Advertisment

ଲକ୍‌ଡାଉନ୍‌ରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ବଲିଉଡର ଟେଲି ଅଭିନେତା

ମୁମ୍ୱାଇ: ଟିଭି ଅଭିନେତା ସଚିନ କୁମାରଙ୍କ ମୃତ୍ୟୁ ଏବଂ କିଛି ମାସ ପୂର୍ବରୁ ଟିଭି ଅଭିନେତା କୁଶଲ ପଞ୍ଜାବୀଙ୍କ ଆତ୍ମହତ୍ୟା ପରେ ମୁମ୍ବାଇର ଟିଭି ଜଗତରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅନେକ ସିରିଏଲରେ ପଞ୍ଜାବୀ  ଓ ଶିଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମନମିତ୍ ଗ୍ରୁଏଲ ଆତ୍ମହତ୍ୟା କରିଛନ୍ତି। SAB ଟିଭିର ‘ଆଦତ୍‌ ସେ ମଜବୁର୍‌’ ସିରିଏଲରେ ସେ ଅଭିନୟ କରୁଥିଲେ। ସେ ଆର୍ଥିକ ସଙ୍କଟ କାରଣରୁ ଏପରି କରିଥିବା ସନ୍ଦେହ କରାଯାଉଛ। […]

ଲକ୍‌ଡାଉନ୍‌ରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ବଲିଉଡର ଟେଲି ଅଭିନେତା

manmit

Advertisment

ମୁମ୍ୱାଇ: ଟିଭି ଅଭିନେତା ସଚିନ କୁମାରଙ୍କ ମୃତ୍ୟୁ ଏବଂ କିଛି ମାସ ପୂର୍ବରୁ ଟିଭି ଅଭିନେତା କୁଶଲ ପଞ୍ଜାବୀଙ୍କ ଆତ୍ମହତ୍ୟା ପରେ ମୁମ୍ବାଇର ଟିଭି ଜଗତରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅନେକ ସିରିଏଲରେ ପଞ୍ଜାବୀ  ଓ ଶିଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମନମିତ୍ ଗ୍ରୁଏଲ ଆତ୍ମହତ୍ୟା କରିଛନ୍ତି।

Advertisment

SAB ଟିଭିର ‘ଆଦତ୍‌ ସେ ମଜବୁର୍‌’ ସିରିଏଲରେ ସେ ଅଭିନୟ କରୁଥିଲେ। ସେ ଆର୍ଥିକ ସଙ୍କଟ କାରଣରୁ ଏପରି କରିଥିବା ସନ୍ଦେହ କରାଯାଉଛ। ୨୯ବର୍ଷର ମନମତ୍‌ ମୁମ୍ୱାଇର ନବି ଅଞ୍ଚଳରେ ରହୁଥିଲେ।

ନିକଟରେ ମନମିତ ଏଣ୍ଡ ଟିଭି ସିରିଏଲ କୁଲଦୀପକରେ ଅଭିନୟ କରିଥିଲେ। ଦୀର୍ଘ ସମୟ ଧରି ସିରିଏଲରେ ଅଭନୟ କରିବା ପାଇଁ ସଂଘର୍ଷ କରୁଥିଲା । ମନମିତ ଦିଲ୍ଲୀର ବାସିନ୍ଦା। ସେ ବିହାହିତ ଥିଲେ। ପ୍ରାୟ ଆଠ ବର୍ଷ ପୂର୍ବେ ମୁମ୍ୱାଇ ଆସିଥିଲେ। ସେ ନିଜ ପତ୍ନୀଙ୍କ ସହ ନବି ଅଞ୍ଚଳରେ ଥିବା ଏକ ଛୋଟ ଫ୍ଲାଟରେ ରହୁଥିଲେ। ତାଙ୍କର ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲା। ସେ ନିଜ କାମ ଓ ପରିବାର ପାଇଁ କିଛି ଲୋନ୍‌ କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ତାଙ୍କର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ଏନେଇ ସେ ଚିନ୍ତାରେ ଥିଲେ।

Advertisment

ଖବର ଅନୁଯାୟୀ, ଗତ ଶୁକ୍ରବାର ରାତିରେ ସେ ନିଜ ପତ୍ନୀଙ୍କ ଓଢ଼ଣୀକୁ ଫାଶକରି ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହା ପରେ ତାଙ୍କ ପତ୍ନୀ ନିକଟସ୍ଥ ଲୋକଙ୍କ ସାହାଯ୍ୟ ମାଗିଥିଲେ କିନ୍ତୁ କରୋନା ଭାଇରସ ଭୟରେ କେହି ସାହାଯ୍ୟ କରିବାକୁ ଆସି ନଥିଲେ। ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମନମିତ ସିରିଏଲ ବ୍ୟତୀତ ଅନେକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ। ସେ ଏକ ୱେବ୍ ସିରିଜ୍ ମଧ୍ୟ ପାଇଥିଲେ, ଯାହାକୁ ନେଇ ସେ ଖୁବ୍‌ ଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସବୁକାମ ଠପ୍‌ ହୋଇଯାଇଥିଲା। କିଛିଦିନ ପୂର୍ବରୁ କୁଶଲ ପଞ୍ଜାବୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କର ମଧ୍ୟ ଆର୍ଥିକ ପରିସ୍ଥିତି ଠିକ୍ ନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ