Advertisment

ଶାହରୁଖ୍ ଲଳନାଙ୍କ ଅତିରଞ୍ଜିତ ଆପାର୍ଟମେଣ୍ଟ୍

ମୁମ୍ବାଇ: ବଲିଉଡ୍ ସୁପର୍‌ଷ୍ଟାର୍‌ ଶାହରୁଖ୍ ଖାନ୍‌ ଲଳନା ସୁହାନା ଖାନ୍ ଆଜିକାଲି ନିଜ ଲା‍ଇଫ୍‌ଷ୍ଟାଇଲ୍‌କୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି। ସୁହାନା ନିଜ ସାଙ୍ଗ ସାଥୀଙ୍କ ସହ କରୁଥିବା ପାର୍ଟି, ଫନ୍ ଆଦିର ଫଟୋ ସେଆର୍ କରୁଛନ୍ତି। ଏହା ସହିତ ନିଜ ଫିଟ୍‌ନେସ୍‌କୁ ନେଇ ବେଶ ଚର୍ଚ୍ଚିତ ଅଛନ୍ତି ସୁହାନା। ସେ କିପରି ଏକ ଅତିରଞ୍ଜିତ ଜୀବନ ଜୀଉଛନ୍ତି ତାହା ଜଳଜଳ ଦେଖାଯାଉଛି। ଏବେ ଏବେ ସୁହାନା ନିଜ ନ୍ୟୁୟର୍କସ୍ଥିତ ଆପାର୍ଟମେଣ୍ଟର୍ କିଛି ଫଟୋ ସେଆର୍ କରିଛନ୍ତି, […]

author-image
Pramod Behera
ଶାହରୁଖ୍ ଲଳନାଙ୍କ ଅତିରଞ୍ଜିତ ଆପାର୍ଟମେଣ୍ଟ୍

Untitled-1

ମୁମ୍ବାଇ: ବଲିଉଡ୍ ସୁପର୍‌ଷ୍ଟାର୍‌ ଶାହରୁଖ୍ ଖାନ୍‌ ଲଳନା ସୁହାନା ଖାନ୍ ଆଜିକାଲି ନିଜ ଲା‍ଇଫ୍‌ଷ୍ଟାଇଲ୍‌କୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି। ସୁହାନା ନିଜ ସାଙ୍ଗ ସାଥୀଙ୍କ ସହ କରୁଥିବା ପାର୍ଟି, ଫନ୍ ଆଦିର ଫଟୋ ସେଆର୍ କରୁଛନ୍ତି। ଏହା ସହିତ ନିଜ ଫିଟ୍‌ନେସ୍‌କୁ ନେଇ ବେଶ ଚର୍ଚ୍ଚିତ ଅଛନ୍ତି ସୁହାନା। ସେ କିପରି ଏକ ଅତିରଞ୍ଜିତ ଜୀବନ ଜୀଉଛନ୍ତି ତାହା ଜଳଜଳ ଦେଖାଯାଉଛି। ଏବେ ଏବେ ସୁହାନା ନିଜ ନ୍ୟୁୟର୍କସ୍ଥିତ ଆପାର୍ଟମେଣ୍ଟର୍ କିଛି ଫଟୋ ସେଆର୍ କରିଛନ୍ତି, ଯାହାକୁ ଦେଖିଲେ ଆପଣଙ୍କୁ ଜଣାପଡିଯିବ ଯେ ନ୍ୟୁୟର୍କରେ ଥିବା ତାଙ୍କ ଆପାର୍ଟମେଣ୍ଟ ମୁମ୍ବାଇସ୍ଥ କୌଣସି ରାଜମହଲ ଠାରୁ ବି କମ୍ ନୁହେଁ।

Advertisment

publive-image

ପୂର୍ବରୁ ସୁହାନା ତାଙ୍କ ସୋସିଆଲ୍ ମିଡିଆ ପେଜ୍‌ରେ ଯେଉଁ ଫଟୋ ସେଆର୍ କରିଥିଲେ ସେଥିରେ ସେ ନିଜ ଆପାର୍ଟମେଣ୍ଟରେ ବସି ପୋଜ୍ ଦେଇଥିବା ନଜର ଆସିଥିଲେ। ଫଟୋରେ ସୁହାନା ଏକ ଧଳା ରଙ୍ଗର ପୋଷାକ ପିନ୍ଧି କ୍ୟାମେରା ସମ୍ମୁଖରେ ପୋଜ୍ ଦେଇଥିଲେ। ତାଙ୍କର ଏହି ଫଟୋ ତାଙ୍କ ପ୍ରଶଂସକମାନଙ୍କୁ ବେଶ ଛୁଇଁଥିଲା। ବର୍ତ୍ତମାନ ସେ ତାଙ୍କ ପ୍ରଶଂସକମାନଙ୍କୁ ଆପାର୍ଟମେଣ୍ଟ ଭିତରର ଝଲକ ଦେଖେଇଛନ୍ତି। ଏଥିରୁ ଜଣାପଡିଛି ଯେ ସୁହାନା ନ୍ୟୁୟର୍କସ୍ଥିତ ଯେଉଁ ଆପାର୍ଟମେଣ୍ଟରେ ରହୁଛନ୍ତି, ତାହାର ସୁବିଧା କୌଣସି ୭ ଷ୍ଟାର୍ ହୋଟେଲ୍ ଠାରୁ ବି କମ ନୁହେଁ।

publive-image

ସୁହାନାଙ୍କ ବେଡ୍‌ରୁମ୍ ଦେଖି ତାଙ୍କ ପ୍ରଶଂସକମାନେ କମେଣ୍ଟ୍ ମାଧ୍ୟମରେ ବେଶ ତାରିଫ କରିଛନ୍ତି। ସେ ତାଙ୍କର ‍‍ଇଂଷ୍ଟାଗ୍ରାମ୍ ଷ୍ଟୋରୀରେ ଏହି ଫଟୋ ସେଆର୍ କରିଥିଲେ, ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ସୁହାନାଙ୍କ ବେକରେ ଝୁଲୁଥିବା ପଦକ। ଏହା ସମସ୍ତଙ୍କ ଧ୍ୟାନକୁ ଆକର୍ଷଣ କରୁଛି। ଫଟୋରେ ସୁହାନା ‘ଓମ୍‌’ର ଏକ ପଦକ ବେକରେ ପକେ‍ଇଛନ୍ତି। ଏହା ପୂର୍ବରୁ ବି ସୁହାନା ପୋଷ୍ଟ୍ କରିଥିବା ଏକ ଫଟୋରେ ଏହି ପଦକ ପିନ୍ଧିଥିବା ନଜରକୁ ଆସିଥିଲେ, କିନ୍ତୁ ପରେ ସେ ଏହି ଫଟୋକୁ ଡିଲିଟ୍ କରିଦେଇଥିଲେ।

Advertisment
Advertisment
Advertisment