/odishatv-khabar/media/post_attachments/uploadimage/library/16_9/16_9_0/susanta-5_1626697435.jpg)
susanta
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସମସ୍ତଙ୍କୁ ଚକିତ କରିଦେଇଛି। ସୁଶାନ୍ତ ଜୁନ୍ ୧୪ରେ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରଠାରୁ ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି। ଏହା ସହିତ ପୋଲିସ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ ସହ ଜଡିତ କିଛି ଲୋକଙ୍କୁ ପଚରାଉଚରା କରୁଛି। ଏନେଇ 'ମହାଭାରତରେ' ଦୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ତାଙ୍କ ଟ୍ୱିଟ୍ରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି।
Was the investigation done in a hurry and why forensic team reached on 15th June#cbiforsushant#roopaganuly#AmitShah#NarendraModipic.twitter.com/LpjAv45lg8
— Roopa Ganguly (@RoopaSpeaks) June 23, 2020
ରୂପା ଗାଙ୍ଗୁଲି ସୁଶାନ୍ତ ସିଂହ ରାଜପୁତଙ୍କ ଏକ ଫଟୋ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି ଯେ '#cbiforsushant' '(# ସିବିଆଇଫର୍ସୁଶାନ୍ତ)' । ରୂପା ତାଙ୍କ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ସେ କହିଛନ୍ତି ‘ତଦନ୍ତ କ’ଣ ଶୀଘ୍ର ଚାଲିଛି, ଫୋରେନ୍ସିକ୍ ଟିମ୍ କାହିଁକି ଜୁନ୍ ୧୫ରେ ସେଠାରେ ପହଞ୍ଚିଲା। ଶବ ବ୍ୟବଚ୍ଛେଦ ସମୟରେ ଶରୀରରେ କୌଣସି ବିଷାକ୍ତ ପଦାର୍ଥ ଅଛି କି ନାହିଁ ତା’ର ପ୍ରମାଣ ମିଳିଲା? ସିସିଟିଭି ଫୁଟେଜ ଚେକ୍ କରାଯାଇ ଦେଖିଗଲା କି ସେଦିନ ଘରକୁ ଅନ୍ୟ କେହି ଆସିଥିଲେ କି?। ପୋଲିସ ଏହାକୁ କିପରି ଆତ୍ମାହତ୍ୟା ବୋଲି ଘୋଷଣା କଲା। ସେତେବେଳେ ସୁଶାନ୍ତଙ୍କ ଘରୁ କୌଣସି ବି ସୁଇସାଇଟ୍ ନୋଟ୍ ମିଳିନଥିଲା। ରୂପା ଗାଙ୍ଗୁଲିଙ୍କର ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)