Advertisment

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଚେନ୍ନାଇର ଏକ ସ୍ମଶାନରେ ଏସ୍‌ପିବିଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ତାମିଲ ସିନେମାର ବର୍ଷୀୟାନ ନିର୍ଦ୍ଦେଶକ ଭାରତୀରାଜାଙ୍କ ସମେତ ବହୁ କଳାକାର, ସିନେପ୍ରେମୀ ଓ ସୁବ୍ରମଣ୍ୟମଙ୍କ ପ୍ରଶଂସକ ଯୋଗ ଦେଇଥିଲେ। ଗତକାଲି ଅପରାହ୍ଣରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ୭୪ ବର୍ଷରେ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଥିଲା। ପରେ ସଂଧ୍ୟାରେ ହସ୍ପିଟାଲରୁ ମର ଶରୀର ଅଣାଯାଇ ନୁଙ୍ଗାମ୍ବକମ ବାସଭବନକୁ ନିଆଇଥିଲା। ଏହାପରେ ମରଶରୀରକୁ ତିରୁଭାଲୁରର ଥମରାଇପକମ ଫାର୍ମ […]

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

sp-balas-ubramnayam,

Advertisment

ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଚେନ୍ନାଇର ଏକ ସ୍ମଶାନରେ ଏସ୍‌ପିବିଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ତାମିଲ ସିନେମାର ବର୍ଷୀୟାନ ନିର୍ଦ୍ଦେଶକ ଭାରତୀରାଜାଙ୍କ ସମେତ ବହୁ କଳାକାର, ସିନେପ୍ରେମୀ ଓ ସୁବ୍ରମଣ୍ୟମଙ୍କ ପ୍ରଶଂସକ ଯୋଗ ଦେଇଥିଲେ।

Advertisment

ଗତକାଲି ଅପରାହ୍ଣରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ୭୪ ବର୍ଷରେ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଥିଲା। ପରେ ସଂଧ୍ୟାରେ ହସ୍ପିଟାଲରୁ ମର ଶରୀର ଅଣାଯାଇ ନୁଙ୍ଗାମ୍ବକମ ବାସଭବନକୁ ନିଆଇଥିଲା। ଏହାପରେ ମରଶରୀରକୁ ତିରୁଭାଲୁରର ଥମରାଇପକମ ଫାର୍ମ ହାଉସ ନିଆଯାଇଥିଲା। ସେଠାରେ ଅତ୍ମୀୟସ୍ୱଜନ ଓ ଫିଲ୍ମ ଜଗତର ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ।

ଏହାପରେ ଆଜି ସକାଳୁ ମର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ଶେଷକୃତ୍ୟ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Advertisment

ଏହି ପ୍ରଖ୍ୟାତ ଗାୟକଙ୍କ ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଗଲା, ତାଙ୍କ ସ୍ୱର କିନ୍ତୁ ମହାକାଶରେ ମିଶିଯାଇଛି। ହୃଦୟ ଲଗାଇ କାନ ଡେରି ଶୁଣିଲେ ମହାକାଶରେ ପୁଣି ଗୁଞ୍ଜରି ଉଠିବ ତାଙ୍କର ସେଇ ଲଳିତ ସ୍ୱର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ