Advertisment

କୋରିଓଗ୍ରାଫର୍‌ ସରୋଜ ଖାନ୍‌ ଅସୁସ୍ଥ, ଆସିଲା କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରୋଜଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ହସ୍ପିଟାଲରେ ସରୋଜଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍‌ ଥିବା ଜଣାପଡ଼ିଛି। ସରୋଜ ଖାନ୍‌ଙ୍କ ଶୀଘ୍ର ଆରୋଗ୍ୟ ନେଇ ତାଙ୍କ ପ୍ରଶଂସକ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। Get well soon #Sarojkhan ji https://t.co/l00h2Ihkji […]

author-image
Mahasweta Baral
କୋରିଓଗ୍ରାଫର୍‌ ସରୋଜ ଖାନ୍‌ ଅସୁସ୍ଥ, ଆସିଲା କୋଭିଡ୍ ରିପୋର୍ଟ

song

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରୋଜଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ହସ୍ପିଟାଲରେ ସରୋଜଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍‌ ଥିବା ଜଣାପଡ଼ିଛି। ସରୋଜ ଖାନ୍‌ଙ୍କ ଶୀଘ୍ର ଆରୋଗ୍ୟ ନେଇ ତାଙ୍କ ପ୍ରଶଂସକ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।

Advertisment

ଖବର ଅନୁଯାୟୀ, ସରୋଜ ଖାନଙ୍କ ପରିବାର ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ ସରୋଜଙ୍କ ଠାରେ କୋଭିଡ -୧୯ର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ତାଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। "ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସରୋଜ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସରୋଜଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତାଙ୍କୁ ଦିନେ କି ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

Advertisment

ସରୋଜ ଖାନ୍‌ ୨ହଜାରରୁ ଅଧିକ ଗୀତରେ କୋରିଓଗ୍ରାଫି କରିଛନ୍ତି। ସରୋଜଙ୍କୁ ୩ଥର ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ଗୀତଙ୍କୁ ସମସ୍ତେ ଖୁବ୍‌ ଭଲ ପାଉଥିଲେ। ସେ ‘ଡୋଲାରେ ଡୋଲା’, ‘ୟେ ଇସ୍‌କି ହାଏ’ ଓ ‘ନିମ୍ବୂଡା’ ଭଳି ଅନେକ ପ୍ରସିଦ୍ଧ ଗୀତରେ କୋରିଓଗ୍ରାଫି କରିଛନ୍ତି। ସେ ଶେଷଥର ପାଇଁ ‘କଲଙ୍କ’ ଫିଲ୍ମର 'ତବାହ ହୋ ଗୟେ' ଗୀତରେ କୋରିଓଗ୍ରାଫି କରିଥିଲେ।

Advertisment
Advertisment