Advertisment

ତଲାକ୍‌ ପରେ ସୈଫ୍‌ଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ ଅମ୍ରିତା !

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ନିଜ ଫିଲ୍ମକୁ ନେଇ ଯେମିତି ସବୁବେଳେ ଚର୍ଚ୍ଚାରେ ଥାନ୍ତି, ସେତିକି ନିଜର ପର୍ସନଲ୍‌ ଲାଇଫ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ। ଅମ୍ରିତା ସିଂଙ୍କ ସହ ସୈଫ୍‌ଙ୍କ ଆଫାୟାର୍‌ ଓ ପରେ ସିକ୍ରେଟ୍‌ ମ୍ୟାରେଜ୍‌ ନା…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ତଲାକ୍‌ ପରେ ସୈଫ୍‌ଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ ଅମ୍ରିତା !

saif ali khan and amrita singh

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ନିଜ ଫିଲ୍ମକୁ ନେଇ ଯେମିତି ସବୁବେଳେ ଚର୍ଚ୍ଚାରେ ଥାନ୍ତି, ସେତିକି ନିଜର ପର୍ସନଲ୍‌ ଲାଇଫ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ। ଅମ୍ରିତା ସିଂଙ୍କ ସହ ସୈଫ୍‌ଙ୍କ ଆଫାୟାର୍‌ ଓ ପରେ ସିକ୍ରେଟ୍‌ ମ୍ୟାରେଜ୍‌ ନା କେବଳ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା, ବରଂ ଫ୍ୟାନ୍ସଙ୍କୁ ମଧ୍ୟ ଆଚମ୍ବିତ କରିଥିଲା। ହେଲେ ସେମାନଙ୍କର ଏହି ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା। ଦୁଇଟି ଛୁଆ(ସାରା ଓ ଇବ୍ରାହିମ) ହେବା ପରେ ଅମ୍ରିତା ଓ ସୈଫ୍‌ଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ଏହାପରେ ଅନେକ ଖବର ସାମ୍ନାକୁ ଆସିଥିଲା। ସେମାନଙ୍କର ସମ୍ପର୍କ ୧୩ ବର୍ଷ ପର୍ଯ୍ୟନ୍ତ ଥିଲା ଓ ଏହାପରେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ଟଙ୍କା ଓ ସୈଫଙ୍କ ପରକୀୟା ପ୍ରୀତିକୁ ନେଇ ସୈଫ୍‌ ଓ ଅମ୍ରିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ୨୦୦୪ରେ ସେମାନଙ୍କର ତଲାକ୍‌ ହୋଇଥିଲା।

Advertisment

publive-image

ସୈଫ୍‌, ଯେତେବେଳେ ଅମ୍ରିତା ସିଂଙ୍କଠୁ ଅଲଗା ହୋଇଥିଲେ ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡ଼ିଥିଲା ବୋଲି ଜଣାପଡ଼ିଛି। ତେବେ ତଲାକ୍‌ ପରେ ସୈଫ୍‌ ତାଙ୍କୁ ଟଙ୍କା ଦେଇନଥିବା ଅମ୍ରିତା ଅଭିଯୋଗ ଆଣିଥିଲେ। ଅମ୍ରିତାଙ୍କ ଏହି ଅଭିଯୋଗ ଉପରେ ସେତେବେଳେ ସୈଫ୍‌ କହିଥିଲେ, ମୋତେ ଅମ୍ରିତାଙ୍କୁ ୫ କୋଟି ଟଙ୍କା ଦେବାର ଥିଲା। ଏଥିରୁ ୨.୫ କୋଟି ଟଙ୍କା ମୁଁ ଦେଇସାରିଥିଲି। ଏହାବ୍ୟତୀତ ଅଲଗା ୧ ଲକ୍ଷ ଟଙ୍କା ମୁଁ ପ୍ରତ୍ୟେକ ମାସରେ ତାଙ୍କୁ ଦେଉଛି। ପୁଅ ଇବ୍ରାହିମଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମୁଁ ଏହି ଟଙ୍କା ଦେବି ବୋଲି କଥା ହୋଇଥିଲା। ସେତେବେଳେ ସେ କହିଥିଲେ ଯେ, ମୁଁ ଶାହରୁଖ ଖାନ୍‌ ନୁହେଁ। ମୋ ପାଖରେ ଏତେ ଟଙ୍କା ନାହିଁ। ମୁଁ ତାଙ୍କୁ କଥା ଦେଇଥିଲି ଯେ, ବାକି ଟଙ୍କା ମଧ୍ୟ ଦେଇ ଦେବି। ମୁଁ ମୋର ପତ୍ନୀଙ୍କୁ ବହୁତ ସମ୍ମାନ କରେ।

ଅମ୍ରିତା ଓ ସୈଫ୍‌ଙ୍କ ତଲାକ୍‌ ପରେ ଏମିତି ବି ଖବର ସାମ୍ନାକୁ ଆସିଥିଲା ଯେ, ଅମ୍ରିତା କୁଆଡ଼େ ସୈଫ୍‌ଙ୍କୁ ସେମାନଙ୍କର ଛୁଆଙ୍କ ସହ ଭେଟିବାକୁ ଅନୁମତି ଦେଉ ନଥିଲେ। ସୈଫ୍‌ କହିଥିଲେ, ‘ମୋ ପର୍ସରେ ପୁଅ ଇବ୍ରାହିମର ଫଟୋ ଥାଏ, ଯେତେବେଳେ ଇଚ୍ଛା ହୁଏ ଫଟୋ ଦେଖି ମୁଁ ବହୁତ କାନ୍ଦେ।

Advertisment

publive-image

ଅମ୍ରିତାଙ୍କ ସହ ତଲାକ୍‌ ପରେ ୨୦୧୨ରେ  ଅଭିନେତ୍ରୀ କରିନା କପୁରଙ୍କୁ ସୈଫ୍‌ ଦ୍ୱିତୀୟ ବିବାହ କରିଥିଲେ। କରିନାଙ୍କ ସହ ଦ୍ୱିତୀୟ ବିବାହ ପରେ ସୈଫ୍‌, ସାରା ଓ ଇବ୍ରାହିମ୍‌ଙ୍କ ଦେଖାଶୁଣା କରୁଥିବା ଦେଖିବାକୁ ମିଳିଛି।

publive-image

Advertisment
Advertisment