/odishatv-khabar/media/post_attachments/uploadimage/library/16_9/16_9_0/silpa_1626691212.jpg)
silpa
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋଶାଲ ମିଡ଼ିଆରେ ବହୁତ ସକ୍ରିୟ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ସେ ଫ୍ୟାନଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍ରେ ଭାଇରାଲ୍ ହୋଇଯାଏ ।
ଶିଳ୍ପା ସେଟ୍ଟୀ ଏବେ ଏମିତି ଏକ ଭିଡ଼ିଓ ନିଜର ଅଫିସିୟାଲ୍ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି , ଯାହା ଖୁବ୍ ଭାଇରାଲ୍ ସାଜିଛି । ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ସେ ନିଜର ଆକର୍ଷଣୀୟ ଅନ୍ଦାଜରେ ଜଣେ ଯୁବକଙ୍କୁ ଫିଦା କରିଦେଇଛନ୍ତି । ସବୁ ଭିଡ଼ିଓ ପରି ଏହି ଭିଡ଼ିଓକୁ ବି ଫ୍ୟାନ୍ ମାନେ ବହୁ ସଂଖ୍ୟାରେ ପସନ୍ଦ କରିଛନ୍ତି । ପାଖାପାଖି ସାଢ଼େ ୬ ଲକ୍ଷରୁ ଅଧିକ ଲୋକ ଏହି ଭିଡ଼ିଓକୁ ଦେଖି ସାରିଲେଣି ।
ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ ପଛେ ପଛେ ଯାଉଛନ୍ତି । ଯେମିତି ଶିଳ୍ପାଙ୍କ ଉପରେ ତାଙ୍କର ନଜର ପଡ଼ିଛି । ନିଜ ଗର୍ଲଫ୍ରେଣ୍ଡଙ୍କୁ ଭୁଲି ଶିଳ୍ପାଙ୍କ ପଛରେ ଚାଲୁଛନ୍ତି । ଏହି ଭିଡ଼ିଓକୁ ନେଇ ଅନେକ ପ୍ରତିକ୍ରିୟା ମିଳିଛି । ପୂର୍ବ ଭଳି ଶିଳ୍ପାଙ୍କର ଏହି ଭିଡ଼ିଓ ପ୍ରଶଂସକଙ୍କ ମନ ମୋହିଛି ।
ଶିଳ୍ପା ନିଜର ଫିଟ୍ନେସ୍ ଓ ଡ୍ୟାନ୍ସ ଭିଡ଼ିଓ ସୋଶାଲ ମିଡ଼ିଆ ବହୁତ ସେୟାର କରୁଛନ୍ତି । ତାଙ୍କର ଇନ୍ଷ୍ଟାଗ୍ରାମରେ ୧୪ ମିଲିୟନରୁ ଅଧିକ ଫଲୋୟର୍ସ ହୋଇଗଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)