/odishatv-khabar/media/post_attachments/uploadimage/library/16_9/16_9_0/sanju_1625448318.jpg)
sanju
ମୁମ୍ବାଇ: ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭତ୍ତି ହୋଇଥିବା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇ ଘରେ ପହଞ୍ଚିଛନ୍ତି। ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସଞ୍ଜୟ ଦତ୍ତଙ୍କୁ ୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା।
ତେବେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଖୋଦ୍ ସଞ୍ଜୟ ଦତ୍ତ କହିଥିଲେ। ଏହା ପରେ ତାଙ୍କୁ ଅଣ-କୋଭିଡ୍ ୱାର୍ଡରେ ରଖାଯାଇଥିଲା। ତେବେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି। ଘରେ ପହଞ୍ଚିବା ପରେ ସେ ନିଜ ପ୍ରଶଂସକଙ୍କୁ ହାତ ହଲାଇ ନିଜେ ସୁସ୍ଥ ଥିବା କଥା ଜଣାଇଛନ୍ତି।
ଏହା ପୂର୍ବରୁ ଅଗଷ୍ଟ ୮ ତାରିଖରେ ସଞ୍ଜୟ ଦତ୍ତ ଏକ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, "ସମସ୍ତଙ୍କୁ ଜଣାଇ ରଖୁଛି ଯେ ମୁଁ ଠିକ୍ ଅଛି। ମୁଁ ମେଡିକାଲ୍ ଅବଜରଭେସନରେ ଅଛି ଏବଂ ମୋର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଛି। ଲୀଲାବତୀ ହସ୍ପିଟାଲରେ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ସହାୟତାରେ ମୁଁ ଆଗାମୀ ଦିନେ କିମ୍ବା ଦୁଇଦିନ ଭିତରେ ସୁସ୍ଥ ହୋଇ ଘରକୁ ଫେରିବି। ଆପଣଙ୍କ ଶୁଭେଛା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)