Advertisment

ସଲମାନ୍ ଖାନଙ୍କୁ 'ପୋଷ୍ଟର୍ ବୟ' କହି ବର୍ଷିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ସଲମାନ୍ ଖାନ୍ ନିଜ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଥିଲେ। ସଲମାନଙ୍କ ଏହି ଟ୍ୱିଟ୍‌ର ସୋନା ବ୍ୟଙ୍ଗାତ୍ମକ ଶୈଳୀରେ ମଜାକ ଉଡ଼ାଇଛନ୍ତି। ସେ […]

ସଲମାନ୍ ଖାନଙ୍କୁ 'ପୋଷ୍ଟର୍ ବୟ' କହି ବର୍ଷିଲେ ସୋନା ମହାପାତ୍ର

salman

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ସଲମାନ୍ ଖାନ୍ ନିଜ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଥିଲେ। ସଲମାନଙ୍କ ଏହି ଟ୍ୱିଟ୍‌ର ସୋନା ବ୍ୟଙ୍ଗାତ୍ମକ ଶୈଳୀରେ ମଜାକ ଉଡ଼ାଇଛନ୍ତି। ସେ ସଲମାନଙ୍କ ଏହି ପୋଷ୍ଟକୁ 'ପିଆର୍ ଷ୍ଟଣ୍ଟ' ଆଖ୍ୟା ଦେଇଛନ୍ତି।

Advertisment


ସୋନା ସଲମାନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ଲେଖିଛନ୍ତି, "ପୋଷ୍ଟର୍ ବୟ ତରଫରୁ ଏକ 'ବଡ଼ ହୃଦୟ' ଭରା ପିଆର୍ ମୁଭ୍। ମୋ ମତରେ ତାଙ୍କୁ (ସଲମାନ୍ ଖାନ୍) ଏଭଳି ଟ୍ୱିଟ କରିବାର ଆବଶ୍ୟକତା ନଥିଲା କିମ୍ବା ସେହି ଧମକ ପାଇଁ କ୍ଷମା ମାଗିବାର ଆବଶ୍ୟକ ନଥିଲା, ଯାହା ସେ ନିଜର ଡିଜିଟାଲ୍ ଆର୍ମିଙ୍କୁ ଏହା ପୂର୍ବରୁ ଅନ୍ୟମାନଙ୍କୁ ଡରାଇବା ଏବଂ ଧମକାଇବା ପାଇଁ ପଠାଇଥିଲେ। ଯେବେବି ସେ କୌଣସି ସମସ୍ୟାରେ ଫସନ୍ତି, ସେ ନିଜ ପିତାଙ୍କୁ ଆଗକୁ ପଠାଇ ଦିଅନ୍ତି।"

Advertisment

publive-imageଏହା ପୂର୍ବରୁ ସଲମାନ୍ ଟ୍ୱିଟ୍ କରିଥିଲେ ଯେ "ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ସେମାନେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ। ତାଙ୍କ ପ୍ରତି କୌଣସି ଖରାପ ଭାଷାର ପ୍ରୟୋଗ କରନ୍ତୁ ନାହିଁ ବରଂ ଏହା ବଦଳରେ ସେମାନଙ୍କର ଭାବନାକୁ ସମ୍ମାନ ଦିଅ। ଦୟାକରି ତାଙ୍କ (ସୁଶାନ୍ତ) ପରିବାର ଓ ପ୍ରଶଂସକଙ୍କୁ ସମର୍ଥନ କରନ୍ତୁ। କେହି ନିଜର ଲୋକ ଚାଲିଯିବା ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ।"

publive-imageସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ୍ ଜୁନ୍ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତ ନିଜ କାମକୁ ନେଇ ଡିପ୍ରେସନରେ ଥିବା କୁହାଯାଉଛି। ଏପରିକି ତାଙ୍କ ଦେହାନ୍ତ ପରେ ବଲିଡଉରେ ବାହାରୁ ଆସୁଥିବା କଳାକାରଙ୍କ ପ୍ରତି ଇଣ୍ଡଷ୍ଟ୍ରୀରେ ହେଉଥିବା ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଛି।

Advertisment
Bollywood Sona Mohapatra Actor Sushant Singh Rajput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ