/odishatv-khabar/media/post_attachments/uploadimage/library/16_9/16_9_0/1-51_1620724426.jpg)
1
କରୋନା ଭାଇରସ୍ ସମଗ୍ର ଦେଶକୁ ହତାଶ କରିଦେଇଛି। ଧନ ଜୀବନ ନଷ୍ଟ ହେବା ସହିତ ଦେଶର ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଜଣାନାହିଁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ କେତେ ଯେ ଲୋକ ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଯେକୌଣସି କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତି କେତେ ଖରାପ ହୋଇଛି ଆପଣ ଏହି କଥାରୁ ଅନୁମାନ କରିପାରିବେ ଯେ କେବଳ ସାଧାରଣ ଲୋକ ନୁହେଁ ଅନେକ ବଡ଼ ବଡ଼ ସିନେ ତାରକା ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏହି ତାଲିକାରେ ସାଉଥ ସିନେମାର ଭେଟେରାନ ଅଭିନେତା କମଲ ହାସନଙ୍କ ଝିଅ ଶ୍ରୁତି ହାସନ ମଧ୍ୟ ଅଛନ୍ତି।
/odishatv-khabar/media/post_attachments/wp-content/uploads/2021/05/Untitled-1-54.jpg)
ନିକଟରେ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୁତି ହାସନ କହିଛନ୍ତି ଯେ “ବିନା ମାସ୍କରେ ସେଟରେ ରହିବାକୁ ଅତ୍ୟନ୍ତ ଭୟ ଲାଗୁଛି। ଏହା ସତ୍ତ୍ଵେ ବି ଆମେ କାମକୁ ଫେରିବାକୁ ଚାହୁ।” ଶ୍ରୁତି ଆହୁରି କହିଛନ୍ତି ଯେ “ମୁଁ ଏହାକୁ ଲୁଚାଇ ପାରିବି ନାହିଁ କିମ୍ବା ମହାମାରୀ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ। ମୁଁ ମିଛ ବି କହି ପାରିବି ନାହିଁ।”
/odishatv-khabar/media/post_attachments/wp-content/uploads/2021/05/2-41.jpg)
ସେ ସ୍ୱୀକାର କରିଛନ୍ତି ଯେ ଏହି ସମୟରେ ସୁଟିଂ କରିବା ବହୁତ କଷ୍ଟସାଧ୍ୟ, କିନ୍ତୁ ତାଲାବନ୍ଦ ଶେଷହେବା ପରେ ପୁଣି କାମ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଲୋକଙ୍କ ପରି ମୁଁ ମଧ୍ୟ ଏକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି।” ନିଜକୁ ଜଣେ ସ୍ୱାଧୀନ ମହିଳା ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, “ମୋର ମଧ୍ୟ କିଛି ସୀମା ଅଛି, ମୋତେ ସାହାଯ୍ୟ କରିବାକୁ ଏବେ ମୋ ପାଖରେ ମୋର ପିତାମାତା ନାହାଁନ୍ତି। ୧୧ ବର୍ଷ ପୂର୍ବେ ମୁଁ ମୋ ବାପାଙ୍କ ପାଖରୁ ଚାଲିଆସିଥିଲି।”
/odishatv-khabar/media/post_attachments/wp-content/uploads/2021/05/3-39.jpg)
ଶ୍ରୁତି ଆହୁରି କହିଛନ୍ତି ଯେ “ଏ ସବୁ ପୂର୍ବରୁ ମୁଁ ଘର କିଣିଥିଲି, ଯେଉଁଥିପାଇଁ ମୁଁ ଏବେ ଆର୍ଥିକ ସଂକଟ ସହ ସଂଘର୍ଷ କରୁଛି ଏବଂ ମୁଁ ଏହାର ଇଏମ୍ଆଇ ପୂରଣ କରିବାକୁ ଚେଷ୍ଟା କରୁଛି।”
/odishatv-khabar/media/post_attachments/wp-content/uploads/2021/05/4-30.jpg)
କାର୍ଯ୍ୟକ୍ଷେତ୍ର ବିଷୟରେ ଆଲୋଚନା କରିବାକୁ ହେଲେ ଶ୍ରୁତି ହାସନ ଏକ ୱେବ୍ ସିରିଜ୍ ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାଲାର୍’ରେ କାମ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପାଇଁ ତାଲାବନ୍ଦ ଯୋଗୁଁ କାମଧନ୍ଦାରେ ଗଡବଡ ଦେଖାଦେଇଛି। ଏହି ଚଳଚ୍ଚିତ୍ରରେ ଶ୍ରୁତି ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଶ୍ରୁତି ହାସନଙ୍କ ଜନ୍ମଦିନରେ ପ୍ରଭାସ ତାଙ୍କର ଫିଲ୍ମରେ ପ୍ରବେଶ ବିଷୟରେ ସୂଚନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)