Advertisment

ସୈଫ୍ ଅଲି ଖାନ୍ ହେବେ ବୈଜ୍ଞାନିକ

ମୁମ୍ବାଇ: ବଲିଉଡର ‘ନବାବ’ ଭାବେ ପରିଚିତ ସୈଫ୍ ଅଲି ଖାନ ତାଙ୍କ ଅଭିନୟରେ ଦର୍ଶକଙ୍କୁ କ୍ରମାଗତଭାବରେ ପ୍ରଭାବିତ କରିଆସିଛନ୍ତି। ଦର୍ଶକେ ତାଙ୍କୁ କମେଡି, ଆକ୍ସନ, ଆଣ୍ଟି ହୀରୋ ଆଦି ବିଭିନ୍ନ ଭୂମିକାରେ ଦେଖିଛନ୍ତି। ଆଜିକାଲି, ସୈଫ୍ ତାଙ୍କ ଧାରାଠାରୁ ଦୂରେଇ ଚଳଚ୍ଚିତ୍ରରେ ସାଇନ୍ କରୁଥିବା ଜଣାଯାଉଛି। ସୂଚନା ମୁତାବକ ସୈଫ୍ ଅଲି ଖାନ ଖୁବ୍ ଶୀଘ୍ର ଜଣେ ବୈଜ୍ଞାନିକ ହେବାକୁ ଯାଉଛନ୍ତି। ଏହା ଶୁଣି ଆପଣ ନିଶ୍ଚିତ ଆଚମ୍ବିତ ହୋଇଯିବେଣି। କିନ୍ତୁ କଥାଟା ସତ ଯେ ସେ […]

author-image
Pramod Behera
ସୈଫ୍ ଅଲି ଖାନ୍ ହେବେ ବୈଜ୍ଞାନିକ

2

ମୁମ୍ବାଇ: ବଲିଉଡର 'ନବାବ' ଭାବେ ପରିଚିତ ସୈଫ୍ ଅଲି ଖାନ ତାଙ୍କ ଅଭିନୟରେ ଦର୍ଶକଙ୍କୁ କ୍ରମାଗତଭାବରେ ପ୍ରଭାବିତ କରିଆସିଛନ୍ତି। ଦର୍ଶକେ ତାଙ୍କୁ କମେଡି, ଆକ୍ସନ, ଆଣ୍ଟି ହୀରୋ ଆଦି ବିଭିନ୍ନ ଭୂମିକାରେ ଦେଖିଛନ୍ତି। ଆଜିକାଲି, ସୈଫ୍ ତାଙ୍କ ଧାରାଠାରୁ ଦୂରେଇ ଚଳଚ୍ଚିତ୍ରରେ ସାଇନ୍ କରୁଥିବା ଜଣାଯାଉଛି। ସୂଚନା ମୁତାବକ ସୈଫ୍ ଅଲି ଖାନ ଖୁବ୍ ଶୀଘ୍ର ଜଣେ ବୈଜ୍ଞାନିକ ହେବାକୁ ଯାଉଛନ୍ତି। ଏହା ଶୁଣି ଆପଣ ନିଶ୍ଚିତ ଆଚମ୍ବିତ ହୋଇଯିବେଣି। କିନ୍ତୁ କଥାଟା ସତ ଯେ ସେ ପ୍ରସିଦ୍ଧ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବାଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମରେ ନଜର ଆସିବେ। ଏହି ସିନେମାରେ ସୈଫ୍ ନିଜେ ହୋମି ଜାହାଙ୍ଗୀର ଭାବା ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ଷାଠିଏ ଦଶକରେ ହୋମି ଭାବାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାକୁ ଚିତ୍ରିତ କରାଯାଇଛି।

Advertisment

publive-image

ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏହାର ଟାଇଟଲ ରଖିଛି  'ଆସାସିନେସନ୍ ଅଫ୍ ହୋମି ଭାବା'। ଯାହାର ଓଡ଼ିଆ ଅର୍ଥ ‘ହୋମି ଭାବାଙ୍କ ଗୁପ୍ତହତ୍ୟା’ ସୂଚନା ଅନୁଯାୟୀ, ସୈଫ୍ ଅଲି ଖାନ ଏହି ଫିଲ୍ମର ସାଇନ କରିବା ପରେ ସିନେମାର ଅନ୍ୟ କଳାକାରମାନଙ୍କୁ ନେଇ ବିଚାର ବିମର୍ଷ ଚାଲିଛି, ଯେଉଁଥିରେ ଭାବାଙ୍କ ସୁରକ୍ଷାରେ ନିଯୁକ୍ତ ଏଜେଣ୍ଟଙ୍କ ଭୂମିକା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହା ଜଣା ଯେ ଭାବା ଭାରତର ଅନ୍ୟତମ ସମ୍ମାନିତ ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ଯିଏ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ, କିନ୍ତୁ ଏହି ଦୁର୍ଘଟଣାର ସତ୍ୟତା କେବେ ଜଣାପଡି ନ ଥିଲା। ଏଭଳି ପରିସ୍ଥିତିରେ ଭାବାଙ୍କ ଜୀବନର ଅନେକ ରହସ୍ୟମୟ ଘଟଣା ଏହି ସିନେମା ମାଧ୍ୟମରେ ପର୍ଦାଫାସ ହେବ ବୋଲି ଆଶା କରାଯାଉଛି।

publive-image

ଯଦି ଆମେ ସୈଫ୍ ଅଲି ଖାନଙ୍କ ସିନେମା ଦୁନିଆ ବିଷୟରେ ଆଲୋଚନା କରିବା ତେବେ ସେ ନିକଟରେ ୱେବ୍ ସିରିଜ୍ 'ତାଣ୍ଡବ' ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ସୈଫ୍ ତାନ୍ହାଜୀ, ଲାଲ କ୍ୟାପଟେନ ଭଳି ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି। ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସୈଫ୍ ଅଲି ଖାନ ଖୁବ୍ ଶୀଘ୍ର ଆଦିପୁରୁଷ, ଭୁତ ପୋଲିସ ଏବଂ ବିକ୍ରମ ୱେଧାଙ୍କ ରିମେକରେ ନଜର ଆସିବେ। ଏହି ଚଳଚ୍ଚିତ୍ର ପାଇଁ ସୈଫ୍ ଅଲି ଖାନ ଏବେ ବହୁତ ଉତ୍ସାହିତ ଅଛନ୍ତି।

Advertisment
Advertisment
Advertisment