/odishatv-khabar/media/post_attachments/uploadimage/library/16_9/16_9_0/sonu-1_1626696359.jpg)
sonu
ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ ସାହାଯ୍ୟ କରି ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତେ ସୋନୁଙ୍କୁ ପ୍ରଂଶସା କରୁଛନ୍ତି। ଏବେ ଏକ ଛୋଟ ଝିଅର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କୁନି ଝିଅଟି ତା’ର ଥଙ୍ଗେଇ ଥଙ୍ଗେଇ ପାଟିରେ ସୋନୁ ସୁଦଙ୍କୁ ପ୍ରଶଂସା କରୁଛି। ସୋନୁ ମଧ୍ୟ କୁନି ଝିଅକୁ ଖୁବ୍ ଭଲପାଇବା ଦେଇଛନ୍ତି।
Can I give u a tight hug little angel ?? https://t.co/LhfZTEOvxS
— sonu sood (@SonuSood) June 6, 2020
ସୋନୁ ଏକ ଛୋଟ ଝିଅର ଭିଡିଓକୁ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୁନି ଝିଅର ମା’ ତାଙ୍କୁ ପଚାରୁଛନ୍ତି, ସୋନୁ ଅଙ୍କଲ୍ କ’ଣ କରନ୍ତି? ଏକଥା ଶୁଣି ଝିଅଟି ତା’ର ଖନେଇ ଖନେଇ ପାଟିରେ କହୁଛି ଯେ ଯାହା ଗୋଡରେ ଚପଲ ନାହିଁ, ସୋନୁ ଅଙ୍କଲ୍ ତାଙ୍କୁ ପିନ୍ଧିବା ପାଇଁ ଜୋତା ଦିଅନ୍ତି। ଯାହାକୁ ଭୋକ ଲାଗେ, ତାଙ୍କ ଖାଇବାକୁ ଦିଅନ୍ତି। ଯିଏ ଗାଁକୁ ଯିବାକୁ ଚାହୁଁଛନ୍ତି, ସୋନୁ ଅଙ୍କଲ୍ ତାଙ୍କୁ ଘରେ ଛାଡି ଦେଉଛନ୍ତି। ସୋନୁ ଅଙ୍କଲ ହେଉଛନ୍ତି ଗୁଡ୍ ବୟ।’ ଏକଥା ଶୁଣି ସୋନୁ କହିଛନ୍ତି ଯେ ଲିଟିଲ୍ ଆଞ୍ଜେଲ୍ ମୁଁ ତୁମକୁ ଆଲିଙ୍ଗନ କରିପାରିବି କି?
ପ୍ରକାଶଥାଉକି, ସୋନୁ ସୁଦ ପ୍ରବାସୀଙ୍କୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ତାଙ୍କୁ ଘରେ ପହଁଞ୍ଚାଇବା ସହିତ ସେମାନଙ୍କର ଖାଇବା ଓ ପିନ୍ଧିବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ବିପଦରେ ପଡିଥିବା ପ୍ରବାସୀମାନଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି। ଏପରିକି ସେ ଦିନ ରାତି ଏକାଠି କରିଦେଇଛନ୍ତି। ଯାହାଦ୍ୱାରା ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)