Advertisment

ସୋନୁ ସୁଦ ଫ୍ରାନ୍ସରୁ ମଗେଇଲେ ଅକ୍ସିଜେନ ପ୍ଲାଣ୍ଟ୍

ଗତ ବର୍ଷ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥିବା ସୋନୁ ସୁଦ ଏଥର ଅଭାବୀ ଲୋକଙ୍କ ପାଖରେ ଅମ୍ଳଜାନ ପହଞ୍ଚାଇବାର ଦାୟିତ୍ଵ ନେ‍ଇଛନ୍ତି। ଏହି ଦାୟିତ୍ଵକୁ ସେ ମଧ୍ୟ ପୂର୍ଣ୍ଣ ଭାବେ ପାଳନ କରୁଥିବା ତାଙ୍କ କାର୍ଯ୍ୟକଳାପରୁ ଦେଖାଯାଏ।

author-image
Pramod Behera
ସୋନୁ ସୁଦ ଫ୍ରାନ୍ସରୁ ମଗେଇଲେ ଅକ୍ସିଜେନ ପ୍ଲାଣ୍ଟ୍

Sonu Sood

ମୁମ୍ବାଇ: କରୋନା ମହାମାରୀ ସମୟରେ ଗତ ବର୍ଷ ଠାରୁ ଯଦି କେହି ଜଣେ ହିରୋ ହୋଇ ପ୍ରକୃତରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି ତେବେ ସେ ହେଉଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିବା ସୋନୁ ଗତ ବର୍ଷଠାରୁ କ୍ରମାଗତ ଭାବରେ ଲୋକଙ୍କ ପାଇଁ ଈଶ୍ଵର ହୋଇ ଠିଆ ହୋଇଛନ୍ତି। କରୋନା ଲହର ଦେଶରେ ହାହାକାର ସୃଷ୍ଟି କରିଥିବା ବେଳେ ସୋନୁ ସୁଦ ଏହି ସମୟରେ ଲୋକଙ୍କ ସାହାରା ହୋଇଛନ୍ତି। ବର୍ତ୍ତମାନ ଦେଶରେ ଚିକିତ୍ସା କ୍ଷେତ୍ରରେ ଅମ୍ଳଜାନର ଅଭାବ ଥିବାବେଳେ ଏ କ୍ଷେତ୍ରରେ ମଧ୍ୟ ସୋନୁ ସୁଦ ସହଯୋଗର ହାତ ବଢେଇଛନ୍ତି। ଅମ୍ଳଜାନରେ ପୀଡିତ ଲୋକଙ୍କ ପାଇଁ ସେ ପ୍ରଥମେ ଚୀନ୍‌ର ସାହାଯ୍ୟ ଲୋଡିଥିଲେ ଏବଂ ବର୍ତ୍ତମାନ ଫ୍ରାନ୍ସରୁ ଅମ୍ଳଜାନ ପ୍ଲାଣ୍ଟ୍ ମଗେଇଛନ୍ତି, ଯାହା ଖୁବ ଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି।

Advertisment

ଦେଶରେ କରୋନାର ଦ୍ଵିତୀୟ ଲହର ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଥିବା ବେଳେ ଏହାର ତୃତୀୟ ଲହର ଆଶଙ୍କାରେ ଲୋକେ ଭୟଭୀତ ହୋଇପଡିଲେଣି। ସୋନୁ ସୁଦ୍ ଚାହୁଁ ନାହାନ୍ତି ଯେ କରୋନାର ତୃତୀୟ ଲହର ଦ୍ୱିତୀୟ ଲହର ଅପେକ୍ଷା ଅଧିକ ଭୟଙ୍କର ହେଉ। ତେଣୁ, ବର୍ତ୍ତମାନର ସ୍ଥିତିକୁ ଯଥାଶୀଘ୍ର ଠିକ୍ କରିବାକୁ ସେ ଯଥାସମ୍ଭବ ଚେଷ୍ଟା ଜାରି ରଖିଛନ୍ତି। ସୋନୁ ସୁଦ ପ୍ରଥମେ ଚୀନ୍ ସହାୟତାରେ ଭାରତକୁ ଅମ୍ଳଜାନ କଣ୍ଟେନର ମଗେଇଥିଲେ ଏବଂ ବର୍ତ୍ତମାନ ସେ ଆମ ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ଯାଇ ଫ୍ରାନ୍ସରୁ ଅମ୍ଳଜାନ ପ୍ଲାଣ୍ଟ ମଗେଇଛନ୍ତି, ଯାହା ୧୦-୧୨ ଦିନ ମଧ୍ୟରେ ଭାରତରେ ପହଞ୍ଚିଯିବ।

ଅମ୍ଳଜାନ ପ୍ଲାଣ୍ଟ୍ ପାଇଁ ଅର୍ଡର କରାଯାଇଛି ଏବଂ ଏହା ମଧ୍ୟ ୧୦-୧୨ ଦିନ ମଧ୍ୟରେ ଫ୍ରାନ୍ସରୁ ଭାରତକୁ ଆସିଯିବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ସୋନୁ ସୁଦଙ୍କ ଏହି ମହାନ୍ ପଦକ୍ଷେପ ପାଇଁ ଲୋକମାନେ ତାଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି।

Advertisment
publive-image
Source : AtZ News

ଗତ ବର୍ଷ ସୋନୁ ସୁଦ ଯେଉଁଭଳି ଭାବରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ, ଲୋକେ ତାହାକୁ କେବେ ବି ଭୁଲିବେ ନାହିଁ। ଏଥର ମଧ୍ୟ ସେ ଅଭାବୀ ଲୋକଙ୍କ ପାଖରେ ଅମ୍ଳଜାନ ପହଞ୍ଚାଇବାର ଦାୟିତ୍ଵ ନେ‍ଇଛନ୍ତି। ଏହି ଦାୟିତ୍ଵକୁ ସେ ମଧ୍ୟ ପୂର୍ଣ୍ଣ ଭାବେ ପାଳନ କରୁଥିବା ତାଙ୍କ କାର୍ଯ୍ୟକଳାପରୁ ଦେଖାଯାଏ।

ଆମେ ଏଠାରେ କହିରଖୁଛୁ ଯେ ଏକ ୱେବ୍ ପୋର୍ଟାଲ୍ ସହିତ ବାର୍ତ୍ତାଳାପ ସମୟରେ ସୋନୁ କହିଥିଲେ ଯେ ସେ ଚୀନ୍, ଫ୍ରାନ୍ସ ଓ ତାଇୱାନର କମ୍ପାନୀଗୁଡିକ ସହିତ ଯୋଗାଯୋଗ କରି ଭାରତରେ ଅମ୍ଳଜାନ ପ୍ଲାଣ୍ଟ୍ ସ୍ଥାପନ କରିବା ନେଇ କାମ କରୁଛନ୍ତି। ଯାହା ଫଳରେ ଯଦି କରୋନାର ତୃତୀୟ ଲହର ଆସେ, ତେବେ ଆମେ ପୂର୍ବରୁ ପ୍ରସ୍ତୁତ ରହିବାକୁ ସକ୍ଷମ ହୋଇପାରିବା। ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରୁଥିବା କମ୍ପାନୀଗୁଡିକ ସହିତ ସେ ଖୁବ୍ ଶୀଘ୍ର କଥା ହେବେ ଏବଂ ଖୁବ୍ ଶୀଘ୍ର ସେ ଏହାର ସେଟଅପ୍ ମଧ୍ୟ ପାଇବେ। ଏହା ଦ୍ଵାରା ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଭଳି ଅନେକ ରାଜ୍ୟରେ ଅମ୍ଳଜାନ କାରଖାନା ଉପଲବ୍ଧ ହୋଇପାରିବ।

Advertisment
Advertisment