Advertisment

ରାତି ୩ଟାରେ ଐଶ୍ୱର୍ଯ୍ୟାଙ୍କ ଘର ବାହାରେ ଆତ୍ମହତ୍ୟା କରିବେ କହୁଥିଲେ ସଲମାନ୍‌

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟ ଲୋକ ଜାଣନ୍ତି। ଏକଦା ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଇଥିଲା। ଦୁହିଁଙ୍କ ଯୋଡିକୁ ଲୋକମାନେ ପସନ୍ଦ କରୁଥିଲେ। କିନ୍ତୁ ଏହି ଯୋଡି କମ୍‌ ଦିନ ମଧ୍ୟରେ ଭାଙ୍ଗିଯାଇଥିଲା। ୧୯୯୯ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍ଲ ଦେ ଚୁକେ ସନମ’ ପାଇଁ ଶୁଟିଂ କରୁଥିଲେ। ଏହି ଫିଲ୍ମର […]

ରାତି ୩ଟାରେ ଐଶ୍ୱର୍ଯ୍ୟାଙ୍କ ଘର ବାହାରେ ଆତ୍ମହତ୍ୟା କରିବେ କହୁଥିଲେ ସଲମାନ୍‌

salman

Advertisment

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟ ଲୋକ ଜାଣନ୍ତି। ଏକଦା ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଇଥିଲା। ଦୁହିଁଙ୍କ ଯୋଡିକୁ ଲୋକମାନେ ପସନ୍ଦ କରୁଥିଲେ। କିନ୍ତୁ ଏହି ଯୋଡି କମ୍‌ ଦିନ ମଧ୍ୟରେ ଭାଙ୍ଗିଯାଇଥିଲା।

Advertisment

୧୯୯୯ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ 'ହମ୍‌ ଦିଲ୍ଲ ଦେ ଚୁକେ ସନମ' ପାଇଁ ଶୁଟିଂ କରୁଥିଲେ। ଏହି ଫିଲ୍ମର ଶୁଟିଂ ସମୟରେ ଦୁହିଁଙ୍କର ପରସ୍ପର ପ୍ରତି ଭଲ ପାଇବା ସୃଷ୍ଟି ହୋଇଥିଲା।

ସଲମାନଙ୍କ ସହ ସମ୍ପର୍କ ଆରମ୍ଭ ହେବା ମାତ୍ରେ ଐଶ୍ୱର୍ଯ୍ୟା ଖାନ ପରିବାରର ନିକଟତର ହୋଇଥିଲେ। ଐଶ୍ୱର୍ଯ୍ୟା ସଲମାନଙ୍କ ଭଉଣୀ ଅର୍ପିତା ଏବଂ ଅଲଭିରାଙ୍କ ସହ ବହୁତ ସମୟ ଅତିବାହିତ କରୁଥିଲେ। କିନ୍ତୁ ଐଶ୍‌ଙ୍କ ପରିବାର ଏହାକୁ ବିରୋଧ କରିଥିଲେ।

Advertisment

ସୂଚନା ଅନୁଯାୟୀ ନଭେମ୍ବର ୨୦୦୧ ରେ ସଲମାନ ଖାନ ଦିନେ ଐଶ୍ୱର୍ଯ୍ୟାଙ୍କ ବାସଭବନ ବାହାରେ ପହଞ୍ଚି କବାଟ ବାଡେଇଥିଲେ। ସେ ଭିତରକୁ ଆସିବାକୁ ଜିଦ୍ ଧରିଥିଲେ। ଆଖ ପାଖରେ ଥିବା ଲୋକ ସଲମାନ୍‌ ଆତ୍ମହତ୍ୟା କରିବାକୁ ଧମକ ଦେଉଥିବାର କହିଛନ୍ତି। ରାତି ତିନିଟା ପର୍ଯ୍ୟନ୍ତ ଏମିତି ଚାଲିଥିଲା। ତାପରେ ସଲମାନ୍‌ଙ୍କୁ ଆପାର୍ଟମେଣ୍ଟ ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା। ଐଶ୍ୱର୍ଯ୍ୟା ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦିଅନ୍ତୁ ବୋଲି ସେ କହୁଥିଲେ। କିନ୍ତୁ ଐଶ୍ୱର୍ଯ୍ୟା ଏତେ ଶୀଘ୍ର ବିବାହ ନିଷ୍ପତ୍ତି ନେବାକୁ ଚାହୁଁନଥିଲେ।

publive-imageଏକ ସାକ୍ଷାତକାରରେ ସଲମାନ କହିଥିଲେ, 'ଯଦି ତୁମେ ଯୁଦ୍ଧ କରିବ ନାହିଁ, ଏହାର ଅର୍ଥ ହେଉଛି ତୁମ ଦୁହିଁଙ୍କ ମଧ୍ୟରେ ପ୍ରେମ ନାହିଁ । ମୁଁ କୌଣସି ବାହାର ଲୋକ ପାଇଁ ଲଢେଇ କରେନି। ଯାହା ପାଇଁ ମୋର ଭଲ ପାଇବା ରହିଥାଏ ମୁଁ ତା ପାଇଁ ଲଢେ।

Advertisment

ସଲ୍‌ମାନ୍‌ ଐଶ୍ୱର୍ଯ୍ୟାଙ୍କର ବିବାଦ ଫିଲ୍ମ ସେଟ୍‌ରେ ପହଞ୍ଚିଥିଲା। ସଲମାନ୍‌ ଫିଲ୍ମ ସେଟରେ ପହଞ୍ଚି ଐଶ୍‌ଙ୍କ ହାତ ଟାଣିବାକୁ ଚେଷ୍ଟା କରିଥିଲେ। ଯେଉଁଥିପାଇଁ ସଲ୍‌ମାନ୍‌ ଏବଂ ଶାହାରୁଖଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା।

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଥିଲେ ଯେ, ସଲମାନଙ୍କ ସହ ତାଙ୍କର ସମ୍ପର୍କର ଦିନ ଅତି ଖରାପ ଥିଲା। ସଲମାନ୍‌ ତାଙ୍କୁ ସବୁବେଳେ ସନ୍ଦେହ କରୁଥିଲେ। ଫିଲ୍ମରେ ଅନ୍ୟ କଳାକାରଙ୍କ ସହ ତାଙ୍କର ସମ୍ପର୍କ ଅଛି ବୋଲି କହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ