Advertisment

ମାଆ ହେଲେ ସ୍ୱପ୍ନା ଚୌଧୁରୀ

ମୁମ୍ବାଇ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍‌ ବସ୍‌ ୧୧ର ପ୍ରତିଯୋଗୀ ସ୍ୱପ୍ନା ଚୌଧୁରୀ ମାଆ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସ୍ୱପ୍ନାଙ୍କ ସ୍ୱାମୀ ବିର୍‌ ସାହୁ ସୋଶାଲ୍‌ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସ୍ୱପ୍ନା ଖୁବ୍‌ କମ୍‌ ଆଲୋଚନା କରନ୍ତି। ବିର୍‌ଙ୍କ ସହ ସେ ରିଲେସନ୍‌ସିପ୍‌ରେ ଥିବା କଥା ମଧ୍ୟ ସେ ସର୍ବସମ୍ମୁଖକୁ ଆଣି ନଥିଲେ। ବିବାହକୁ ମଧ୍ୟ ସ୍ୱପ୍ନା ଦୀର୍ଘ ଦିନ ପର୍ଯ୍ୟନ୍ତ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ମାଆ ହେଲେ ସ୍ୱପ୍ନା ଚୌଧୁରୀ

sapna

ମୁମ୍ବାଇ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍‌ ବସ୍‌ ୧୧ର ପ୍ରତିଯୋଗୀ ସ୍ୱପ୍ନା ଚୌଧୁରୀ ମାଆ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସ୍ୱପ୍ନାଙ୍କ ସ୍ୱାମୀ ବିର୍‌ ସାହୁ ସୋଶାଲ୍‌ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

Advertisment

ତେବେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସ୍ୱପ୍ନା ଖୁବ୍‌ କମ୍‌ ଆଲୋଚନା କରନ୍ତି। ବିର୍‌ଙ୍କ ସହ ସେ ରିଲେସନ୍‌ସିପ୍‌ରେ ଥିବା କଥା ମଧ୍ୟ ସେ ସର୍ବସମ୍ମୁଖକୁ ଆଣି ନଥିଲେ। ବିବାହକୁ ମଧ୍ୟ ସ୍ୱପ୍ନା ଦୀର୍ଘ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ।

publive-imageଏବେବି ଅଧିକାଂଶ ଲୋକ ସ୍ୱପ୍ନା ବିବାହିତା କି ନୁହେଁ ବୋଲି ଦ୍ୱନ୍ଦ୍ୱରେ ଥିବା ବେଳେ ତାଙ୍କ ମାଆ ହେବା ଖବର ସମସ୍ତ ପ୍ରଶ୍ନରୁ ପରଦା ଉଠେଇ ଦେଇଛି।

Advertisment

ସୂଚନା ଅନୁଯାୟୀ, ବିଗ୍‌ ବସ୍‌ରୁ ଫେରିବା ପରେ ସ୍ୱପ୍ନାଙ୍କୁ କିଛି ବଲିଉଡ୍‌ ଫିଲ୍ମରେ ଆଇଟମ୍‌ ନମ୍ବର କରିବାର ସୁଯୋଗ ମିଳିଥିଲା। ଏଥିସହ ତାଙ୍କୁ ଅନେକ ମ୍ୟୁଜିକ୍‌ ଭିଡ଼ିଓରେ ମଧ୍ୟ ଦେଖିବାକୁ ମିଳିଥିଲା।

Advertisment
Advertisment