି ଲୋକମାନେ ଦୁହିଁଙ୍କର ପୁରୁଣା ପ୍ରେମ ଜାଗ୍ରତ ହୋଇଯାଇଛି ବୋଲି ପ୍ରତିକ୍ରିୟା ଦେଇଥିଲେ।

Advertisment

ଡିମ୍ପଲ୍ ଏବଂ ସନ୍ନି 'ଅର୍ଜୁନ', 'ମଞ୍ଜିଲ୍ ମଞ୍ଜିଲ୍', 'ଆଗ କା ଗୋଲା', 'ଗୁନା' ଏବଂ 'ନରସିଂହ' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ବିବାହ ପରେ ମଧ୍ୟ ଦୁହେଁ ବ୍ୟକ୍ତିଗତ ଜୀବନରେ ପରସ୍ପର ସହ ମିସୁଥିବାର ଖବର ଆସୁଥିଲା। ଦୁହେଁ ୧୧ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିବାର ମଧ୍ୟ ଶୁଣିବାକୁ ମିଳିଲା।

publive-imageଡିମ୍ପଲ୍‌ଙ୍କ ସହ ଏହି ସମ୍ପର୍କ ପାଇଁ ସନ୍ନିଙ୍କ ପତ୍ନୀ ପୁଜା ତାଙ୍କୁ ଛାଡପତ୍ର ଦେଇ ତାଙ୍କ ଦୁଇ ପିଲାକୁ ଧରି ବାପଘର ଚାଲିଯିବାର ମଧ୍ୟ ଧମକ ଦେଇଥିଲେ। ଏହାପରେ ସନ୍ନି ଡିମ୍ପଲ୍‌ଙ୍କଠାରୁ ଦୂରେଇ ଯାଇଥିଲେ।

Advertisment
Advertisment