/odishatv-khabar/media/post_attachments/uploadimage/library/16_9/16_9_0/sonu-1_1625258387.jpg)
sonu
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବିଲିଉଡ୍ ଅଭିନେତା ସୋନୁ ସୁଦ୍। ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାଠୁ ଆରମ୍ଭ କରି ପିଲାଙ୍କୁ ଅନ୍ଲାଇନ୍ ପଢିବା ପାଇଁ ଫୋନ୍ ଯୋଗାଇଦେବା ପର୍ଯ୍ୟନ୍ତ ସୋନୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଏବେ ସୋନୁ ୫୦ଜଣ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀ ଚାକିରି ହରାଇଥିଲେ। ଏ ଖବର ମିଳିବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।
ସୋନାମୁନି ରାଜ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ କିଛି ଯୁବତୀଙ୍କର ଫଟୋକୁ ଟ୍ୱିଟରରେ ଶେଆର୍ କରି, ସୋନୁ ସୁଦ୍ ସାର୍, ଆମେ ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ରହୁଛୁ। ଲକଡାଉନ୍ କାରଣରୁ ଆମ ଗାଁର ୫୦ଜଣ ଯୁବତୀଙ୍କର ଚାକିରି ଚାଲିଯାଇଛି। ଯେଉଁ କାରଣରୁ ଆମେ ସମସ୍ତେ ଏବେ ବେକାରୀ ଅଛୁ। ଆମ ସମସ୍ତଙ୍କୁ ଚାକିରିର ବହୁତ ଆବଶ୍ୟକତା ରହିଛି। ଦୟାକରି ଆମର ସହାୟତା କରନ୍ତୁ।
@sonusood sir , हम झारखण्ड के धनबाद जिला के रहने वाले है | लॉकडाउन के कारण हमारी और गांव की 50 लड़कियो की नौकरी चली गयी थी और अब हम सारे अपने घर में बेरोजगार बैठे है | हम सब को नौकरी की बहुत जरुरत है हमारी मदद कीजिये . आप ही आख़री उम्मीद हो। pic.twitter.com/PbRTJ2n6Qf
— Sonamuni Raj (@sraza21) October 5, 2020
ଏହାର ପ୍ରତିକ୍ରିୟା ଦେଇ ସୋନୁ ଲେଖିଛନ୍ତି, ଧନବାଦରେ ଥିବା ଆମର ଏହି ୫୦ ଭଉଣୀ ସପ୍ତାହକ ଭିତରେ ଭଲ ଚାକିରି କରୁଥିବେ। ଏହା ମୋର ପ୍ରତିଶ୍ରୁତି।
धनबाद की हमारी यह 50 बहनें एक सप्ताह के भीतर कोई अच्छी नौकरी कर रहीं होंगी...यह मेरा वादा है। @PravasiRojgarhttps://t.co/wJ7DjaoGts
— sonu sood (@SonuSood) October 6, 2020
ସୋନୁଙ୍କ ଏହି ଟୁଇଟ୍ରେ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି। ସୋନୁ ଆଉ କେତେ ମହାନ କାମ କରି ଲୋକଙ୍କ ହୃଦୟ ଜିତିବେ ବୋଲି କିଛି ଲୋକ କହିଥିବା ବେଳେ। ଆଉ କିଛି ଲୋକ ସୋନୁଙ୍କୁ ଭଗବାନ୍ ସବୁବେଳେ ଆଶିର୍ବାଦ କରନ୍ତୁ ବୋଲି ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)