Advertisment

ପ୍ଲେଟ୍‌ ସଫା କଲେ ସଲ୍‌ମାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କଲେ ଖୋଦ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏକ’ଣ କହୁଛୁ। କଥାଟା ବି ଏମିତି ଯେ କେହିବି ଏହାକୁ ଶୁଣିଲେ ବିଶ୍ୱାସ କରିବେ ନାହିଁ। ହେଲେ ଘଟଣାଟି ସତ। ବାସ୍‌ ପାର୍ଥକ୍ୟ ଏତିକି ସଲମାନ୍‌ ଏସବୁ ସଫାସୁତୁରା ତାଙ୍କ ଘରେ ନୁହେଁ ବରଂ ‘ବିଗ୍‌ ବସ୍‌-୧୩’ର ପ୍ରତିଯୋଗୀମାନେ ରହୁଥିବା ଘରେ କରିଛନ୍ତି। ଆଜ୍ଞା ହଁ, ଏମିତି […]

author-image
Otv Khabar Bureau
ପ୍ଲେଟ୍‌ ସଫା କଲେ ସଲ୍‌ମାନ୍, ଭିଡିଓ ଭାଇରାଲ

salman

ମୁମ୍ବାଇ: ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କଲେ ଖୋଦ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏକ’ଣ କହୁଛୁ। କଥାଟା ବି ଏମିତି ଯେ କେହିବି ଏହାକୁ ଶୁଣିଲେ ବିଶ୍ୱାସ କରିବେ ନାହିଁ। ହେଲେ ଘଟଣାଟି ସତ। ବାସ୍‌ ପାର୍ଥକ୍ୟ ଏତିକି ସଲମାନ୍‌ ଏସବୁ ସଫାସୁତୁରା ତାଙ୍କ ଘରେ ନୁହେଁ ବରଂ ‘ବିଗ୍‌ ବସ୍‌-୧୩’ର ପ୍ରତିଯୋଗୀମାନେ ରହୁଥିବା ଘରେ କରିଛନ୍ତି।

Advertisment

ଆଜ୍ଞା ହଁ, ଏମିତି କିଛି ଦୃଶ୍ୟ ଆଗକୁ ‘ବିଗ୍‌ ବସ୍‌-୧୩’ରେ ଦେଖିବାକୁ ମିଳିବ। ଏବେ ଏହି ଶୋ’ ଏହାର ପ୍ରତିଯୋଗୀଙ୍କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛି। ‘ବିଗ୍‌ ବସ୍‌’ ଘର ଭିତରେ ଚାଲିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଏବେ ଚର୍ଚ୍ଚା। ଏଥିପାଇଁ ତ ଶୋ’ର ଟିଆର୍‌ପି ମଧ୍ୟ ଅଧିକ ରହୁଛି।

ଏବେ ଶୋ’ର ଏକ ପ୍ରମୋ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି, ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ସଲ୍‌ମାନ ପହଞ୍ଚି ଯାଉଛନ୍ତି। ଏହାପରେ ତାଙ୍କୁ ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି। ଏହାପରେ ସଲ୍‌ମାନ ସିଧା ଯାଇ ରୋଷେଇ ଘରେ ପହଞ୍ଚି ସେଠାରେ ଅପରିଷ୍କାର ହୋଇପଡ଼ିଥିବା ପ୍ଲେଟ୍‌କୁ ସଫା କରିବା ସହ ବାଥରୁମ୍‌ ଯାଇ ସେଠାରେ ମଧ୍ୟ ସଫା କରୁଛନ୍ତି। ଏସବୁ ଦେଖି ଏପରି ନ କରିବା ପାଇଁ ପ୍ରତିଯୋଗୀମାନେ ସଲ୍‌ମାନଙ୍କୁ ଅନୁରୋଧ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ସୂଚନାଥାଉ କି, ନିକଟରେ ‘ବିଗ୍‌ ବସ୍‌’ରେ ସଲ୍‌ମାନଙ୍କ ବର୍ଥ ଡେ’ ସେଲେବ୍ରେସନ୍‌ ହୋଇଥିଲା। ଏହାପରେ ଘରର ଅବସ୍ଥା ଦେଖି ନିଜେ ଦବଙ୍ଗ ଖାନ୍‌ ‘ବିଗ୍‌ ବସ୍‌’ ଘରେ ପହଞ୍ଚି ସଫା ସୁତୁରା କରିଥିଲେ।

Salman Khan
Advertisment
Advertisment