Advertisment

ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ଦୀର୍ଘଦିନ ଧରି ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ରିଆ କହିଛନ୍ତି, ତାଙ୍କ ନ୍ୟାୟିକ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ପୂରା ଭରସା ରହିଛି। ସୁଶାନ୍ତଙ୍କ ପିତା କେକେ ସିଂହ ରିଆଙ୍କ ବିରୋଧରେ କିଛି ସାଙ୍ଘାତିକ ଅଭିଯୋଗ ଆଣି ପାଟଣା ପୋଲିସରେ ଏଫଆଇଆର୍ ଦାଖଲ କରିଥିଲେ। କିନ୍ତୁ ଏହାକୁ ନେଇ ରିଆ ଆଜି ଏକ ଭିଡିସ ଜରିଆରେ ମୁହଁ ଖୋଲିଛନ୍ତି। […]

author-image
Ranjeet Kumar Jena
ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ

rhea

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ। ଦୀର୍ଘଦିନ ଧରି ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ରିଆ କହିଛନ୍ତି, ତାଙ୍କ ନ୍ୟାୟିକ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ପୂରା ଭରସା ରହିଛି। ସୁଶାନ୍ତଙ୍କ ପିତା କେକେ ସିଂହ ରିଆଙ୍କ ବିରୋଧରେ କିଛି ସାଙ୍ଘାତିକ ଅଭିଯୋଗ ଆଣି ପାଟଣା ପୋଲିସରେ ଏଫଆଇଆର୍ ଦାଖଲ କରିଥିଲେ।

Advertisment

କିନ୍ତୁ ଏହାକୁ ନେଇ ରିଆ ଆଜି ଏକ ଭିଡିସ ଜରିଆରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, "ଭଗବାନ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ପୂରା ଭରସା ରହିଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ। ମୋ ସମ୍ବନ୍ଧରେ ଅନେକ ବଡ଼ ବଡ଼ କଥା କୁହାଯାଉଛି। ଏହା ଉପରେ ବର୍ତ୍ତମାନ କୌଣସି ମନ୍ତବ୍ୟ ଦେବା ପାଇଁ ମୋ ଓକିଲ୍ ମନା କରିଛନ୍ତି।"

https://twitter.com/ANI/status/1289184154672754688?s=20

ସୂଚନାଯୋଗ୍ୟ, ରିଆ ସୁପ୍ରିମ୍ କୋର୍ଟରେ ଯାଚିକା ଦାଖର କରି ମାମଲାକୁ ମୁମ୍ବାଇ ପୋଲିସକୁ ଟ୍ରାନ୍ସଫର କରିବାକୁ ଦାବି କରିଛନ୍ତି। ରିଆ କହିଛନ୍ତି, ସୁଶାନ୍ତଙ୍କ ଆତ୍ମହତ୍ୟା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ରିଆ ମାନିଛନ୍ତି ଯେ ବର୍ଷେ ହେବ ସେ ସୁଶାନ୍ତଙ୍କ ସହ 'ଲିଭ୍ ଇନ୍ ରିଲେସନଶିପ'ରେ ଥିଲେ।

Advertisment

ରିଆ ନିଜ ଯାଚିକାରେ ଲେଖିଥିଲେ, ସେ ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଫ୍ଲାଟ୍ ଛାଡ଼ି ନିଜ ଘରକୁ ଚାଲିଯାଇଥିଲେ। ସୁଶାନ୍ତ ଡ୍ରିପ୍ରେସନରେ ଥିଲେ ଏବଂ ଆଣ୍ଟି ଡ୍ରିପେସନ୍ ମେଡିସିନ୍ ନେଉଥିଲେ। ତା'ଛଡ଼ା ରିଆ ଆହୁରି କହିଛନ୍ତି, ସିଆରପିସି ଧାରା ୧୭୭ ମୁତାବକ ଅପରାଧିକ ମାମଲାର ତଦନ୍ତ ଏବଂ ଶୁଣାଣି କେବଳ ସେହିଠାରେ ହୋଇପାରିବ, ଯେଉଁଠାରେ ଏହି ଅପରାଧ ଘଟିଛି। ଏହାସହ ସେ ମାମଲାକୁ ମୁମ୍ବାଇ ଟ୍ରାନ୍ସଫର୍ କରିବାକୁ ମଧ୍ୟ ଦାବି କରିଛନ୍ତି।

Advertisment
Advertisment