Advertisment

ରବିନା ଟଣ୍ଡନ କରୁଛନ୍ତି ଚାଷ କାମ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ ଜଣକ ତାଙ୍କ ଗାଁର ଚାଷଜମିରେ ଏକ କୋଦାଳ ଧରି ମାଟି ଖୋଳୁଥିବା…

author-image
Pramod Behera
ରବିନା ଟଣ୍ଡନ କରୁଛନ୍ତି ଚାଷ କାମ

1

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ ଜଣକ ତାଙ୍କ ଗାଁର ଚାଷଜମିରେ ଏକ କୋଦାଳ ଧରି ମାଟି ଖୋଳୁଥିବା ନଜର ଆସିଛନ୍ତି। ସେ ମାଟି ଖୋଳି ଭିତରୁ କିଛି ପ୍ଲାଷ୍ଟିକ କାଢୁଛନ୍ତି। ଏଅହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେମାନେ ଅଭିନେତ୍ରୀଙ୍କୁ ପଚାରିଥିଲେ ଯେ ସେ ପ୍ରକୃତରେ କ’ଣ ଚାଷ କାମ କରୁଛନ୍ତି କି? ଏହା ପରେ ରବିନା ଏକ ଭିଡିଓ ସେୟାର କରି ଏହାର ପ୍ରମାଣ ଦେଇଛନ୍ତି।

Advertisment

publive-image

ଭିଡିଓରେ ଦେଖାଯାଉଛି ଯେ ରବିନା ଟଣ୍ଡନ୍ ଏକ କୋଦାଳ ଧରି କ୍ଷେତରେ କିଛି ଖୋଳୁଛନ୍ତି। ଏହି ସମୟରେ ସେ ଏକ ସର୍ଟସ୍ ଏବଂ ଟି-ସାର୍ଟ ପିନ୍ଧି ମୁହଁକୁ ମାସ୍କରେ ଘୋଡାଇଛନ୍ତି। ରବିନା କୋଦାଳ ଧରି ବହୁତ କଠିନ ପରିଶ୍ରମ କରୁଥିବା ଦେଖାଯାଉଛନ୍ତି। ସେ କହିଛନ୍ତି ଯେ ଶ୍ରମିକମାନେ କାମ ପରେ କିଛି ପ୍ଲାଷ୍ଟିକ ଛାଡିଦେଇ ଯାଇଥିଲେ। ସେ ଏହି ପ୍ଲାଷ୍ଟିକଗୁଡିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓକୁ ନେଇ ରବିନାଙ୍କୁ ଟ୍ରୋଲ ହେବାକୁ ପଡିଛି।

Advertisment

ଅନ୍ୟପକ୍ଷରେ, ରବିନା ଟଣ୍ଡନ୍ ସେହି ସମାନ ଭିଡିଓ ସେୟାର କରି ପୁଣି ଥରେ ଟ୍ରୋଲ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ହଁ ଭାଇ ପ୍ରକୃତରେ ମୁଁ ଏହା କରିଛି। ଅନେକ ଲୋକ ମୋତେ ପଚାରିଥିଲେ ଯେ ମୁଁ ପ୍ରକୃତରେ ଖୋଳିଛି କି? ପୂର୍ବରୁ ମୁଁ ଏକ ଛୋଟ ଭିଡିଓ ସେୟାର କରିଥିଲି କାରଣ ମୁଁ ମୋର ଖୋଳିବା କଳାରେ ଆପଣମାନଙ୍କୁ ପକେଇବାକୁ ଚାହୁଁ ନ ଥିଲି। ମୋର ଭିଡିଓ କରାଯାଉଛି ବୋଲି ମୁଁ ଜାଣି ନ ଥିଲି। ଜୟ ରାମ ଜୀ।”

ଯଦି ରବିନାଙ୍କ ଗ୍ଲାମର୍ ଦୁନିଆ ବିଷୟରେ ଆଲୋଚନା କରିବା ତେବେ ସେ ଖୁବ୍ ଶୀଘ୍ର ପାନ୍ ଇଣ୍ଡିଆ ଚଳଚ୍ଚିତ୍ର ‘କେଜିଏଫ୍ ଚାପ୍‌ଟର୍-୨’ ରେ ନଜର ଆସିବେ। ଫିଲ୍ମର ଟିଜର ରିଲିଜ୍ ହୋଇଛି ଏବଂ ଫିଲ୍ମରୁ ରବିନାଙ୍କ ପ୍ରଥମ ଲୁକ୍ ମଧ୍ୟ ସେୟାର କରାଯାଇଛି। ତାଙ୍କୁ ଏହି ଫିଲ୍ମରେ ଜଣେ ରାଜନେତା ଭୂମିକାରେ ଦେଖିବାକୁ ମିଳିବ।

Advertisment
Advertisment