/odishatv-khabar/media/post_attachments/uploadimage/library/16_9/16_9_0/Giganews_1621409182.jpg)
ମୁମ୍ବାଇ : ଅଭିନେତା ସଞ୍ଜୟ କପୁର ଏବଂ ମହିପ କପୁରଙ୍କ ଝିଅ ଶନାୟା କପୁର କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ଅଧୀନରେ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିର୍ଦ୍ଦେଶକ କିମ୍ବା ଚଳଚ୍ଚିତ୍ର ନିର୍ମାତା ଅପେକ୍ଷା କରଣ ଜୋହର ଗତ କିଛି ବର୍ଷ ହେବ ଷ୍ଟାରକିଡ୍ ଲଞ୍ଚପେଡ ଭାବେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଆଲିଆ ଭଟ୍ଟ, ବରୁଣ ଧାୱନ, ଜାନଭୀ କପୁର, ଅନନ୍ୟା ପାଣ୍ଡେ ଭଳି ଅନେକ ଷ୍ଟାରକିଡ୍ସଙ୍କୁ ଲଞ୍ଚ କରିଥିବା କରଣ ଜୋହର ବର୍ତ୍ତମାନ ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁରଙ୍କୁ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପାସ୍ ଦେଇଛନ୍ତି। ଏହା ଉପରେ ସଞ୍ଜୟ କପୁର କହିଛନ୍ତି ଯେ ତାଙ୍କ ଝିଅର ବହୁତ ଦିନର ଲକ୍ଷ ଥିଲା ଯେ ସେ ଜଣେ ଅଭିନେତ୍ରୀ ହେବେ ବୋଲି।
/odishatv-khabar/media/post_attachments/wp-content/uploads/2021/05/Free-Press-Journal-1.jpg)
ସଞ୍ଜୟ କପୁର କହିଛନ୍ତି ଯେ ସେ ସର୍ବଦା ଶନାୟାଙ୍କ ପାଇଁ ଛିଡା ହେବେ, କିନ୍ତୁ ସେ ଚାହୁଁଛନ୍ତି ଯେ ଶନାୟା ନିଜର ଭୁଲ ଓ ଅନୁଭୂତିରୁ ଶିଖନ୍ତୁ। ସେ କହିଛନ୍ତି, “ସେ ବହୁତ ଦିନ ହେବ ଅଭିନେତ୍ରୀ ହେବାକୁ ଚାହୁଁଥିଲା। ତାକୁ ତା ଅନୁଭୂତିରୁ ଶିଖିବା ଆବଶ୍ୟକ। ସେ ଭଲଭାବେ ଜାଣେ ଯେ ମୁଁ ସବୁବେଳେ ତା ପଛରେ ଠିଆହେବି ଏବଂ ତାକୁ ସମର୍ଥନ କରିବି। ସତ କହିବାକୁ ଗଲେ ମୁଁ ଭାବୁଛି ପ୍ରତ୍ୟେକ ବ୍ୟକ୍ତି ନିଜ ଚେଷ୍ଟାରେ ଆଗକୁ ଯିବା ଉଚିତ। ତେଣୁ ଏହା ହିଁ ଠିକ ହେବ ଯେ ସେ ତା ନିଜର ଭୁଲ ଓ ଅଭିଜ୍ଞତାରୁ ଶିଖୁ। ଏହାହେଲେ ଯେକୌଣସି ପରିସ୍ଥିତିରେ ସେ ମୋ ହାତ ଧରିବା ପରିବର୍ତ୍ତେ, ସେ ନିଜ ଯାତ୍ରାକୁ ଅଧିକ ଉପଭୋଗ କରିବ।
/odishatv-khabar/media/post_attachments/wp-content/uploads/2021/05/Hauterfy.jpg)
ନିକଟରେ ଏକ ସାକ୍ଷାତକାରରେ ଶନାୟାଙ୍କ ମା ମହୀପ କପୁରଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଶନାୟା ଏକ ଅନ୍ତରଙ୍ଗ ଦୃଶ୍ୟ କରୁଥିବାବେଳେ ପାପା ସଞ୍ଜୟ କପୁରଙ୍କ ପ୍ରତିକ୍ରିୟା କ’ଣ ହେବ? ଏହା ଉପରେ ସେ କହିଛନ୍ତି ଯେ ସଞ୍ଜୟ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସେ ତାଙ୍କ ଝିଅର କ୍ୟାରିଅରରେ ହସ୍ତକ୍ଷେପ କରିବେ ନାହିଁ। ମହୀପ କହିଛନ୍ତି ଯେ ସଞ୍ଜୟ ନିଶ୍ଚିତ ଭାବରେ ଭିତରୁ ଅନୁଭବ କରିବେ ଯେ ହେ ଭଗବାନ, ମୁଁ ଏ କ’ଣ ଦେଖୁଛି! କିନ୍ତୁ ଯଦି ଏହା ଏକ କାମ, ତେବେ ସେ କିଛି କହିବେ ନାହିଁ।
/odishatv-khabar/media/post_attachments/wp-content/uploads/2021/05/Yahoo-Finance.jpg)
Finance
କରଣ ଜୋହର ନିଜ ପ୍ରଡକ୍ସନ୍ ହାଉସ୍ ସହିତ ନିଜର ଏକ ପ୍ରତିଭା ପରିଚାଳନା ଏଜେନ୍ସି ବି ଆରମ୍ଭ କରିଛନ୍ତି । ଏହା ଅଧୀନରେ ସେ ତାଙ୍କ ଚଳଚ୍ଚିତ୍ରରେ ଶନାୟାଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି। ଶନାୟା ଏହି ଜୁଲାଇରୁ ତାଙ୍କର ପ୍ରଥମ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ। ତେବେ କରଣ ଏହି ଚଳଚ୍ଚିତ୍ର ବିଷୟରେ ଅଧିକ ସୂଚନା ଦେଇ ନାହାଁନ୍ତି। କରଣ ଜୋହର ମଧ୍ୟ ଶନାୟା କପୁରଙ୍କ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ଭିଡିଓ ରିଲିଜ୍ ହେବା ପରେ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)