Advertisment

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ମୁମ୍ବାଇ: ପୃଥ୍ୱିରାଜ କପୁରଙ୍କ ସାନ ପୁଅ ଶମି କପୁର ୨୧ ଅକ୍ଟୋବର ୧୯୩୧ରେ ଜନ୍ମଗ୍ରହଣ କରିଥିଲେ। ଶମି କପୁରଙ୍କ ପ୍ରକୃତ ନାଁ ଶମଶେର ରାଜ କପୁର। ଶମି ଏବେ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ଅଛି ଯାହାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। ଭାଇ ରାଜ କପୁରଙ୍କ ପାଇଁ ଶମିଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା। ପୃଥ୍ୱି ଥିଏଟରରେ ଶକୁନ୍ତଳା ନାଟକରେ ଶମି ଭରତର ଭୂମିକା ଗ୍ରହଣ […]

ଅଦ୍ୟତନ ହୋଇଛି
ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

shami-kapoor

Advertisment

ମୁମ୍ବାଇ: ପୃଥ୍ୱିରାଜ କପୁରଙ୍କ ସାନ ପୁଅ ଶମି କପୁର ୨୧ ଅକ୍ଟୋବର ୧୯୩୧ରେ ଜନ୍ମଗ୍ରହଣ କରିଥିଲେ। ଶମି କପୁରଙ୍କ ପ୍ରକୃତ ନାଁ ଶମଶେର ରାଜ କପୁର। ଶମି ଏବେ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ଅଛି ଯାହାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି।

Advertisment

ଭାଇ ରାଜ କପୁରଙ୍କ ପାଇଁ ଶମିଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା। ପୃଥ୍ୱି ଥିଏଟରରେ ଶକୁନ୍ତଳା ନାଟକରେ ଶମି ଭରତର ଭୂମିକା ଗ୍ରହଣ କରିଥିଲେ। ଏହି ନାଟକରେ ରାଜ କପୁରଙ୍କର ମଧ୍ୟ ଏକ ପ୍ରମୁଖ ଭୂମିକା ଥିଲା। କିନ୍ତୁ ରାଜଙ୍କୁ ରିହର୍ସାଲ ପାଇଁ ସ୍କୁଲରୁ ଛୁଟି ମିଳୁନଥିଲା ତେଣୁ ସେ ପ୍ରିନ୍ସିପାଲ୍‌ଙ୍କ ସହ ଝଗଡା କରି ସେ ସ୍କୁଲ୍‌ ଛାଡିଥିଲେ।  ସେହି ସ୍କୁଲ୍‌ରେ ଶମି ମଧ୍ୟ ପଢୁଥିଲେ। ତାଙ୍କୁ ମଧ୍ୟ ସ୍କୁଲ୍‌ ଛାଡିବାକୁ ପଡିଥିଲା।

ଶମିଙ୍କ ଜୀବନରେ ଆଉ ଏକ ସମୟ ଆସିଲା ଯେତେବେଳେ ସେ କଲେଜ ମଧ୍ୟ ଛାଡିଦେଲେ। ଏକଥା ସେ ଯେତେବେଳେ ଆସି ତାଙ୍କ ବାପାଙ୍କୁ କହିଲେ ତାଙ୍କ ବାପା ତାଙ୍କୁ ଥିଏଟର୍‌ରେ କାମ କରିବାର ପରାମର୍ଶ ଦେଲେ। ଏବଂ ସେଠାରେ କାମ କରିବା ପାଇଁ ତାଙ୍କୁ ୫୦ଟଙ୍କା ମିଳୁଥିଲା।

Advertisment

publive-imageଶମି ତାଙ୍କ ବାପାଙ୍କ ଥିଏଟରରେ ଶ୍ରମିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ ବାପା ତାଙ୍କୁ କେବେବି ଷ୍ଟାର କିଡ୍‌ ପରି କାମ ଦେଇନଥିଲେ।

ଶମିଙ୍କର  ଅନେକ ଝିଅ ବନ୍ଧୁ ଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ଏ ବିଷୟରେ ଭଲ ଭାବରେ ଜାଣିଥିଲେ। କିଛି ଦିନ ପାଇଁ ସେ ବିଦେଶର ଜଣେ ବେଲି ନୃତ୍ୟଶିଳ୍ପୀଙ୍କୁ ଡେଟ୍‌ କରିଥିଲେ, କିନ୍ତୁ କିଛି ଦିନ ପରେ ଦୁହିଁଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା।

Advertisment

ଅଭିନେତ୍ରୀ ନୂତନ୍‌ ଶମି କପୁରଙ୍କ ପିଲାଦିନର ବନ୍ଧୁ ଥିଲେ।  ଦୁହେଁ ୧୯୫୪ମସିହାରେ ଏକାଠି ‘ଲୈଲା ମଜ୍‌ନୁ’ ଫିଲ୍ମରେ କାମ କରିଥିଲେ।

publive-image୧୯୫୫ ମସିହାରେ ସେ ଗୀତା ବାଲିଙ୍କୁ ବିବାହ କରିଥିଲେ। ଗୀତା ମଧ୍ୟ ଜଣେ ଅଭିନେତ୍ରୀ ଥିଲେ ଏବଂ ଦୁହେଁ ଫିଲ୍ମ 'କଫି ହାଉସ୍'ର ସେଟରେ ପରସ୍ପର ସହ ଭେଟ ହୋଇଥିଲେ। ଏହି ସମୟରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଇଥିଲା।

ଉଭୟ ବିବାହ କରିବାକୁ ମନ୍ଦିରକୁ ଯାଇଥିଲେ କିନ୍ତୁ ସେତେବେଳେ ଶମିଙ୍କ ପାଖରେ ସିନ୍ଦୁର ନଥିଲା, ତା’ପରେ ଗୀତା ତାଙ୍କ ବ୍ୟାଗରୁ ଲିପଷ୍ଟିକ୍ ବାହାର କରି ଦେଇଥିଲେ। ସେହି ଲିପ୍‌ଷ୍ଟିକ୍‌ରେ ସେ ତାଙ୍କ ମଥା ଭରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ